Book Title: Worries Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
ଚିନ୍ତା
ଏବଭ୍ ନର୍ମାଲ୍ ଇଗୋଇଜମ୍ ଅଟେ । ଏବଭ୍ ନର୍ମାଲ୍ ଇଗୋଇଜମ୍ ହେବ ତେବେ ଚିନ୍ତା ହେବ ଅନ୍ୟଥା ହେବ ନାହିଁ । ରାତିରେ ଘରେ କାହାକୁ ନିଦ ଆସୁନଥିବ ? ତେବେ କହିବା, ଯାହାକୁ ଇଗୋଇଜମ୍ ଅଧିକ ଥାଏ ତା’କୁ।
ଇଗୋଇଜମ୍ ବ୍ୟବହାର କରିବାକୁ କୁହାଯାଇଛି, ଏବଭ୍ ନର୍ମାଲ୍ ଇଗୋଇଜମ୍ ବ୍ୟବହାର କରିବା ପାଇଁ କୁହାଯାଇନାହିଁ । ଅର୍ଥାତ୍ ଚିନ୍ତା କରିବା ଦୋଷ ଅଟେ ଆଉ ତାହାର ପରିଣାମ ପଶୁଗତି ଅଟେ ।
ପ୍ରଶ୍ନକର୍ତ୍ତା : ଚିନ୍ତା ହେବ ନାହିଁ, ତା’ ପାଇଁ କ’ଣ ଉପାୟ ଅଛି ? ଦାଦାଶ୍ରୀ : ପଛକୁ ଫେରିଆସ । ପଛକୁ ଫେରିଆସିବା ଉଚିତ୍ ନଚେତ୍ ପୁଣି ଇଗୋଇଜମ୍ ପୂରାପୂରି ଖତମ୍ କରିଦେବା ଉଚିତ୍ । ଜ୍ଞାନୀପୁରୁଷ ଥୁବେ, ଜ୍ଞାନୀପୁରୁଷ ‘ଜ୍ଞାନ’ ଦେବେ, ତେବେ ସବୁ ହୋଇଯାଏ ।
ଚିନ୍ତା କିପରି ଯିବ ?
ପ୍ରଶ୍ନକର୍ତ୍ତା : ଚିନ୍ତା କ’ଣ ପାଇଁ ଯାଉନାହିଁ ? ଚିନ୍ତାରୁ ମୁକ୍ତ ହେବା ପାଇଁ
କ’ଣ କରିବି ?
୨୯
ଦାଦାଶ୍ରୀ : ଚିନ୍ତା ବନ୍ଦ ହୋଇଯାଇଥବ, ଏପରି ମଣିଷ ମିଳିବେ ହିଁ ନାହିଁ । କୃଷ୍ଣ ଭଗବାନଙ୍କ ଭକ୍ତକୁ ମଧ୍ୟ ଚିନ୍ତା ବନ୍ଦ ହୋଇ ନଥାଏ ନା ! ଆଉ ଚିନ୍ତା ଦ୍ବାରା ପୂରା ଜ୍ଞାନ ଅନ୍ଧ ହୋଇଯାଏ, ଫ୍ରାକ୍ଚର ହୋଇଯାଏ ।
ସଂସାରରେ ଗୋଟିଏ ମଣିଷ ଏପରି ନଥୁବ ଯେ ଯାହାକୁ ଚିନ୍ତା ହେଉନଥିବ । ସାଧୁ-ସାୟୀ ସମସ୍ତଙ୍କୁ କେବେ ନା କେବେ ତ’ ଚିନ୍ତା ହୁଏ । ସାଧୁଙ୍କୁ ଇନକମ୍ ଟ୍ୟାକ୍ସ ନଥାଏ, ସେଲ୍ସ ଟ୍ୟାକ୍ସ ନଥାଏ, ଘରଭଡ଼ା ନଥାଏ, ତଥାପି କେବେ ନା କେବେ ଚିନ୍ତା ହୁଏ । ଶିଷ୍ୟ ସାଙ୍ଗରେ ଝଞ୍ଜଟ ହେବ ତେବେ ମଧ୍ୟ ଚିନ୍ତା ହୋଇଯାଏ । ଆତ୍ମଜ୍ଞାନ ବିନା ଚିନ୍ତା ଯାଏ ନାହିଁ ।
ଗୋଟିଏ ଘଣ୍ଟାରେ ତ’ ମୁଁ ତୋ’ର ସବୁ ଚିନ୍ତା ନେଇଯାଏ ଆଉ ଗ୍ୟାରେଣ୍ଟି ଦିଏ ଯେ ଯଦି ଗୋଟିଏ ମଧ୍ୟ ଚିନ୍ତା ହେବ ତେବେ ଓକିଲ ଧରିକି ଅଦାଲତରେ ମୋ ଉପରେ କେସ୍ ଚଲାଇବୁ । ଏପରି ମୁଁ ହଜାର-ହଜାର ଲୋକଙ୍କୁ ଚିନ୍ତା ରହିତ କରି ଦେଇଛି । ଆରେ ମାଗ୍ ! ଯାହା ମାଗିବୁ ତାହା ଦେବି ଏପରି ଅଟେ, କିନ୍ତୁ ଟିକେ

Page Navigation
1 ... 34 35 36 37 38 39 40 41 42