________________
୧୬
ସେବା-ପରୋପକାର ଅଛି ଏବଂ ଅନ୍ୟ ପଟୁ ଜନସେବା ଦରକାର । ଏ ଦୁଇଟି ଯାକ କିପରି ସମ୍ଭବ ? |
ପ୍ରଶ୍ନକର୍ତ୍ତା : ଏବେ ତ ମୁଁ ମାନବ ସେବା କରୁଛି, ଘରେ-ଘରେ ସମସ୍ତଙ୍କଠାରୁ ଭିକ ମାଗି ଗରିବଙ୍କୁ ଦେଉଛି । ଏବେ ମୁଁ ଏତିକି କରୁଛି । । ଦାଦାଶ୍ରୀ : ତାହା ତ ସବୁ ତୁମ ଖାତାରେ ଜମା ହେବ । ତୁମେ ଯେଉଁ ଦେଉଛି ନା... ନା, ତୁମେ ଯେଉଁ ମଧ୍ୟସ୍ଥି କରୁଛି, ତାହାର ରକମ(ହିସାବ) ବାହାରିବ । ସେ ରକମ ଏଗାର ଗୁଣା ହୋଇ, ପୁଣି ତାହାର ଯେଉଁ ଦଲାଲୀ, ତାହା ତୁମକୁ ମିଳିବ । ପରଜନ୍ମରେ ଦଲାଲୀ ମିଳିବ ଆଉ ତାହାର ତୁମକୁ ଶାନ୍ତି ରହିବ । ଏହା ଭଲ କାମ କରୁଛି ଏଥିପାଇଁ ଏବେ ଶାନ୍ତି ରହୁଛି ଆଉ ଭବିଷ୍ୟରେ ମଧ୍ୟ ରହିବ । ସେ କାମ ଉତ୍ତମ ଅଟେ ।
। ନହେଲେ, ସେବା ତ ତାହାର ନାମ ଯେ ତୁ କାମ କରୁଥିବୁ, ଆଉ ମୋତେ ଜଣା ବି ନ ପଡ଼େ । ତାହାକୁ ସେବା କୁହନ୍ତି । ମୁକ ସେବା । ଜଣା ପଡ଼େ, ତାହାକୁ ସେବା କୁହନ୍ତି ନାହିଁ ।
। ସୁରଟର ଏକ ଗାଁକୁ ମୁଁ ଯାଇଥିଲି । ଜଣେ ବ୍ୟକ୍ତି କହିଲା, “ମୋତେ ସମାଜସେବା କରିବାର ଅଛି’ । ମୁଁ କହିଲି, ‘କି ସମାଜସେବା ତୁ କରିବୁ ?” ତେବେ କୁହେ, “ସେଠୁ ମାନଙ୍କ ପାଖରୁ ଆଣି ଲୋକଙ୍କ ମଧ୍ୟରେ ବାଣ୍ଟୁଛି ।” ମୁଁ କହିଲି, ‘ବାଣ୍ଟିବା ପରେ ଖବର ନେଉଛୁ, ସେମାନେ କିପରି ଖର୍ଚ୍ଚ କରୁଛନ୍ତି ?” ତେବେ କୁହେ, “ତାହା ଆମକୁ ଦେଖୁର କ’ଣ ଆବଶ୍ୟକତା ?’ ପୁଣି ବୁଝାଇଲି ଯେ ଭାଇ ! ମୁଁ ତୋତେ ରାସ୍ତା ଦେଖାଉଛି, ସେହିଭଳି କର । ସେମାନଙ୍କ ପାଖରୁ ପଇସା ଆଣୁଛୁ ତେବେ ସେଥିରୁ ତାଙ୍କୁ ଶହେ ଟଙ୍କାର ଏକ ଠେଲା ଆଣି ଦେ । ସେ ହାତଲରୀ ଆସେ ନା, ଦୁଇ ଚକିଆ ବାଲା, ସେଇଟା । ଶହେ-ଦେଢ଼ଶହ ଅବା ଦୁଇଶହ ଟଙ୍କାର ଲରୀ ଆଣିଦେବୁ ଆଉ ପଚାଷ ଟଙ୍କା ଅଲଗା ଦେବୁ ଆଉ କହିବୁ, ତୁ ଶାଗପରିବା ଆଣି, ତାହା ବିକ୍ରି କରି, ମୋତେ ମୂଳ ଟଙ୍କା ପ୍ରତିଦିନ ସନ୍ଧ୍ୟାରେ ଦେଇ ଆସିବୁ । ଲାଭ ତୋର ଆଉ ଲରୀର ପ୍ରତିଦିନ ଏତିକି ପଇସା ଭରୁଥିବୁ ।” ଏହା ଶୁଣି କହିବାକୁ ଲାଗିଲା ‘ବହୁତ ଭଲ ଲାଗିଲା, ବହୁତ ଭଲ ଲାଗିଲା । ଆପଣଙ୍କର ପୁଣି ସୁରଟ ଆସିବା ପୂର୍ବରୁ ତ ପଚାଶ-ଶହେ ଲୋକଙ୍କୁ ଏକାଠି କରିଦେବି ।” ପୁଣି ଏମିତି