Book Title: Right Understanding To Help Others Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
୮
ଯାଉଥବ, ନୁହେଁ ? ଖାଇଯାଏ ନାହିଁ ? ପ୍ରଶ୍ନକର୍ତ୍ତା : ଖାଏ ନାହିଁ ।
ସେବା-ପରୋପକାର
ଦାଦାଶ୍ରୀ : ଏ ଗଛଲତା ତ ମନୁଷ୍ୟଙ୍କୁ ଫଳ ଦେବା ପାଇଁ ମନୁଷ୍ୟଙ୍କ ସେବାରେ ଅଛନ୍ତି । ଏବେ ଗଛକୁ କ’ଣ ମିଳେ ? ତାଙ୍କର ଉର୍ଦ୍ଧ୍ୱଗତି ହୁଏ ଏବଂ ମନୁଷ୍ୟ ଆଗକୁ ବଢ଼ନ୍ତି ତାଙ୍କର ହେଲ୍ସ ନେଇ ! ଏପରି ଧରିନିଅ ଯେ, ଆମେ ଆମ୍ବ ଖାଇଲେ, ସେଥିରେ ଆମ୍ବଗଛର କ’ଣ ଗଲା ? ଆଉ ଆମକୁ କ’ଣ ମିଳିଲା ? ଆମେ ଆମ୍ବ ଖାଇଲେ, ଏଥିପାଇଁ ଆମକୁ ଆନନ୍ଦ ହେଲା । ତାହାଦ୍ୱାରା ଆମର ବୃତ୍ତି ଯେଉଁ ବଦଳିଲା, ତାହାଦ୍ଵାରା ଆମେ ଅଧାମ୍ରେ ଶହେ ଟଙ୍କା ଯେତେ ଉପାର୍ଜନ କରନ୍ତି । ଏବେ ଆମ୍ବ ଖାଇଲ, ସେଥିପାଇଁ ସେଥୁରୁ ପାଞ୍ଚ ପ୍ରତିଶତ ଆମ୍ବ ଗଛକୁ ତୁମ ଭାଗରୁ ଯାଏ ଏବଂ ପଞ୍ଚାନବେ ପ୍ରତିଶତ ତୁମ ଭାଗରେ ରୁହେ । ସେମାନେ ଆମ ଭାଗରୁ ପାଞ୍ଚ ପ୍ରତିଶତ ନେଇଯାନ୍ତି ଆଉ ବିଚରା ଉଚ୍ଚଗତିରେ ଯାଆନ୍ତି ଏବଂ ଆମର ଅଧୋଗତି ହୁଏ ନାହିଁ, ଆମେ ବି ଆଗକୁ ବଢ଼ନ୍ତି । ସେଥିପାଇଁ ଏ ଗଛମାନେ କୁହନ୍ତି ଆମର ସବୁକିଛି ଭୋଗକର, ସବୁ ପ୍ରକାରର ଫଳ-ଫୁଲ ଭୋଗକର ।
ଯୋଗ ଉପଯୋଗ ପରୋପକାରାୟ
ଏ ସଂସାର ଯଦି ତୁମକୁ ପୋଷଉ ଥିବ, ସଂସାର ତୁମକୁ ପସନ୍ଦ ଲାଗୁଥିବ, ସଂସାରୀ ଜିନିଷର ଇଚ୍ଛା ଥିବ, ସଂସାରର ବିଷୟ ବାଞ୍ଛନା ଥିବ ତେବେ ଏତିକି କର, ‘ଯୋଗ ଉପଯୋଗ ପରୋପକାରାୟ’ । ଯୋଗ ଅର୍ଥାତ ଏ ମନ-ବଚନ-କାୟାର ଯୋଗ, ଆଉ ଉପଯୋଗ ମାନେ ବୁଦ୍ଧିର ଉପଯୋଗ, ମନର ଉପଯୋଗ କର, ଚିତ୍ତର ଉପଯୋଗ କର । ଏସବୁ ଅନ୍ୟମାନଙ୍କ ପାଇଁ ଉପଯୋଗ କର ଆଉ ଅନ୍ୟ ପାଇଁ ଖର୍ଚ୍ଚ ନକଲେ ବି, ତଥାପି ଆମ ଲୋକେ ଶେଷରେ ଘରବାଲାଙ୍କ ପାଇଁ ହେଉ ପଛେ ଖର୍ଚ୍ଚ କରନ୍ତି ନା ? ଏ କୁକୁର(ମାଈ)କୁ ଖାଇବାକୁ କାହିଁକି ମିଳିଯାଏ ? ଯେଉଁ ଛୁଆମାନଙ୍କ ଭିତରେ ଭଗବାନ ଅଛନ୍ତି, ସେହି ଛୁଆମାନଙ୍କର ସେବା କରେ, ସେଥିପାଇଁ ତା’କୁ ସବୁ ମିଳିଯାଏ । ଏହି ଆଧାରରେ ସାରା ସଂସାର ଚାଲୁଅଛି । ଏହି ଗଛମାନଙ୍କୁ ଖୋରାକ କେଉଁଠୁ ମିଳେ ? ଏହି ଗଛମାନେ କିଛି ପୁରୁଷାର୍ଥ କରିଛନ୍ତି ? ସେମାନେ ତ ତିଳେ ମାତ୍ର ବି ‘ଇମୋଶନାଲ’ ନୁହଁନ୍ତି । ସେମାନେ କେବେ ‘ଇମୋଶ୍ୱିନାଲ’

Page Navigation
1 ... 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48