Book Title: Right Understanding To Help Others Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
୩୨
ସେବା-ପରୋପକାର ମୁଁ ସମ୍ଭାଳି ନିଏ ଆଉ ଯିଏ ନିଜର ହିଁ ସମ୍ଭାଳେ, ତା’କୁ ମୁଁ ତା’ ଉପରେ ଛାଡ଼ି ଦିଏ ।
ସଂସାରର କାମ କର, ତୁମ କାମ ହୋଇଚାଲିବ । ଜଗତର କାମ ଯଦି କରିବ, ତେବେ ତୁମ କାମ ମନକୁ ମନ ହୋଇ ଚାଲିବ ଆଉ ସେତେବେଳେ ତୁମକୁ ଆଶ୍ଚର୍ଯ୍ୟ ଲାଗିବ ।
ସଂସାରର ସ୍ଵରୂପ କିଭଳି ? ଜଗତର ପ୍ରତ୍ୟେକ ଜୀବ ମଧ୍ୟରେ ଭଗବାନ ବିରାଜମାନ ଅଛନ୍ତି, ଏଣୁ କୌଣସି ବି ଜୀବକୁ କିଛି ବି ତ୍ରାସ୍ (ଭୟ) ଦେବ, ଦୁଃଖ ଦେବ ତେବେ ଅଧର୍ମ ସୃଷ୍ଟି ହେବ । କୌଣସି ବି ଜୀବକୁ ସୁଖ ଦେବ ତେବେ ଧର୍ମ ସୃଷ୍ଟି ହେବ । ଅଧର୍ମର ଫଳ ତୁମ ଇଚ୍ଛାର ବିରୁଦ୍ଧ ଅଟେ ଏବଂ ଧର୍ମର ଫଳ ତୁମ ଇଚ୍ଛାନୁସାରେ ଅଟେ ।
‘ରିଲେଟିଭ ଧର୍ମ’, ତାହା ସଂସାର ମାର୍ଗ ଅଟେ । ସମାଜସେବାର ମାର୍ଗ । ଅଟେ । ମୋକ୍ଷମାର୍ଗ, ସମାଜସେବାରୁ ଉରେ, ସ୍ୱ-ରମଣତା ଅଟେ ।
। ଧର୍ମର ପ୍ରାରମ୍ଭ ମନୁଷ୍ୟ ଯେବେଠାରୁ କାହାକୁ ସୁଖ ପହଞ୍ଚାଇବା ଆରମ୍ଭ କଲା ସେବେଠାରୁ ଧର୍ମର ଆରମ୍ଭ ହେଲା । ନିଜର ସୁଖ ନୁହେଁ, କିନ୍ତୁ ସାମନାବାଲାର ଅସୁବିଧା କିପରି ଦୂର ହେବ, ଏହା ହିଁ ସର୍ବଦା ରୁହେ ସେହିଠାରେ କାରୁଣ୍ୟତାର ଆରମ୍ଭ ହୁଏ । ମୋତେ ପିଲାଦିନରୁ ହିଁ ସାମ୍ବାବାଲାର ଅସୁବିଧା ଦୂର କରିବାର ପଡ଼ିଥିଲା । ନିଜ ପାଇଁ ବିଚାର ମଧ୍ୟ ନ ଆସେ, ତାହା କାରୁଣ୍ୟତା କୁହାଯାଏ । ତାହାଦ୍ୱାରା ହିଁ ‘ଜ୍ଞାନ’ ପ୍ରକଟ ହୁଏ ।
ରିଟାୟର୍ ହେବାକୁ ଥିବ, ସେତେବେଳେ ଅନରାରୀ ପ୍ରେସିଡେଣ୍ଟ ହୁଏ । ଅନରାରୀ ଅମକ ହୁଏ । ଆରେ ମୁର୍ଖ ! ଆପଦ କାହିଁକି ଡାକି ଆଣୁଛୁ ? ଏବେ ରିଟାୟର୍ ହେବାର ଅଛି, ତଥାପି ? ଆପଦ ହିଁ ଛିଡ଼ା କରାଏ । ଏ ସବୁ ବିପଦ-ଆପଦ ଛିଡ଼ା କରିଛନ୍ତି ।
। ଆଉ ଯଦି ସେବା ନ ହୋଇପାରେ ତେବେ କାହାରିକୁ ଦୁଃଖ ନ ହେଉ ଏପରି ଦେବା ଉଚିତ । ପଛେ କ୍ଷତି କରି ଯାଇଥାଉ । କାହିଁକିନା ତାହା ପୂର୍ବର କିଛି

Page Navigation
1 ... 37 38 39 40 41 42 43 44 45 46 47 48