Book Title: Right Understanding To Help Others Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
ସେବା-ପରୋପକାର
| ଭାବରେ ତ ଶତ ପ୍ରତିଶତ
କୌଣସି ବୃକ୍ଷ ନିଜ ଫଳ ନିଜେ ଖାଏ ? ନା । ଏଣୁ ଏ ବୃକ୍ଷ ମଣିଷକୁ ଉପଦେଶ ଦିଅନ୍ତି ଯେ ତୁମେ ନିଜ ଫଳ ଅନ୍ୟଙ୍କୁ ଦିଅ । ତୁମକୁ ପ୍ରକୃତି ଦେବ । ନିମ୍ବ ପିତା ଲାଗେ ଅବଶ୍ୟ, କିନ୍ତୁ ଲୋକେ ତଥାପି ଲଗାନ୍ତି । କାହିଁକିନା ତା’ର ଅନ୍ୟ ଲାଭ ଅଛି । ନଚେତ ଚାରା ଉପାଡ଼ି ଦିଅନ୍ତେ । କିନ୍ତୁ ତାହା ଅନ୍ୟ ପ୍ରକାରେ ଲାଭକାରୀ ଅଟେ । ତାହା ଶରୀରକୁ ଶୀତଳତା ଦିଏ, ତା’ ଔଷଧ ହିତକାରୀ ଅଟେ, ତା’ ରସ ହିତକାରୀ ଅଟେ । ସତ୍ୟଯୁଗରେ ଲୋକେ ସାମ୍ବାବାଲାକୁ ସୁଖ ପହଞ୍ଚାଇବାର ହିଁ ପ୍ରୟୋଗ କରୁଥିଲେ । ସାରାଦିନ ‘କାହାକୁ ଓଲ୍ଲାଇଜ୍ କରିବି? ଏହିପରି ବିଚାର ଆସୁଥିଲା ।
। ବାହାରେ କମ ହେଲେ ଅସୁବିଧା ନାହିଁ, କିନ୍ତୁ ଆମ ଭିତରର ଭାବ ତ ହେବା ଉଚିତ ଯେ ମୋ ପାଖରେ ଟଙ୍କା ଅଛି, ତେବେ ମୋତେ କାହାର ଦୁଃଖ କମ କରିବା ଉଚିତ । ଅକଲ ଥିବ, ତେବେ ମୋତେ ଅକଲ ଦ୍ବାରା କାହାକୁ ଠିକ କଥା ବୁଝାଇ ମଧ୍ୟ ତା’ ଦୁଃଖ କମ କରିବାର ଅଛି । ନିଜ ପାଖରେ ଯେଉଁ ହତିଆର ବାକି ଥିବ ସେଥିରେ ହେଳ୍ପ କରିବ, ନଚେତ ଓବୁଲାଇଜିଙ୍ଗ ନେଚର୍ ତ ରଖୁବ ନିଶ୍ଚୟ । ଓଲାଇଜିଙ୍ଗ୍ ନେଚର୍ ମାନେ କ’ଣ ? ଅନ୍ୟ ପାଇଁ କରିବାର ସ୍ୱଭାବ !
। ଓବ୍ଲାଇଜିଙ୍ଗ୍ ନେଚର ଥିବ, ତେବେ କେତେ ସୁନ୍ଦର ସ୍ୱଭାବ ହୋଇଥାଏ ! ଟଙ୍କା ଦେବା ହିଁ ଓବଲାଇଜିଙ୍ଗ ନେଚର୍ ନୁହେଁ । ଟଙ୍କା ତ ଆମ ପାଖରେ ଥାଇପାରେ ନଥାଇ ବି ପାରେ । କିନ୍ତୁ ଆମର ଇଚ୍ଛା, ଏପରି ଭାବନା ହେଉ ଯେ ୟାକୁ କିପରି ହେ କରିବି । ଆମ ଘରକୁ କେହି ଆସିଥିବ, ତା’କୁ କେମିତି କିଛି ସାହାଯ୍ୟ କରିବି, ଏପରି ଭାବନା ହେବା ଉଚିତ । ଟଙ୍କା ଦେବା ବା ନ ଦେବା, ତାହା ତୁମ ଶକ୍ତି ଅନୁସାରେ ।
। ଟଙ୍କା ଦ୍ଵାରା ହିଁ ଓଲ୍ଲାଇଜ୍ କରିହୁଏ ଏପରି କିଛି ନୁହେଁ । ତାହା ତ ଦେବାବାଲାର ଶକ୍ତି ଉପରେ ନିର୍ଭର କରେ । ଖାଲି ମନରେ ଭାବ ରଖୁବାର ଅଛି ଯେ କିଭଳି ‘ ଓଲ୍ଲାଇଜ୍ କରିବି ? ଏତିକି କେବଳ ରହୁଥିବ, ସେତିକି ଦେବାର ଅଛି ।

Page Navigation
1 ... 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48