Book Title: Worries Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
ଚିନ୍ତା
୧୭
। ଚିନ୍ତା ତ’ ଫୋର( ଖାଣ୍ଟି) ଇଗୋଇଜମ୍ ଅଟେ । ଏ ପଶୁପକ୍ଷୀମାନେ କେହି ଚିନ୍ତା କରୁନାହାଁନ୍ତି ଆଉ ଏ ମଣିଷମାନଙ୍କୁ ଚିନ୍ତା ? ଓ ହୋ ହୋ ! ଅନନ୍ତ ପଶୁପକ୍ଷୀ ଅଛନ୍ତି, କାହାରିକୁ ଚିନ୍ତା ନାହିଁ ଆଉ ମଣିଷ ଏକାହିଁ ଏପରି ଜଡ଼ ଅଟେ ଯେ ସାରାଦିନ ଚିନ୍ତାରେ ଜଳୁଥାନ୍ତି ।
ପ୍ରଶ୍ନକର୍ତ୍ତା : ପଶୁ ପକ୍ଷୀଙ୍କଠାରୁ ମଧ୍ୟ ନିଜ ଶ୍ରେଣୀର ଅଟନ୍ତି ନା ଏମାନେ ?
ଦାଦାଶ୍ରୀ : ପଶୁପକ୍ଷୀ ତ’ ବହୁତ ଭଲ । ପଶୁ ପକ୍ଷୀଙ୍କୁ ଭଗବାନ ଆଶ୍ରିତ କହିଛନ୍ତି । ଏହି ସଂସାରରେ ଯଦି କେହି ନିରାଶ୍ରିତ ଥାଏ, ତେବେ କେବଳ ଏ ମଣିଷ ହିଁ ଆଉ ସେଥିରେ ହିନ୍ଦୁସ୍ତାନର ମଣିଷ ଶହେ ପ୍ରତିଶତ ନିରାଶ୍ରିତ ଅଟନ୍ତି , ପୁଣି ଏମାନଙ୍କୁ ଦୁଃଖ ହିଁ ହେବ ନା ! ଯାହାଙ୍କୁ କୌଣସି ପ୍ରକାରର ଆସରା ହିଁ ନାହିଁ !
। ଦିନ ମଜୁରିଆମାନେ ଚିନ୍ତା କରନ୍ତି ନାହିଁ ଆଉ ସେମାନେ ଚିନ୍ତା କରନ୍ତି । ମଜୁରିଆମାନେ ଗୋଟିଏ ମଧ୍ୟ ଚିନ୍ତା କରନ୍ତି ନାହିଁ , କାହିଁକି ନା ମଜୁରିଆମାନେ ଉଚ୍ଚଗତିରେ ଯିବେ ଆଉ ସେମାନେ ନିଜଗତିରେ ଯିବେ । ଆଉ ଚିନ୍ତା ଦ୍ଵାରା ନିଜ ଗତି ହୁଏ, ଏଣୁ ଚିନ୍ତା ନହେବା ଉଚିତ୍ ।
। କେବଳ ରିଜ୍, ରିଜ୍, ରିଜ୍ ! କନ୍ଦମୂଳ ଚୁଲିରେ ପୋଡ଼ିବା ଭଳି ଏ ଜଗତ ଜଳୁଅଛି ! ! ମାଛକୁ ତେଲରେ ଛାଣିବା ଭଳି ଛଟପଟ ହେଉଛନ୍ତି ! ! ! ଏହାକୁ ଲାଇଫ୍ କିପରି କହିବା ?
ମୁଁ କରୁଛି’, ଏଥୁପାଇଁ ଚିନ୍ତା ପ୍ରଶ୍ନକର୍ତ୍ତା : ‘ଚିନ୍ତା ନହେବା ଉଚିତ୍’ ଏପରି ଅବଗତ ହେବା (ଏପରି ହୋରେ ରହିବା), ତାହା ଚିନ୍ତାର ଅନ୍ୟ ରୂପ ନୁହେଁ ?
ଦାଦାଶ୍ରୀ : ନା । ଚିନ୍ତା ତ’ ଇଗୋଇଜମ୍ ଅଟେ କେବଳ ଇଗୋଇଜମ୍ । ନିଜ ସରୂପରୁ ଅଲଗା ହୋଇ ସେ ଇଗୋଇଜମ୍ କରୁଛି ଯେ, ‘ମୁଁ ହିଁ ଚଲାଇବା ବାଲା ଅଟେ । ମଳତ୍ୟାଗ କରିବାର ଶକ୍ତି ନାହିଁ ଆଉ ମୁଁ ଚଲାଉଛି’ ଏପରି କୁହେ ।

Page Navigation
1 ... 22 23 24 25 26 27 28 29 30 31 32 33 34 35 36 37 38 39 40 41 42