Book Title: Worries Oriya Author(s): Dada Bhagwan Publisher: Dada Bhagwan Aradhana Trust View full book textPage 8
________________ ଚିନ୍ତା ଚିନ୍ତା କେଉଁଠୁ ଆସେ ? ଦାଦାଶ୍ରୀ : କେବେ ଚିନ୍ତା କରିଛ କି ? ପ୍ରଶ୍ନକର୍ତ୍ତା : ଚିନ୍ତା ତ’ ମାନବ ସଭାବ ଅଟେ, ଏଥିପାଇଁ କିଛି ନା କିଛି ରୂପରେ ଚିନ୍ତା ହୋଇଚାଲିଥାଏ । ଦାଦାଶ୍ରୀ : ମଣିଷର ସଭାବ କିପରି ଅଟେ ଯେ ଯଦି କେହି ତା’କୁ ଚାପୁଡା ମାରେ, ସେ ତା’କୁ ସାମନାରେ ଚାପୁଡ଼ା ମାରିଥାଏ । କିନ୍ତୁ ଯଦି କେହି ସମଝଦାର ଥିବ, ତେବେ ସେ ଭାବିବ ଯେ ମୋତେ କାନୁନ୍କୁ ହାତରେ ନନେବା ଉଚିତ୍ । କିଛି ଲୋକ କାନୁନ୍କୁ ହାତରେ ମଧ୍ୟ ନେଇ ନିଅନ୍ତି । ଏହା ଦୋଷ କୁହାଯିବ । ଚିନ୍ତା କିପରି କରିପାରିବ ମଣିଷ ? ପ୍ରତ୍ୟେକ ଭଗବାନ ଏପରି କହିଯାଇଛନ୍ତି ଯେ କୌଣସି ପ୍ରକାରର ମଧ୍ୟ ଚିନ୍ତା କରିବ ନାହିଁ । ସବୁ ଦାୟିତ୍ବ ଆମ ମୁଣ୍ଡ ଉପରେ ରଖୁବ । । ପ୍ରଶ୍ନକର୍ତ୍ତା : କିନ୍ତୁ କହିବା ଏବଂ ବ୍ୟବହାରରେ ଆଣିବା, ଦୁହିଁଙ୍କ ଭିତରେ ବହୁତ ଅନ୍ତର ଅଛି । ଦାଦାତ୍ରୀ : ନା, ମୁଁ ବ୍ୟବହାରରେ ଛାଡ଼ିବାକୁ କହୁନାହିଁ । ଏହା ତ’ ବାସ୍ତବିକତା ବତାଉଛି । ଏମିତିରେ ତ’ ଚିନ୍ତା ଛୁଟୁନାହିଁ, କିନ୍ତୁ ଏ ଚିନ୍ତା କରିବାର ନାହିଁ, ତଥାପି ହୋଇଯାଉଛି ସମସ୍ତଙ୍କୁ । ଏବେ, ଯେତେବେଳେ ଏ ଚିନ୍ତା ହୁଏ, ସେତେବେଳେ କେଉଁ ଔଷଧ ଲଗାଅ ? ଚିନ୍ତାର ଔଷଧ ମିଳୁନାହିଁ ? ଯେଉଁଠି ଚିନ୍ତା ଅଛି, ସେଠାରେ ଅନୁଭୂତି କିପରି ହେବ ? | ପ୍ରଶ୍ନକର୍ତ୍ତା : ଚିନ୍ତାରୁ ପାରି ହେବା ପାଇଁ ଭଗବାନଙ୍କଠାରୁ ଆଶୀର୍ବାଦ ମାଗିବା ଯେ ଏଥିରୁ ମୁଁ କେବେ ଛୁଟିବି, ଏଥିପାଇଁ ‘ଭଗବାନ, ଭଗବାନ’ କରିବା, ଏହି ମାଧ୍ୟମ ଦ୍ୱାରା ମୁଁ ଆଗକୁ ବଢ଼ିବାକୁ ଚାହୁଁଛି । ତଥାପି ମୋତେ ମୋ ଭିତରବାଲା ଭଗବାନଙ୍କ ଅନୁଭୂତି ହେଉନାହିଁ ।Page Navigation
1 ... 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42