Book Title: Right Understanding To Help Others Oriya Author(s): Dada Bhagwan Publisher: Dada Bhagwan Aradhana Trust View full book textPage 7
________________ ସମ୍ପାଦକୀୟ ଏହି ମନ-ବଚନ-କାୟା ଯଦି ଅନ୍ୟମାନଙ୍କ ସୁଖ ପାଇଁ ଖର୍ଚ୍ଚ କରିବା ତେବେ ନିଜକୁ ସଂସାରରେ କେବେ ବି ସୁଖର ଅଭାବ ପଡ଼େ ନାହିଁ । ଏବଂ ସ୍ବୟଂ ନିଜର ସେଲ୍ର ରିୟଲାଇଜେଶନ୍ କରେ, ତା’କୁ ସନାତନ ସୁଖର ପ୍ରାପ୍ତି ହୁଏ । ମନୁଷ୍ୟ ଜୀବନର ଧେୟ ଏତିକି ହିଁ ଅଟେ । ଏହି ଧେୟର ରାସ୍ତାରେ ଯଦି ଚାଲିବା ତେବେ ମନୁଷ୍ୟ ଦେହରେ ହିଁ ଜୀବନମୁକ୍ତ ଦଶା ପ୍ରାପ୍ତି ହେବ । ତାହା ପରେ ପୁଣି ଏହି ଜୀବନରେ କୌଣସି ମଧ୍ୟ ପ୍ରାପ୍ତି ବାକି ରୁହେ ନାହିଁ । । ଆମ୍ବ ଗଛ ନିଜର କେତେ ଆମ୍ବ ଖାଇ ଯାଉଥିବ ? ତା’ର ଫଳ, କାଠ, ପତ୍ର ଆଦି ସବୁ ଅନ୍ୟମାନଙ୍କ ପାଇଁ ହିଁ କାମରେ ଆସେ ନା ? ଏଣୁ ସେ ଉର୍ଦ୍ଦଗତି ପ୍ରାପ୍ତ କରେ । ଧର୍ମର ପ୍ରାରମ୍ଭ ଓବ୍ଲାଇଜିଙ୍ଗ୍ ନେଚର୍( ପରୋପକାରୀ ସ୍ଵଭାବ) ରୁ ହିଁ ହୁଏ । ଅନ୍ୟକୁ କିଛି ବି ଦିଅନ୍ତି, ସେଇଠୁ ହିଁ ନିଜକୁ ଆନନ୍ଦ ଆରମ୍ଭ ହୁଏ ।। । ପରମପୂଜ୍ୟ ଦାଦାଶ୍ରୀ ଗୋଟିଏ ବାକ୍ୟରେ କୁହନ୍ତି ଯେ, ଯେଉଁ ପିଲାମାନେ ମା-ବାପାଙ୍କର ସେବା କରନ୍ତି, ସେମାନଙ୍କୁ କେବେ ଟଙ୍କାର ଅଭାବ ପଡ଼େ ନାହିଁ, ସେମାନଙ୍କର ସମସ୍ତ ଆବଶ୍ୟକତା ପୂର୍ଣ୍ଣ ହୁଏ, ଏବଂ ଆତ୍ମସାକ୍ଷାତ୍କାରୀ ଗୁରୁଙ୍କ ସେବା କରେ, ସେ ମୋକ୍ଷରେ ଯାଏ । ଦାଦାଶ୍ରୀ ନିଜର ପୁରା ଜୀବନରେ ଏହି ଧେୟ ରଖୁଥିଲେ ଯେ ମୋତେ ଯେ କେହି ଭେଟିଲା, ତା’କୁ ସୁଖ ପ୍ରାପ୍ତ ହେବା ହିଁ ଦରକାର । ନିଜ ସୁଖ ପାଇଁ ବିଚାର ମଧ୍ୟ କଲେ ନାହିଁ । କିନ୍ତୁ ସାମ୍ବାବାଲାର କ’ଣ ଅସୁବିଧା ଅଛି, ତା’ର ଅସୁବିଧା କିପରି ଦୂର ହେବ, ଏହି ଭାବନାରେ ନିରନ୍ତର ରହୁଥିଲେ । ତେବେଯାଇ ତାଙ୍କ ଠାରେ କାରୁଣ୍ୟତା ପ୍ରକଟ ହେଇଥିଲା । ଅଲୌକିକ ଅଧାନ୍ ବିଜ୍ଞାନ ପ୍ରକଟ ହୋଇଥିଲା । ପ୍ରସ୍ତୁତ ସଙ୍କଳନରେ ଦାଦାଶ୍ରୀ ସମସ୍ତ ଦୃଷ୍ଟିକୋଣରୁ ଜୀବନର ଧେୟ କିପରି ସିଦ୍ଧ କରିବା, ଯାହା ସେବା-ପରୋପକାର ସହିତ ହୋଇଥିବ, ତାହାର ସମଝ(ଦୃଷ୍ଟି) ସରଳ ସଚୋଟ ଦୃଷ୍ଟାନ୍ତ ଦ୍ଵାରା ଫିଟ୍ କରାଉଛନ୍ତି । ସେସବୁ ଜୀବନରେ ଧେୟ ରୁପରେ ଆତ୍ମସାତ କରିନେବା, ତେବେ ମନୁଷ୍ୟ ଜୀବନର ସାର୍ଥକତା ହେଲା କୁହାଯିବ । - ଡା. ନୀରୂବେନ ଅମୀନଙ୍କ ଜୟ ସଚ୍ଚିଦାନନ୍ଦ aniPage Navigation
1 ... 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48