Book Title: Right Understanding To Help Others Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 16
________________ ସେବା-ପରୋପକାର ହୁଅନ୍ତି ? ସେମାନେ ତ କେବେ ଆଗ-ପଛ ହୁଅନ୍ତି ହିଁ ନାହିଁ । ସେମାନଙ୍କୁ କେବେ ଏପରି ହୁଏ ନାହିଁ ଯେ ଏଠାରୁ ଏକ ମାଇଲ ଦୂରରେ ବିଶ୍ଵାମିତ୍ରୀ ନଦୀ ଅଛି, ତେବେ ସେଠାକୁ ଯାଇ ପାଣି ପିଇ ଆସେ ! ପ୍ରାମାଣିକତା ଏବଂ ପାରସ୍ପରିକ ‘ ଓବୁଲାଇଜିଙ୍ଗ ନେଚର୍’ । ବାସ୍, ଏତିକି ହିଁ ଦରକାର । ପରସ୍ପର ଉପକାର କରିବା, ଏତିକି ହିଁ ମନୁଷ୍ୟ ଜୀବନର ବଡ଼ ଉପଲବ୍ଧ ଅଟେ ! ଏହି ସଂସାରରେ ଦୁଇ ପ୍ରକାରର ଲୋକଙ୍କୁ ଚିନ୍ତା ହୁଏ ନାହିଁ, ଏକ ଜ୍ଞାନୀପୁରୁଷଙ୍କୁ ଏବଂ ଅନ୍ୟଟି ପରୋପକାରୀକୁ । । ପରୋପକାରର ପ୍ରକୃତ ରୀତି ପ୍ରଶ୍ନକର୍ତ୍ତା : ଏହି ସଂସାରରେ ଉତ୍ତମ କାର୍ଯ୍ୟ କାହାକୁ କୁହାଯାଏ ? ତାହାର । ପରିଭାଷା ଦିଆଯାଇ ପାରିବ ? ଦାଦାଶ୍ରୀ = ହଁ, ଉତ୍ତମ କାର୍ଯ୍ୟ ତ ଏ ଗଛ ସବୁ କରୁଛନ୍ତି । ସେମାନେ ବିକୁଲ ଉତ୍ତମ କାର୍ଯ୍ୟ କରୁଛନ୍ତି । କିନ୍ତୁ ସେମାନେ ନିଜେ କର୍ତା ଭାବରେ ନାହାନ୍ତି । ଏ ଗଛ ଜୀବନ୍ତ ଅଟନ୍ତି । ସମସ୍ତେ ଅନ୍ୟମାନଙ୍କ ପାଇଁ ନିଜ ଫଳ ଦିଅନ୍ତି । ତୁମେ ତୁମ ଫଳ ଅନ୍ୟମାନଙ୍କୁ ଦେଇ ଦିଅ । ତୁମକୁ ତୁମ ଫଳ ମିଳିଚାଲିବ । ତୁମର ଯେଉଁ ଫଳ ଉତ୍ପନ୍ନ ହେବ- ଦୈହିକ ଫଳ, ମାନସିକ ଫଳ, ବାଚକ ଫଳ, ‘ଫ୍ରି ଅଫ୍ କଷ୍ଟ ଲୋକଙ୍କୁ ଦେଇଚାଲ ତେବେ ତୁମକୁ ତୁମର ପ୍ରତ୍ୟେକ ବସ୍ତୁ ମିଳିଯିବ । ତୁମ ଜୀବନର ଆବଶ୍ୟକତାରେ କିଞ୍ଚିତ ମାତ୍ର ଅସୁବିଧା ଆସିବ ନାହିଁ ଆଉ ଯେବେ ସେ ଫଳ ତୁମେ ନିଜେ ନିଜେ ଖାଇଯିବ ତେବେ ଅସୁବିଧା ଆସିବ । ଯଦି ଆମ୍ବ ଗଛ ନିଜର ଫଳ ନିଜେ ଖାଇଦେବ ତେବେ ତା’ର ଯେଉଁ ମାଲିକ ଥିବ, ସେ କ’ଣ କରିବ ? ତା’କୁ କାଟି ଦେବ ନା ? ଏହିଭଳି ଏ ଲୋକେ ନିଜ ଫଳ ନିଜେ ଖାଇ ଯାଆନ୍ତି । ଏତିକି ହିଁ ନୁହେଁ ଉପରୁ ପୁଣି ଫିସ୍ ମାଗନ୍ତି । । ଏକ ଅର୍ଜ ଲେଖିଦେବା ପାଇଁ ୨ ୨ ଟଙ୍କା ମାଗନ୍ତି ! ଯେଉଁ ଦେଶରେ ‘ଫ୍ରି ଅଫ୍ କଷ୍ଟ' ଓକିଲାତି କରୁଥିଲେ ଆଉ ଉପରୁ ନିଜ ଘରେ ଭୋଜନ କରାଇ ଓକିଲାତି କରୁଥିଲେ, ସେଠି ଏ ଦଶା ହୋଇଛି । ଯଦି ଗାଁରେ ଝଗଡ଼ା ହୋଇଥିବ, ତେବେ

Loading...

Page Navigation
1 ... 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48