Book Title: Right Understanding To Help Others Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
ସେବା-ପରୋପକାର
। ୧୩ । ନୂଆ ଧେୟ ଆଜିର, ରିଏକ୍ସନ ପୂର୍ବର ପ୍ରଶ୍ନକର୍ତ୍ତା : ତେବେ କ’ଣ ପରୋପକାର ପାଇଁ ହିଁ ବଞ୍ଚିବା ଉଚିତ ?
ଦାଦାଶ୍ରୀ : ହଁ, ପରୋପକାର ପାଇଁ ହିଁ ବଞ୍ଚିବା ଉଚିତ । କିନ୍ତୁ ତୁମେ ଏମିତି ଏବେ ତୁରନ୍ତ ଲାଇନ ବଦଳାଇବ ତେବେ ଏପରି କରିବା ବେଳେ ପୂର୍ବର ରିଏକ୍ସନ ଆସେ । ଏଣୁ ପୁଣି ତୁମେ ହତୋତ୍ସାହ ହୋଇଯାଅ ଯେ ଏ ତ ମୋତେ ଏବେ ବି ସହନ କରିବାକୁ ପଡୁଛି ! ମାତ୍ର ଅଳ୍ପ ସମୟ ସହନ କରିବାକୁ ପଡ଼ିବ, ତା’ପରେ ତୁମକୁ କିଛି ଦୁଃଖ ରହିବ ନାହିଁ । କିନ୍ତୁ ଏବେ ତ ନୂଆ ରୂପରେ ନୂଆ ଲାଇନ ଧରୁଛି, ଏଣୁ ପୂର୍ବ ରିଏକ୍ସନ ତ ଆସିବ ନିଶ୍ଚୟ । ଆଜି ପର୍ଯ୍ୟନ୍ତ ଯେଉଁ ଓଲଟା କରିଥିଲ, ତାହାର ଫଳ ତ ଆସିବ ନା ?
ଅନ୍ତତଃ ଉପକାର ନିଜ ଉପରେ ହିଁ କରିବାର ଅଛି
। ସର୍ବଦା କାହା ଉପରେ ଉପକାର କରିଥିବ, କାହାର ଫାଇଦା କରିଥିବ, କାହାପାଇଁ ବଞ୍ଚିଥିବ, ସେତିକି ଆମକୁ ଲାଭ ହୋଇଥାଏ । ମାତ୍ର ତାହା ଭୌତିକ ଲାଭ ହୋଇଥାଏ । ତାହାର ଭୌତିକ ଫଳ ମିଳିବ ।
ପ୍ରଶ୍ନକର୍ଷା : କାହା ଉପରେ ଉପକାର କରିବା ଅପେକ୍ଷା ନିଜ ଉପରେ ଉପକାର କଲେ ?
। ଦାଦାଶ୍ରୀ : ବାସ୍, ନିଜ ଉପରେ ଉପକାର କରିବା ପାଇଁ ହିଁ ସବୁ କରିବାର ଅଛି । ଯଦି ନିଜ ଉପରେ ଉପକାର କରେ ତେବେ ତା’ର କଲ୍ୟାଣ ହୋଇଯାଏ, ମାତ୍ର ସେଥିପାଇଁ ନିଜେ ନିଜକୁ ନିଜ ଆତ୍ମାକୁ) ଚିହ୍ନିବାକୁ ପଡ଼ିବ । ସେପର୍ଯ୍ୟନ୍ତ ଲୋକଙ୍କ ଉପରେ ଉପକାର କରୁଥାଅ, ମାତ୍ର ତାହାର ଭୌତିକ ଫଳ ମିଳୁଥିବ । ଆମେ ନିଜକୁ ଚିହ୍ନିବା ପାଇଁ ଆମେ କିଏ’ ଏହା ଜାଣିବାକୁ ହେବ । ବାସ୍ତବରେ ଆମେ ନିଜେ ଶୁଦ୍ଧାମା । ତୁମେ ତ ଆଜି ପର୍ଯ୍ୟନ୍ତ ‘ମୁଁ ଚନ୍ଦୁଭାଇ ଅଟେ’ ଏତିକି ହିଁ ଜାଣିଛ ନା ଆଉ କିଛି ଜାଣିଛ ? ଏ ‘ଚନ୍ଦୁଭାଇ ତାହା ମୁଁ ହିଁ ଅଟେ ଏପରି କହିବ । ୟାର ପତି, ୟାର ମାମୁଁ, ୟାର ଚାଚା, ଏପରି ସବୁ ଶୃଙ୍ଖଳା ! ଏହିଭଳି ହିଁ ନା ? ଏହି ଜ୍ଞାନ ତୁମ ପାଖରେ ଅଛି ନା ? ତା’ ଆଗକୁ ଯାଇ ନାହଁ ନା ?

Page Navigation
1 ... 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48