Book Title: Right Understanding To Help Others Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 21
________________ ୧୪ ସେବା-ପରୋପକାର ମାନବସେବା, ସାମାଜିକ ଧର୍ମ ପ୍ରଶ୍ନକର୍ତ୍ତା : କିନ୍ତୁ ବ୍ୟବହାରରେ ଏପରି ହୁଏ ନା ଯେ ଦୟା ଭାବ ରୁହେ, ସେବା ରୁହେ, କାହା ପ୍ରତି ସ୍ନେହ ରୁହେ ଯେ କିଛି କରି ପାରେ, କାହାକୁ ଚାକିରୀ ଦେବା, ଅସୁସ୍ଥ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା । ଏସବୁ କ୍ରିୟା ଏକ ପ୍ରକାରର ବ୍ୟବହାର ଧର୍ମ ହିଁ ହେଲା ନା ? ଦାଦାଶ୍ରୀ : ତାହା ତ ସବୁ ସାମାନ୍ୟ କର୍ତ୍ତବ୍ୟ ଅଟେ । ପ୍ରଶ୍ନକର୍ତ୍ତା : ତେବେ ମାନବ ସେବା ତାହା ତ ଏକ ଦିଗରୁ ବ୍ୟବହାରିକ ହେଲା, ଏହା ହିଁ ବୁଝିବୁ ନା ? ତାହା ତ ବ୍ୟବହାର ଧର୍ମ ହେଲା ନା ? ଦାଦାଶ୍ରୀ : ତାହା ବ୍ୟବହାର ଧର୍ମ ବି ନୁହେଁ, ତାହା ତ ସମାଜ ଧର୍ମ କୁହାଯାଏ । ଯେଉଁ ସମାଜକୁ ଅନୁକୁଳ ହେଉଥବ, ସେହି ଲୋକଙ୍କୁ ଅନୁକୁଳ ପଡ଼ିବ ଏବଂ ସେହି ସେବା କେଉଁ ଅଲଗା ସମାଜକୁ ଦେବାକୁ ଯିବା, ତେବେ ତାହା ପ୍ରତିକୂଳ ପଡ଼ିବ । ଏଣୁ ବ୍ୟବହାର ଧର୍ମ କେବେ କୁହାଯାଏ ଯେ ଯେବେ ସମସ୍ତଙ୍କୁ ଏକାଭଳି ଲାଗେ ସେତେବେଳେ ! ଆଜି ପର୍ଯ୍ୟନ୍ତ ଯାହା ତୁମେ କରିଛ, ତାହା ସମାଜସେବା ଅଟେ । ପ୍ରତ୍ୟେକଙ୍କ ସମାଜସେବା ଅଲଗା ପ୍ରକାରର ହୋଇଥାଏ । ପ୍ରତ୍ୟେକ ସମାଜ ଅଲଗା ପ୍ରକାରର, ସେହିଭଳି ସେବା ମଧ୍ଯ ଅଲଗା ପ୍ରକାରର ହୋଇଥାଏ । ଲୋକସେବା, ବିଗିନ୍ସ ଫ୍ରମ୍ ହୋମ୍ ପ୍ରଶ୍ନକର୍ତ୍ତା : ଯେଉଁମାନେ ଲୋକସେବା କରୁଛନ୍ତି, ସେମାନେ କ’ଣ ପାଇଁ : କରୁଥ‌ିବେ ? ଦାଦାଶ୍ରୀ : ତାହା ତ ଭାବନା ଭଲ । ଲୋକମାନଙ୍କର କିପରି ଭଲ ହେବ, ସେହି ଇଚ୍ଛା। ମନୋଭାବ ଭଲ ହୋଇଥବ ତେବେ ନା ! ତାହା ତ ଭାବନା–ମନୋଭାବ ଳୋକଙ୍କ ପ୍ରତି, ଯେ ଲୋକଙ୍କୁ ଯେଉଁ ଦୁଃଖ ହେଉଛି ତାହା ନ ହେଉ, ଏପରି ଭାବନା ଅଛି ତା ପଛରେ । ବହୁତ ଉଚ୍ଚ ଭାବନା । କିନ୍ତୁ ଲୋକସେବକ ମାନଙ୍କର ମୁଁ ଏହା ଦେଖୁଛି ଯେ ସେବକଙ୍କ ଘରେ ଯାଇ

Loading...

Page Navigation
1 ... 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48