Book Title: Right Understanding To Help Others Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 25
________________ ୧୮ ସେବା-ପରୋପକାର ମାନବସେବା ହଁ ପ୍ରଭୁସେବା ପ୍ରଶ୍ନକର୍ତ୍ତା : ମାନବସେବା, ତାହା ତ ପ୍ରଭୁସେବା ଅଟେ ନା ? ଦାଦାଶ୍ରୀ : ନା, ପ୍ରଭୁସେବା ନୁହେଁ । ଅନ୍ୟର ସେବା କେତେବେଳେ କରନ୍ତି ? ନିଜକୁ ଭିତରେ ଦୁଃଖ ହୁଏ । ତୁମକୁ କେଉଁ ମଣିଷ ଉପରେ ଦୟା ଆସେ, ସେତେବେଳେ ତା’ର ସ୍ଥିତି ଦେଖ୍ ତୁମକୁ ଭିତରେ ଦୁଃଖ ହୁଏ ଆଉ ସେହି ଦୁଃଖ ଦୂର କରିବା ପାଇଁ ତୁମେ ଏସବୁ ସେବା କର । ଅର୍ଥାତ ଏସବୁ ନିଜର ଦୁଃଖ ଦୂର କରିବା ପାଇଁ । ଏକ ମଣିଷକୁ ଦୟା ବହୁତ ଆସେ । ସେ କୁହେ ଯେ ମୁଁ ଦୟା କରି ଏ ଲୋକମାନଙ୍କୁ ଏହା ଦେଇଦେଲି, ତାହା ଦେଇଦେଲି..., ନା, ଆରେ, ତୋ ଦୁଃଖ ଦୂର କରିବା ପାଇଁ ଏ ଲୋକମାନଙ୍କୁ ତୁ ଦେଉ । ତୁମକୁ ବୁଝା ପଡ଼ିଲା ଏ କଥା ? ଏହା ବହୁତ ଗହନ କଥା ଅଟେ, ଏହା ସାମାନ୍ୟ କଥା ନୁହେଁ । ନିଜ ଦୁଃଖ ଦୂର କରିବା ପାଇଁ ଦିଏ । କିନ୍ତୁ ସେ ଜିନିଷ ଭଲ ଅଟେ । କାହାକୁ ଦେବ ତେବେ ପୁଣି ତୁମେ ପାଇବ । ପ୍ରଶ୍ନକର୍ତ୍ତା : କିନ୍ତୁ ଜନତା ଜନାର୍ଦ୍ଦନଙ୍କ ସେବା ତାହା ଭଗବତ ସେବା ଅଟେ ନା ପୁଣି ଅପୂର୍ଣକୁ ମୂର୍ଣ ରୂପ ଦେଇ ପୂଜା କରିବା, ତାହା ? ଦାଦାଶ୍ରୀ : ଜନତା ଜନାର୍ଦ୍ଦନଙ୍କ ସେବା କରିବା ଦ୍ଵାରା ଆମକୁ ସଂସାରର ସବୁ ସୁଖ ମିଳେ, ଭୌତିକ ସୁଖ, ଆଉ ଧୀରେ-ଧୀରେ, ସ୍ଟେପ୍ ବାଇ ସ୍ଟେପ୍, ମୋକ୍ଷ ଆଡ଼କୁ ଯାଆନ୍ତି । କିନ୍ତୁ ତାହା ପ୍ରତ୍ୟେକ ଅବତାରରେ ଏପରି ହୁଏ ନାହିଁ । କେବେ କେଉଁ ଅବତାରରେ ସଂଯୋଗ ମିଳିଯାଏ । କିନ୍ତୁ, ପ୍ରତ୍ୟେକ ଅବତାରରେ ହୁଏ ନାହିଁ, ଏଣୁ ତାହା ସିଦ୍ଧାନ୍ତ ରୂପ ନୁହେଁ । ...କଲ୍ୟାଣର ଶ୍ରେଣୀ ହିଁ ଭିନ୍ନ จู๋ I ସମାଜ କଲ୍ୟାଣ କରନ୍ତି, ତାହା କିଛି ଜଗତର କଲ୍ୟାଣ କଲା କୁହାଯିବ ନାହିଁ । ତାହା ତ ଏକ ସାଂସାରିକ ଭାବ । ସେସବୁ ସମାଜ କଲ୍ୟାଣ କୁହାଯାଏ । ତାହା ଯେତିକି ଯାହାଦ୍ଵାରା ହୋଇପାରେ ସେତିକି କରନ୍ତି, ସେ ସବୁ ସ୍କୁଳ ଭାଷା କୁହାଯାଏ, ଆଉ ଜଗତ କଲ୍ୟାଣ କରିବା, ତାହା ତ ସୂକ୍ଷ୍ମ ଭାଷା, ସୂକ୍ଷ୍ମତର ଏବଂ ସୂକ୍ଷ୍ମତମ ଭାଷା

Loading...

Page Navigation
1 ... 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48