________________
ସେବା-ପରୋପକାର ତେବେ ଏପରି ହୋଇପାରିବ । ହୋଇପାରିବ ନାହିଁ ? ଯେବେଠୁ ସ୍ଥିର କରିବ, ସେବେଠାରୁ ଅଳ୍ପ ଅ ପରିବର୍ତ୍ତନ ହେବ ନା ହେବ ନାହିଁ ? ।
। ପ୍ରଶ୍ନକର୍ତ୍ତା : ତଥାପି କଷ୍ଟସାଧ୍ୟ ଅଟେ ।
ଦାଦାତ୍ରୀ : ନା, କଷ୍ଟସାଧ୍ୟ ହେଉ, ତଥାପି ଯଦି ସ୍ଥିର କରିବା ନା, କାରଣ ତୁମେ ମନୁଷ୍ୟ ଅଟ ଏବଂ ଭାରତ ଦେଶର ମନୁଷ୍ୟ ଅଟ । କ’ଣ ଏମିତି-ସେମିତି ? ଋଷି-ମୁନିଙ୍କ ପୁତ୍ର ଅଟ ତୁମେ ! ବହୁତ ଶକ୍ତି ତୁମ ପାଖରେ ପଡ଼ିରହିଛି । ସେସବୁ ଆବୃତ ହୋଇ ପଡ଼ିରହିଛି । ସେସବୁ ତୁମର କେଉଁ କାମରେ ଆସିବ ? ଏଣୁ ତୁମେ ମୋର ଏହି ଶବ୍ଦ ଅନୁସାରେ ଯଦି ସ୍ଥିର କର ଯେ ମୋତେ ଏହା କରିବାର ହିଁ ଅଛି, ତେବେ ତାହା ଅବଶ୍ୟ ଫଳିବ, ଅନ୍ୟଥା ଏପରି ୱାଇଲ୍ଡନେସ୍ କେବେ ପର୍ଯ୍ୟନ୍ତ କରି ଚାଲିଥିବ ? ଏବଂ ତୁମକୁ ସୁଖ ମିଳୁ ନାହିଁ । ଇନେରେ ସୁଖ ମିଳେ ?
ପ୍ରଶ୍ନକର୍ତ୍ତା : ନା ।। ଦାଦାଶ୍ରୀ : ଓଲଟା ଦୁଃଖ ହିଁ ନିମନ୍ତ୍ରିତ କରୁଛି ।
। ପରୋପକାର ଦ୍ଵାରା ପୁଣ୍ୟ ସାଥିରେ । ଯେପର୍ଯ୍ୟନ୍ତ ମୋକ୍ଷ ନ ମିଳେ, ସେପର୍ଯ୍ୟନ୍ତ ପୁଣ୍ୟ ଏକା ହିଁ ମିତ୍ର ସମାନ କାମ କରେ ଆଉ ପାପ ଶତୁ ସମାନ କାମ କରେ । ଏବେ ତୁମକୁ ଶତୁ ରଖୁବାର ଅଛି ନା ମିତ୍ର ରଖୁବାର ଅଛି, ତୁମକୁ ଯାହା ଭଲ ଲାଗେ ସେହି ଅନୁସାରେ ସ୍ଥିର କର । ଆଉ ମିତ୍ରର ସଂଯୋଗ କିପରି ହେବ, ତାହା ପଚାରି ନେବ ଏବଂ ଶତ୍ରର ସଂଯୋଗ କିପରି ଯିବ, ତାହା ମଧ୍ୟ ପଚାରି ନେବ । ଯଦି ଶତୁ ପସନ୍ଦ ଲାଗେ, ତାହାର ସଂଯୋଗ କିପରି ହେବ ଏହା ପଚାରେ, ତେବେ ମୁଁ ତା’କୁ କହିବି ଯେ ଯେତେ ଇଚ୍ଛା ସେତେ ଉଧାର କରି ଘିଅ ପିଇ, ଯୁଆଡ଼େ ଇଚ୍ଛା ଭଟକୁ ଥା, ଏବଂ ତୋତେ ଯେମିତି ଠିକ ଲାଗୁଛି ସେମିତି ମଜା ଉଡ଼ା, ପରେ ଆଗ କଥା ଆଗକୁ ଦେଖାଯିବ ! ଆଉ ପୁଣ୍ୟରୂପି ମିତ୍ର ଦରକାର ତେବେ ମୁଁ କୁହେ ଯେ ଭାଇ ଏ ଗଛ ପାଖରୁ ଶିନେ । କୌଣସି ବୃକ୍ଷ ନିଜ ଫଳ ନିଜେ ଖାଇଯାଏ ? କୌଣସି ଗୋଲାପ ନିଜ ଫୁଲ ନିଜେ ଖାଇ ଯାଉଥିବ ? ଅଳ୍ପ ତ ଖାଉଥିବ, ନୁହେଁ ? ଆମେ ନଥିବା ତେବେ ରାତିରେ ଖାଇ