Book Title: Right Understanding To Help Others Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 28
________________ ସେବା-ପରୋପକାର ପ୍ରଶ୍ନକର୍ତ୍ତା : ହେବ । ଦାଦାଶ୍ରୀ : ଏତିକି କର ନା ! ସମାଜ ସେବାର ଅର୍ଥ କ’ଣ ? ତାହା ବହୁତ ସାରା ‘my’ ନଷ୍ଟ କରିଦିଏ । my' (ମୋର) ଯଦି ସମ୍ପୂର୍ଣ୍ଣ ସମାପ୍ତ ହୋଇଯାଏ ତେବେ ନିଜେ ପରମାତ୍ମା ଅଟେ ! ତା’କୁ ପୁଣି ସୁଖ ବଢିବ( ରହିବ) ନା ! । ସେବାରେ ଅହଂକାର ପ୍ରଶ୍ନକର୍ତ୍ତା : ତେବେ ଏହି ଜଗତ ପାଇଁ ଆମକୁ କିଛି ବି କରିବାକୁ ରୁହେ ନାହିଁ ? ଦାଦାଶ୍ରୀ : ତୁମକୁ କରିବାକୁ ଥିଲା ହିଁ ନାହିଁ, ଏ ତ ଅହଂକାର ଛିଡ଼ା ହୋଇ ଯାଇଛି । ଏ ମନୁଷ୍ୟ ଏକା ହିଁ ଅହଂକାର କରୁଛନ୍ତି, କର୍ତ୍ତାପଣର । । ପ୍ରଶ୍ନକର୍ତ୍ତା : ଏ ଭଉଣୀ ଡାକ୍ତର ଅଛନ୍ତି । ଏକ ଗରିବ ‘ପେସେଣ୍ଟ’ ଆସେ, ତା’ ପ୍ରତି ଅନୁକମ୍ପା ହୁଏ, ସେବା ଶୁଶ୍ରୁଷା କରେ । ଆପଣଙ୍କ କହିବା ଅନୁସାରେ ତ ପୁଣି ଅନୁକମ୍ପା କରିବାର କିଛି ପ୍ରଶ୍ନ ହିଁ ରହୁନାହିଁ ନା ? ଦାଦାଶ୍ରୀ : ସେ ଅନୁକମ୍ପା ବି ପ୍ରାକୃତିକ ଅଟେ, କିନ୍ତୁ ପୁଣି ଅହଂକାର କରେ ଯେ ମୁଁ କିଭଳି ଅନୁକମ୍ପା କଲି ! ଅହଂକାର ନ କରେ ତେବେ କିଛି ଅସୁବିଧା ନାହିଁ । କିନ୍ତୁ ଅହଂକାର କରିବା ବିନା ରୁହେ ନାହିଁ ନା ! | । ସେବାରେ ସମର୍ପଣତା । ପ୍ରଶ୍ନକର୍ତ୍ତା : ଏହି ସଂସାରର ସେବାରେ ପରମାତ୍ମାଙ୍କ ସେବାର ଭାବ ରଖ୍ ସେବା କଲେ, ତାହା କର୍ତ୍ତବ୍ୟ କୁହାଯିବ ନା ? । ଦାଦାଶ୍ରୀ : ହଁ, ତାହାର ଫଳ ପୁଣ୍ୟ ମିଳେ, ମୋକ୍ଷ ମିଳେ ନାହିଁ । । ପ୍ରଶ୍ନକର୍ତ୍ତା : ତାହାର ଶ୍ରେୟ ସାକ୍ଷାତ୍କାରୀ ପରମାତ୍ମାଙ୍କୁ ସମର୍ପି ଦେଲେ, ତଥାପି ମୋକ୍ଷ ମିଳିବ ନାହିଁ ?

Loading...

Page Navigation
1 ... 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48