________________
ସମ୍ପାଦକୀୟ ଏହି ମନ-ବଚନ-କାୟା ଯଦି ଅନ୍ୟମାନଙ୍କ ସୁଖ ପାଇଁ ଖର୍ଚ୍ଚ କରିବା ତେବେ ନିଜକୁ ସଂସାରରେ କେବେ ବି ସୁଖର ଅଭାବ ପଡ଼େ ନାହିଁ । ଏବଂ ସ୍ବୟଂ ନିଜର
ସେଲ୍ର ରିୟଲାଇଜେଶନ୍ କରେ, ତା’କୁ ସନାତନ ସୁଖର ପ୍ରାପ୍ତି ହୁଏ । ମନୁଷ୍ୟ ଜୀବନର ଧେୟ ଏତିକି ହିଁ ଅଟେ । ଏହି ଧେୟର ରାସ୍ତାରେ ଯଦି ଚାଲିବା ତେବେ ମନୁଷ୍ୟ ଦେହରେ ହିଁ ଜୀବନମୁକ୍ତ ଦଶା ପ୍ରାପ୍ତି ହେବ । ତାହା ପରେ ପୁଣି ଏହି ଜୀବନରେ କୌଣସି ମଧ୍ୟ ପ୍ରାପ୍ତି ବାକି ରୁହେ ନାହିଁ ।
। ଆମ୍ବ ଗଛ ନିଜର କେତେ ଆମ୍ବ ଖାଇ ଯାଉଥିବ ? ତା’ର ଫଳ, କାଠ, ପତ୍ର ଆଦି ସବୁ ଅନ୍ୟମାନଙ୍କ ପାଇଁ ହିଁ କାମରେ ଆସେ ନା ? ଏଣୁ ସେ ଉର୍ଦ୍ଦଗତି ପ୍ରାପ୍ତ କରେ । ଧର୍ମର ପ୍ରାରମ୍ଭ ଓବ୍ଲାଇଜିଙ୍ଗ୍ ନେଚର୍( ପରୋପକାରୀ ସ୍ଵଭାବ) ରୁ ହିଁ ହୁଏ । ଅନ୍ୟକୁ କିଛି ବି ଦିଅନ୍ତି, ସେଇଠୁ ହିଁ ନିଜକୁ ଆନନ୍ଦ ଆରମ୍ଭ ହୁଏ ।।
। ପରମପୂଜ୍ୟ ଦାଦାଶ୍ରୀ ଗୋଟିଏ ବାକ୍ୟରେ କୁହନ୍ତି ଯେ, ଯେଉଁ ପିଲାମାନେ ମା-ବାପାଙ୍କର ସେବା କରନ୍ତି, ସେମାନଙ୍କୁ କେବେ ଟଙ୍କାର ଅଭାବ ପଡ଼େ ନାହିଁ, ସେମାନଙ୍କର ସମସ୍ତ ଆବଶ୍ୟକତା ପୂର୍ଣ୍ଣ ହୁଏ, ଏବଂ ଆତ୍ମସାକ୍ଷାତ୍କାରୀ ଗୁରୁଙ୍କ ସେବା କରେ, ସେ ମୋକ୍ଷରେ ଯାଏ ।
ଦାଦାଶ୍ରୀ ନିଜର ପୁରା ଜୀବନରେ ଏହି ଧେୟ ରଖୁଥିଲେ ଯେ ମୋତେ ଯେ କେହି ଭେଟିଲା, ତା’କୁ ସୁଖ ପ୍ରାପ୍ତ ହେବା ହିଁ ଦରକାର । ନିଜ ସୁଖ ପାଇଁ ବିଚାର ମଧ୍ୟ କଲେ ନାହିଁ । କିନ୍ତୁ ସାମ୍ବାବାଲାର କ’ଣ ଅସୁବିଧା ଅଛି, ତା’ର ଅସୁବିଧା କିପରି ଦୂର
ହେବ, ଏହି ଭାବନାରେ ନିରନ୍ତର ରହୁଥିଲେ । ତେବେଯାଇ ତାଙ୍କ ଠାରେ କାରୁଣ୍ୟତା ପ୍ରକଟ ହେଇଥିଲା । ଅଲୌକିକ ଅଧାନ୍ ବିଜ୍ଞାନ ପ୍ରକଟ ହୋଇଥିଲା ।
ପ୍ରସ୍ତୁତ ସଙ୍କଳନରେ ଦାଦାଶ୍ରୀ ସମସ୍ତ ଦୃଷ୍ଟିକୋଣରୁ ଜୀବନର ଧେୟ କିପରି ସିଦ୍ଧ କରିବା, ଯାହା ସେବା-ପରୋପକାର ସହିତ ହୋଇଥିବ, ତାହାର ସମଝ(ଦୃଷ୍ଟି) ସରଳ ସଚୋଟ ଦୃଷ୍ଟାନ୍ତ ଦ୍ଵାରା ଫିଟ୍ କରାଉଛନ୍ତି । ସେସବୁ ଜୀବନରେ ଧେୟ ରୁପରେ ଆତ୍ମସାତ କରିନେବା, ତେବେ ମନୁଷ୍ୟ ଜୀବନର ସାର୍ଥକତା ହେଲା କୁହାଯିବ ।
- ଡା. ନୀରୂବେନ ଅମୀନଙ୍କ ଜୟ ସଚ୍ଚିଦାନନ୍ଦ
ani