Book Title: Right Understanding To Help Others Oriya Author(s): Dada Bhagwan Publisher: Dada Bhagwan Aradhana Trust View full book textPage 8
________________ ସେବା-ପରୋପକାର ମନୁଷ୍ୟ ଜନ୍ମର ବିଶେଷତା ପ୍ରଶ୍ନକର୍ତ୍ତା : ଏହି ମନୁଷ୍ୟ ଅବତାର ବ୍ୟର୍ଥ ନ ଯାଉ, ସେଥପାଇଁ କ’ଣ କରିବା ଉଚିତ ? ଦାଦାଶ୍ରୀ : ଏହି ମନୁଷ୍ୟ ଅବତାର ବ୍ୟର୍ଥ ନ ଯାଉ, ଯଦି ଏହା ହିଁ ସାରାଦିନ ଚିନ୍ତନ କରିବ ତେବେ ସେ ସଫଳ ହେବ । ଏହି ମନୁଷ୍ୟ ଅବତାରର ଚିନ୍ତା କରିବା ଜାଗାରେ, ସେଠି ଲୋକେ ଲକ୍ଷ୍ମୀର ଚିନ୍ତା କରୁଛନ୍ତି ! ପ୍ରୟାସ କରିବା ତୁମ ହାତରେ ନାହିଁ, କିନ୍ତୁ ଭାବ କରିବା ତୁମ ହାତରେ ଅଛି । ପ୍ରୟାସ କରିବା ଅନ୍ୟର ସଭା ଅଧୀନରେ ଅଛି । ଭାବର ଫଳ ମିଳେ । ବାସ୍ତବରେ ତ ଭାବ ମଧ୍ୟ ପରସଭା ଅଟେ, କିନ୍ତୁ ଭାବ କଲେ ତାହାର ଫଳ ମିଳେ । ପ୍ରଶ୍ନକର୍ତ୍ତା : ମନୁଷ୍ୟ ଜନ୍ମର ବିଶେଷତା କ’ଣ ? ଦାଦାଶ୍ରୀ : ମନୁଷ୍ୟ ଜୀବନ ପରୋପକାର ପାଇଁ ଅଟେ ଏବଂ ହିନ୍ଦୁସ୍ତାନର ମନୁଷ୍ୟଙ୍କ ଜୀବନ ‘ଏସୋଲ୍ୟୁଟିଜିମ୍' ପାଇଁ, ମୁକ୍ତି ପାଇଁ । ହିନ୍ଦୁସ୍ତାନ ବ୍ୟତୀତ ବାହାରେ ଅନ୍ୟ ଦେଶରେ ଯେଉଁ ଜୀବନ ଅଛି, ତାହା ପରୋପକାର ପାଇଁ । ପରୋପକାର ଅର୍ଥାତ ମନର ଉପଯୋଗ ବି ଅନ୍ୟ ପାଇଁ କରିବା, ବାଣୀ ମଧ୍ୟ ଅନ୍ୟ ପାଇଁ ଉପଯୋଗ କରିବା ଏବଂ ବର୍ଭନ( ବ୍ୟବହାର, ଆଚରଣ)ର ଉପଯୋଗ ମଧ୍ୟ ଅନ୍ୟ ପାଇଁ କରିବା! ମନ-ବଚନ-କାୟା ସହିତ ପରୋପକାର କରିବା । ତେବେ କହିବେ, ମୋର କ’ଣ ହେବ ? ସେ ପରୋପକାର କଲେ ତା’ଘରେ କ’ଣ ରହିବ ? ପ୍ରଶ୍ନକର୍ତ୍ତା : ଲାଭ ତ ମିଳିବ ନା ? ଦାଦାଶ୍ରୀ : ହଁ, କିନ୍ତୁ ଲୋକେ ତ ଏପରି ବୁଝନ୍ତି ନା, ଯେ ମୁଁ ଦେବି ତେବେ ମୋର ଚାଲିଯିବ ।Page Navigation
1 ... 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48