________________
୧୪
ସେବା-ପରୋପକାର
ମାନବସେବା, ସାମାଜିକ ଧର୍ମ
ପ୍ରଶ୍ନକର୍ତ୍ତା : କିନ୍ତୁ ବ୍ୟବହାରରେ ଏପରି ହୁଏ ନା ଯେ ଦୟା ଭାବ ରୁହେ, ସେବା ରୁହେ, କାହା ପ୍ରତି ସ୍ନେହ ରୁହେ ଯେ କିଛି କରି ପାରେ, କାହାକୁ ଚାକିରୀ ଦେବା, ଅସୁସ୍ଥ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା । ଏସବୁ କ୍ରିୟା ଏକ ପ୍ରକାରର ବ୍ୟବହାର ଧର୍ମ ହିଁ ହେଲା ନା ?
ଦାଦାଶ୍ରୀ : ତାହା ତ ସବୁ ସାମାନ୍ୟ
କର୍ତ୍ତବ୍ୟ ଅଟେ ।
ପ୍ରଶ୍ନକର୍ତ୍ତା : ତେବେ ମାନବ ସେବା ତାହା ତ ଏକ ଦିଗରୁ ବ୍ୟବହାରିକ ହେଲା, ଏହା ହିଁ ବୁଝିବୁ ନା ? ତାହା ତ ବ୍ୟବହାର ଧର୍ମ ହେଲା ନା ?
ଦାଦାଶ୍ରୀ : ତାହା ବ୍ୟବହାର ଧର୍ମ ବି ନୁହେଁ, ତାହା ତ ସମାଜ ଧର୍ମ କୁହାଯାଏ । ଯେଉଁ ସମାଜକୁ ଅନୁକୁଳ ହେଉଥବ, ସେହି ଲୋକଙ୍କୁ ଅନୁକୁଳ ପଡ଼ିବ ଏବଂ ସେହି ସେବା କେଉଁ ଅଲଗା ସମାଜକୁ ଦେବାକୁ ଯିବା, ତେବେ ତାହା ପ୍ରତିକୂଳ ପଡ଼ିବ । ଏଣୁ ବ୍ୟବହାର ଧର୍ମ କେବେ କୁହାଯାଏ ଯେ ଯେବେ ସମସ୍ତଙ୍କୁ ଏକାଭଳି ଲାଗେ ସେତେବେଳେ ! ଆଜି ପର୍ଯ୍ୟନ୍ତ ଯାହା ତୁମେ କରିଛ, ତାହା ସମାଜସେବା ଅଟେ । ପ୍ରତ୍ୟେକଙ୍କ ସମାଜସେବା ଅଲଗା ପ୍ରକାରର ହୋଇଥାଏ । ପ୍ରତ୍ୟେକ ସମାଜ ଅଲଗା ପ୍ରକାରର, ସେହିଭଳି ସେବା ମଧ୍ଯ ଅଲଗା ପ୍ରକାରର ହୋଇଥାଏ ।
ଲୋକସେବା, ବିଗିନ୍ସ ଫ୍ରମ୍ ହୋମ୍
ପ୍ରଶ୍ନକର୍ତ୍ତା : ଯେଉଁମାନେ ଲୋକସେବା କରୁଛନ୍ତି, ସେମାନେ କ’ଣ ପାଇଁ
:
କରୁଥିବେ ?
ଦାଦାଶ୍ରୀ : ତାହା ତ ଭାବନା ଭଲ । ଲୋକମାନଙ୍କର କିପରି ଭଲ ହେବ, ସେହି ଇଚ୍ଛା। ମନୋଭାବ ଭଲ ହୋଇଥବ ତେବେ ନା !
ତାହା ତ ଭାବନା–ମନୋଭାବ ଳୋକଙ୍କ ପ୍ରତି, ଯେ ଲୋକଙ୍କୁ ଯେଉଁ ଦୁଃଖ ହେଉଛି ତାହା ନ ହେଉ, ଏପରି ଭାବନା ଅଛି ତା ପଛରେ । ବହୁତ ଉଚ୍ଚ ଭାବନା । କିନ୍ତୁ ଲୋକସେବକ ମାନଙ୍କର ମୁଁ ଏହା ଦେଖୁଛି ଯେ ସେବକଙ୍କ ଘରେ ଯାଇ