Book Title: Right Understanding To Help Others Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 37
________________ ସେବା-ପରୋପକାର ଦାଦାଶ୍ରୀ : ତେବେ କ’ଣ କରିବା ? ଏଥରେ ନ ରହିବା ତେବେ କ’ଣ କରିବା ? କୁହ ମୋତେ । ଏହା ମୁଁ କହୁଛି, ସେ ଲାଇନ ପସନ୍ଦ ଆସୁ ନାହିଁ ତେବେ ସେ ବ୍ୟକ୍ତି କ’ଣ କରିବ ? ସେଫ୍‌ସାଇଡ଼ବାଲା ଅଛି କିଛି ଜାଗା ? କିଛି ଅଛି ତ ମୋତେ ଦେଖାଅ । ୩୦ ପ୍ରଶ୍ନକର୍ତ୍ତା : ନା, ଏଭଳି ନୁହେଁ । କିନ୍ତୁ ଆମର ‘ଇଗୋ’ ତ ଅଛି ନା ? ଦାଦାଶ୍ରୀ : ଜନ୍ମରୁ ହିଁ ସମସ୍ତଙ୍କ ଠାରେ ‘ଇଗୋ’ ହିଁ ଅଟକାଏ, କିନ୍ତୁ ଆମକୁ ଅଟକିବାର ନାହିଁ । ‘ଇଗୋ’ ଅଛି, ସେ ପଛେ ଯେମିତି ନାଚୁ। ‘ଆମକୁ’ ନାଚିବା ଦରକାର ନାହିଁ । ଆମେ ତା’ଠାରୁ ଅଲଗା । ତାହା ଛଡ଼ା ଅନ୍ୟ ସବୁ, ଧାର୍ମିକ ମନୋରଞ୍ଜନ ଅର୍ଥାତ ଦୁଇଟି ଧର୍ମ ଅଛି, ତୃତୀୟ ଧର୍ମ ନାହିଁ । ଅନ୍ୟ ସବୁ ତ ଅର୍ନାମେଣ୍ଟ ଅଟେ ! ଅର୍ନାମେଣ୍ଟ ପୋର୍ଶନ୍ (ornament portion) ଆଉ ଲୋକେ ବାବାଃ କରନ୍ତି ! ଯେଉଁଠି ସେବା ନାହିଁ, କିଛି ବି ପ୍ରକାରର ସେବା ନାହିଁ, ଜଗତ ସେବା ନାହିଁ, ସେ ସବୁ ଧାର୍ମିକ ମନୋରଞ୍ଜନ ଅଟେ ଏବଂ ଅର୍ନାମେଣ୍ଟାଲ୍ ପୋର୍ଶନ୍ ଅଟେ ସବୁ । ବୁଦ୍ଧିର ଧର୍ମ ସେପର୍ଯ୍ୟନ୍ତ ସ୍ଵୀକାର କରାଯାଏ, ଯେପର୍ଯ୍ୟନ୍ତ ବୁଦ୍ଧି ସେବାଭାବି ଥବ, ଜୀବମାନଙ୍କୁ ସୁଖ ପହଞ୍ଚାଇବା ବାଲା ହୋଇଥ‌ିବ, ଏପରି ବୁଦ୍ଧି ଥିଲେ, ତାହା ଭଲ । ବାକି ଅନ୍ୟ ବୁଦ୍ଧି ବେକାର ଅଟେ । ଅନ୍ୟ ସବୁ ବୁଦ୍ଧି ବାନ୍ଧିଥାଏ ଓଲଟା । ବାନ୍ଧିକି ମାଡ଼ ଖୁଆଇ ଚାଲିଥାଏ ଆଉ ଯେଉଁଠି ଦେଖ, ସେଇଠି ଲାଭ-କ୍ଷତି ଦେଖୁଥାଏ । ବସ୍‌ରେ ଚଢୁ-ଚଢୁ ପ୍ରଥମେ ଦେଖୁନିଏ ଯେ ଜାଗା କେଉଁଠି ଅଛି ? ଏହିପରି ବୁଦ୍ଧି ଏଠି-ସେଠି ଭଟକାଇ ଚାଲିଥାଏ । ଅନ୍ୟମାନଙ୍କ ସେବା କରେ, ସେ ବୁଦ୍ଧି ଭଲ । ନହେଲେ ନିଜ ସେବା ଭଳି ବୁଦ୍ଧି ଅନ୍ୟ କିଛି ନାହିଁ । ଯିଏ ନିଜର ସେବା କରେ, ସେ ସାରା ସଂସାରର ସେବା କରୁଅଛି ।

Loading...

Page Navigation
1 ... 35 36 37 38 39 40 41 42 43 44 45 46 47 48