Book Title: Right Understanding To Help Others Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 11
________________ ସେବା-ପରୋପକାର ଜୀବନରେ, ମହତ କାର୍ଯ୍ୟ ଏହି ଦୁଇଟି ଆଉ ଏହି ହିନ୍ଦୁସ୍ତାନର ମନୁଷ୍ୟଙ୍କ ଅବତାର କ’ଣ ପାଇଁ ? ନିଜର ଏ ବନ୍ଧନ, ଅନନ୍ତ ଜନ୍ମର ବନ୍ଧନରୁ ମୁକ୍ତି ହେତୁ ଅଟେ, ‘ଏବ୍‌ଲ୍ୟୁଟ୍’ ହେବା ପାଇଁ ଅଟେ ଆଉ ଯଦି ଏ ‘ଏବ୍‌ଲ୍ୟୁଟ୍’ ହେବାର ଜ୍ଞାନ ପ୍ରାପ୍ତ ନ ହୁଏ, ତେବେ ତୁ ଅନ୍ୟମାନଙ୍କ ପାଇଁ ବଞ୍ଚ । ଏହି ଦୁଇଟି ହିଁ କାର୍ଯ୍ୟ କରିବା ପାଇଁ ହିନ୍ଦୁସ୍ତାନରେ ଜନ୍ମ ହୁଏ । ଏ ଦୁଇ କାର୍ଯ୍ୟ କ’ଣ ଲୋକେ କରୁଥିବେ ? ଲୋକମାନେ ତ ଅପମିଶ୍ରଣ କରି ମନୁଷ୍ୟରୁ ପଶୁଗତିକୁ ଯିବାର କଳା ଖୋଜି ବାହାର କରିଛନ୍ତି । ସରଳତାର ଉପାୟ ପ୍ରଶ୍ନକର୍ତ୍ତା : ଜୀବନକୁ ସାତ୍ତ୍ଵିକ ଏବଂ ସରଳ କରିବାର ଉପାୟ କ’ଣ ? ଦାଦାଶ୍ରୀ : ତୋ ପାଖରେ ଯେତିକି ଅଛି ସେତିକି ଲୋକଙ୍କୁ ଦେଇ ଚାଲ, ଓବ୍‌ଲାଇଜିଙ୍ଗ୍ ନେଚର ରଖ୍ । ଆପେ ଆପେ ଜୀବନ ସାତ୍ତ୍ଵିକ ହେବାକୁ ଲାଗିବ । ଓବ୍‌ଲାଇଜିଙ୍ଗ୍ ନେଚର୍‌ କରିଛୁ ତୁ ? ତୋତେ ଓବ୍‌ଲାଇଜିଙ୍ଗ୍ ନେଚର୍ ଭଲ ଲାଗେ ? ପ୍ରଶ୍ନକର୍ତ୍ତା : କିଛି ଅଂଶ ପର୍ଯ୍ୟନ୍ତ କରିଛି ! ଦାଦାଶ୍ରୀ : ତାହା ଅଧିକ ଅଂଶରେ କରିବା, ତେବେ ଅଧିକ ଫାଇଦା ହେବ । ଓବ୍‌ଲାଇଜ୍ ହିଁ କରି ଚାଲ । କାହା ପାଇଁ ଘୁରିବୁଲି, ଚକ୍କର ଲଗାଇ, ଟଙ୍କା ସିଲାଇ ଦେବା, ଏହିପରି ଓବ୍‌ଲାଇଜ୍ ଦେଇ, କେଉଁ ଦୁଃଖୀ ପାଇଁ ଦୁଇ କପଡ଼ା କରିବ । ଭଗବାନ କୁହନ୍ତି ଯେ ମନ-ବଚନ-କାୟା ଏବଂ ଆତ୍ମା(ପ୍ରତିଷ୍ଠିତ ଆତ୍ମା)ର ଉପଯୋଗ ଅନ୍ୟ ପାଇଁ କର । ପୁଣି ଯଦି ତୋତେ କିଛି ବି ଦୁଃଖ ଆସେ ତେବେ ମୋତେ କହିବୁ। ଧର୍ମର ପ୍ରାରମ୍ଭ ହିଁ ‘ ଓବ୍‌ଲାଇଜିଙ୍ଗ୍ ନେଚର୍’ ରୁ ହୋଇଥାଏ । ତୁମେ ନିଜ ଘରର ଅନ୍ୟଙ୍କୁ ଦିଅ, ସେଠାରେ ହିଁ ଆନନ୍ଦ ଥାଏ । ତେବେ ଲୋକେ ନେଇଯିବା ଶିଖନ୍ତି ! ତୁମେ ନିଜ ପାଇଁ କିଛି ବି କର ନାହିଁ । ଲୋକଙ୍କ ପାଇଁ ହିଁ କରିବ ତେବେ ନିଜ ପାଇଁ କିଛି ବି କରିବାକୁ ପଡ଼ିବ ନାହିଁ ।

Loading...

Page Navigation
1 ... 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48