Book Title: Right Understanding To Help Others Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 24
________________ ସେବା-ପରୋପକାର ୧୭ କର ନା, ଏବେ ଲରୀ ଇତ୍ୟାଦି ଆଣି ଦିଅ ଏ ସବୁ ଗରିବମାନଙ୍କୁ । ସେମାନଙ୍କୁ କ’ଣ କିଛି ବଡ଼ ବ୍ୟାପାର କରିବାର ଆବଶ୍ୟକତା ଅଛି ? ଗୋଟିଏ ଲରୀ ଆଣିଦେବ, ତେବେ ସନ୍ଧ୍ୟା ଭିତରେ କୋଡ଼ିଏ ଟଙ୍କା ରୋଜଗାର କରିଦେବେ । ତୁମକୁ କେମିତି ଲାଗୁଛି ? ତାଙ୍କୁ ଏପରି ଆଣିଦେବା ତେବେ ଆମେ ପକ୍କା ଜୈନ ନା ନୁହେଁ ? ଏପରି ଅଟେ, ଅଗରବତୀ ମଧ୍ୟ ଜଳୁ-ଜଳୁ ସୁଗନ୍ଧ ଦେଇ ଜଳେ, ନୁହେଁ ? ସାରା ରୁମ୍ ସୁଗନ୍ଧବାଲା କରି ଯାଏ ନା! ତେବେ କ’ଣ ଆମଦ୍ଵାରା ସୁଗନ୍ଧ ହେବ ନାହିଁ ? ଏପରି କାହିଁକି ହେବ ? ମୁଁ ତ ପଚିଶ-ତିରିଷ ବର୍ଷ ବୟସରେ ବି ଅଂହକାର କରୁଥୁଲି ଆଉ ତାହା ବି ବିଚିତ୍ର ପ୍ରକାରର ଅହଂକାର କରୁଥୁଲି । ଏ ବ୍ୟକ୍ତି ମୋତେ ଭେଟେ ଆଉ ତା’କୁ ଯଦି ଲାଭ ନ ହୁଏ ତେବେ ମୋ ଭେଟିବା ବୃଥା ଥିଲା । ଏଣୁ ପ୍ରତ୍ୟେକ ମଣିଷଙ୍କୁ ମୋ ଦ୍ଵାରା ଲାଭ ପ୍ରାପ୍ତ ହୋଇଥିଲା । ମୁଁ ମିଳିଲି ଆଉ ଯଦି ତା’କୁ ଲାଭ ହେବ ନାହିଁ ତେବେ କେଉଁ କାମର ? ଆମ୍ବଗଛ କ’ଣ କୁହେ ଯେ କେହି ମୋତେ ଭେଟିଲା ଏବଂ ଆମ୍ବର ମୌସମ ହୋଇଥବ ଆଉ ଯଦି ସାମ୍ନାବାଲାକୁ ଲାଭ ନ ହୁଏ ତେବେ ମୁଁ ଆମ୍ବ ହିଁ ନୁହେଁ । ପଛେ ଛୋଟ ହୋଇଥୁବ ତେବେ ଛୋଟ, ତୋତେ ଯେମିତି ଠିକ ଲାଗେ ସେମିତି, କିନ୍ତୁ ତୋତେ ତାହାର ଲାଭ ତ ହେବ ନା ! ସେ ଆମ୍ବଗଛ କିଛି ଲାଭ ଉଠାଏ ନାହିଁ । ଏପରି କିଛି ବିଚାର ତ ହେବା ଉଚିତ ନା । ଏ ଏପରି ମଣିଷତ୍ଵ କ’ଣ ପାଇଁ ହୋଇଥ‌ିବ ? ଏପରି ବୁଝାଇବା, ତେବେ ସବୁ ସମଝଦାର ଅଟନ୍ତି । ଏହା ତ ବୁଝିଗଲି, ସେ ଏପରି କଲା, ଚାଲିଲା ଗାଡ଼ି । ତୁମକୁ କ’ଣ ଲାଗୁଛି ? ପ୍ରଶ୍ନକର୍ତ୍ତା : ହଁ, ଆପଣ ଯେଉଁ କହୁଛନ୍ତି, ସେପରି ମହାଜନଙ୍କର ସଂସ୍ଥା ସବୁ ଜାଗାରେ ଥିଲା । ଦାଦାଶ୍ରୀ : କିନ୍ତୁ ଏବେ ତ ସେମାନେ ମଧ୍ଯ ଅସୁବିଧାରେ ପଡ଼ିଛନ୍ତି ନା ! ଅର୍ଥାତ କାହାର ଦୋଷ ନାହିଁ I ହେବାର ଥିଲା ତାହା ହୋଇଗଲା, କିନ୍ତୁ ଏବେ ଏପରି ବିଚାର ଦ୍ଵାରା ସୁଧାରିବା ତେବେ ଏବେ ବି ସୁଧୁରି ପାରେ ଆଉ ବିଗିଡ଼ି ଯାଇଥବାକୁ ସୁଧାରିବା, ତାହାର ନାମ ହିଁ ଧର୍ମ । ଯିଏ ସୁଧୁରି ସାରିଛି, ତା’କୁ ତ ସୁଧାରିବା ପାଇଁ ପ୍ରସ୍ତୁତ ଥାଆନ୍ତି ସମସ୍ତେ, କିନ୍ତୁ ବିଗିଡ଼ି ଯାଇଛି ତା’କୁ ସୁଧାରିବା, ତାହାର ନାମ ଧର୍ମ ।

Loading...

Page Navigation
1 ... 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48