Book Title: Right Understanding To Help Others Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
ସେବା-ପରୋପକାର
ଜୀବନର ଧେୟ
ଯାହା ଦ୍ଵାରା କିଛି ମାତ୍ରାରେ ନିଜ ଧେୟ ପଥରେ ଆଗେଇ ପାରିବା । ଏ ବିନା ଧେୟର ଜୀବନର ତ କିଛି ଅର୍ଥ ହିଁ ନାହିଁ । ଡଲାର ଆସୁଛି ଆଉ ଖାଇ-ପିଇ ମଜା ଉଡ଼ାଉଛନ୍ତି ଆଉ ସାରାଦିନ ଚିନ୍ତା-ୱେରିଜ୍ କରୁଛନ୍ତି, ଏହାକୁ ଜୀବନର ଧେୟ କିପରି କୁହାଯିବ ? ମନୁଷ୍ୟ ଜୀବନ ମିଳିଛି, ତାହା ବୃଥା ଯାଏ, ତାହାର ଅର୍ଥ କ’ଣ ? ଏଣୁ ମନୁଷ୍ୟଜନ୍ମ ମିଳିବା ପରେ ନିଜ ଧେୟ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ କ’ଣ କରିବା ଉଚିତ ? ସଂସାରର ସୁଖ ଦରକାର, ଭୌତିକ ସୁଖ, ତେବେ ତୁମ ପାଖରେ ଯାହା କିଛି ଅଛି ତାହା ଲୋକମାନଙ୍କୁ ଦିଅ । କିଛି ବି ସୁଖ ଲୋକଙ୍କୁ ଦେବ, ତେବେ ତୁମେ ସୁଖର ଆଶା କରିପାରିବ । ନଚେତ ସୁଖ ତୁମକୁ ମିଳିବ ନାହିଁ ଆଉ ଯଦି ଦୁଃଖ ଦେବା ତେବେ ତୁମକୁ ଦୁଃଖ ମିଳିବ ।
ଏହି ଦୁନିଆର କାନୁନ ଗୋଟିଏ ବାକ୍ୟରେ ବୁଝିନିଅ, ଏହି ସଂସାରର ସମସ୍ତ ଧର୍ମର, ଯେ ଯଦି ମନୁଷ୍ୟକୁ ସୁଖ ଦରକାର ତେବେ ଅନ୍ୟ ଜୀବଙ୍କୁ ସୁଖ ଦିଆ ଆଉ ଦୁଃଖ ଦରକାର ତେବେ ଦୁଃଖ ଦିଅ । ଯାହା ଅନୁକୁଳ ହେଉଛି ତାହା ଦିଅ। ଏବେ କେହି କହିବ ଯେ ଆମେ ଲୋକଙ୍କୁ ସୁଖ କିପରି ଦେବୁ ? ଆମ ପାଖରେ ଟଙ୍କା ନାହିଁ । ତେବେ କେବଳ ଟଙ୍କା ଦ୍ଵାରା ଯେ ଦିଆ ଯାଇପାରେ ଏପରି ନୁହେଁ । ତା’ ସହ ଓବ୍ଲାଇଜିଙ୍ଗ ନେଚର ରଖ୍ ପାରିବା, ତା’ ପାଇଁ ଚକ୍କର ଲଗାଇ ପାରିବା, ତା’କୁ ଉପଦେଶ ଦେଇ ପାରିବା, ଅନେକ ପ୍ରକାରରେ ଓଲାଇଜ୍ କରିପାରିବା । । ଧର୍ମ ଅର୍ଥାତ୍ ଭଗବାନଙ୍କ ମୂର୍ତ୍ତି ପାଖରେ ବସି ରହିବା, ତାହାର ନାମ ଧର୍ମ ନୁହେଁ । ଧର୍ମ ତ, ନିଜ ଧେୟ ପର୍ଯ୍ୟନ୍ତ ପହଞ୍ଚିବା, ତାହାର ନାମ ଧର୍ମ । ସାଥେ-ସାଥେ ଏକାଗ୍ରତା ପାଇଁ ଆମେ ଯାହା କିଛି ବି ସାଧନ କରୁଛେ, ତାହା ଅଲଗା କଥା, କିନ୍ତୁ ଏଥିରେ ଏକାଗ୍ରତା କରିବ ତେବେ ସବୁ ଏକାଗ୍ର ହିଁ ଅଟେ ଏଥିରେ । ଓବ୍ଲାଇଜିଙ୍ଗ୍
ନେଚର୍ ରଖ, ସ୍ଥିର କରି ଯେ ଏବେ ମୋତେ ଲୋକଙ୍କୁ ଓବ୍ଲାଇଜ୍ ହିଁ କରିବାର ଅଛି, ତେବେ ତୁମଠାରେ ପରିବର୍ତ୍ତନ ଆସିଯିବ । ସ୍ଥିର କର ଯେ ମୋତେ ୱାଇଲ୍ଡନେସ୍( ଜଙ୍ଗଲିପଣିଆ) କରିବାର ନାହିଁ ।
ସାମ୍ବାବାଲା ୱାଇଲ୍ଡ( ଜଙ୍ଗଲି) ହୋଇଯାଏ, ତଥାପି ମୋତେ ହେବାର ନାହିଁ,

Page Navigation
1 ... 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48