________________
ସେବା-ପରୋପକାର ପ୍ରଶ୍ନକର୍ତ୍ତା : ନିଚ୍ଚଶ୍ରେଣୀର ଲୋକ ହୋଇଥିବେ, ସେମାନେ ଏପରି ମାନନ୍ତି । ଦାଦାଶ୍ରୀ : ଉଚ୍ଚଶ୍ରେଣୀବାଲା ଏପରି ମାନେ ଯେ ଅନ୍ୟଙ୍କୁ ଦିଆ ଯାଇପାରେ ।
। ଜୀବନ ପରୋପକାର ପାଇଁ... ଏହାର ଗୁପ୍ତ ବିଜ୍ଞାନ କ’ଣ ଯେ ମନ-ବଚନ-କାୟା ଯଦି ପରୋପକାରରେ ଲଗାଇ ଦେବ, ତେବେ ତୁମ ପାଖକୁ ପ୍ରତ୍ୟେକ ଜିନିଷ ଆସିବ । ପରୋପକାର ପାଇଁ କର, ଆଉ ଯଦି ଫିସ୍ ନେଇ କରିବ ତେବେ ?
ପ୍ରଶ୍ନକର୍ତ୍ତା : ଅସୁବିଧା ସୃଷ୍ଟି ହେବ ।
ଦାଦାଶ୍ରୀ : ଏ କୋର୍ଟରେ ଫିସ୍ ନିଅନ୍ତି । ଶହେ ଟଙ୍କା ପଡ଼ିବ, ଦେଢ଼ଶହ ଟଙ୍କା ଦେବାକୁ ପଡ଼ିବ । ତେବେ କହିବେ ‘ସାହେବ, ଦେଢ଼ଶହ ନିଅନ୍ତୁ ।’ କିନ୍ତୁ ପରୋପକାରର କାନୁନ ତ ଲାଗେ ନାହିଁ ନା ! ।
ପ୍ରଶ୍ନକର୍ତ୍ତା : ପେଟରେ ନିଆଁ ଲାଗିଥିବ ତେବେ ଏପରି କହିବାକୁ ହିଁ ପଡ଼େ ନା ? । ଦାଦାଶ୍ରୀ : ଏପରି ବିଚାର କରିବ ହିଁ ନାହିଁ । କୌଣସି ବି ପ୍ରକାର ପରୋପକାର କରିବ ନା, ତେବେ ତୁମକୁ କିଛି ଅସୁବିଧା ଆସିବ ନାହିଁ, ଏବେ ଲୋକମାନଙ୍କୁ କ’ଣ ହେଉଛି ? ଏବେ ଅଧୁରା ବୁଝି କରିବାକୁ ଯାଆନ୍ତି, ସେଥିପାଇଁ ଓଲଟା ‘ଇଫେକ୍ଟ’ ଆସେ । ସେଥିପାଇଁ ପୁଣି ମନରେ ଶ୍ରଦ୍ଧା ବସେ ନାହିଁ ଏବଂ ଉଠିଯାଏ । ଆଜି କରିବା ଆରମ୍ଭ କରେ ତେବେ ଦୁଇ-ତିନି ଅବତାରରେ ସେ ଠିକଣାରେ ଲାଗିବ, ଏହା ହିଁ ‘ସାଇନ୍ସ” ।
ଭଲ-ଖରାପଙ୍କ ପାଇଁ ପରୋପକାର ଏକ ସମାନ
ପ୍ରଶ୍ନକର୍ତ୍ତା : ମଣିଷ ଭଲ ପାଇଁ ପରୋପକାର କରେ, ଲୋକଙ୍କୁ କୁହେ ମଧ୍ୟ, କିନ୍ତୁ ସେ ଯେଉଁ ଭଲ ପାଇଁ କୁହେ, ତାହାକୁ ଲୋକେ ମୋ ନିଜ ଭଲ ପାଇଁ କହୁଛି’, ଏପରି ବୁଝିବା ପାଇଁ କେହି ପ୍ରସ୍ତୁତ ନାହାନ୍ତି, କ’ଣ କରାଯିବ ?