Book Title: Worries Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
ଚିନ୍ତା ।
। ନଶନ୍ ଅଲଗା ! ଚିନ୍ତା ଅଲଗା ! ପ୍ରଶ୍ନକର୍ତ୍ତା : ଚିନ୍ତା ସାଙ୍ଗରେ ଅହଂକାର କିପରି ଅଛି ?
ଦାଦାଶ୍ରୀ : ମୁଁ ନଥିବି ତେବେ ଚାଲିବ ନାହିଁ, ଏପରି ତା’କୁ ଲାଗେ । “ଏହା ମୁଁ ହିଁ କରୁଛି । ମୁଁ ନକରିବି ତେବେ ହେବ ନାହିଁ, କିପରି ହେବ ? ସକାଳେ କ’ଣ ହେବ ?” ଏପରି ଚିନ୍ତା କରେ।
ପ୍ରଶ୍ନକର୍ତ୍ତା : ଚିନ୍ତା କାହାକୁ କହନ୍ତି ?
ଦାଦାଶ୍ରୀ: କୌଣସି ଜିନିଷକୁ ସର୍ବସ ମାନିନେଇ ତାହାର ଚିନ୍ତନ କରିବା, ତାହାକୁ ଚିନ୍ତା କୁହନ୍ତି । ପତ୍ନୀର ଦେହ ଖରାପ ହୋଇଯାଇଥିବ, ଏବଂ ଟଙ୍କାଠାରୁ ମଧ୍ୟ ଅଧିକ ଯଦି ପତ୍ନୀ ହିଁ ସର୍ବସ ଲାଗୁଥିବ, ତେବେ ସେଇଠୁ ତା’କୁ ଚିନ୍ତା ହେବାକୁ ଲାଗିବ । ତା’କୁ ସବୁଠୁ ବେଶି ମହତ୍ତ୍ବ ଦେଲ, ଏଥିପାଇଁ ଚିନ୍ତା ପଶିଯିବ ଆଉ ଯାହାପାଇଁ ସର୍ବସ ଆମ୍ବା ହିଁ ଅଟେ, ତା’କୁ ପୁଣି କ’ଣ ପାଇଁ ଚିନ୍ତା ହେବ ?
। ପ୍ରଶ୍ନକର୍ତ୍ତା : ଟେନଶନ୍ ମାନେ କ’ଣ ? ଚିନ୍ତା ତ’ ବୁଝିହେଲା, ଏବେ ଟେନଶର ବ୍ୟାଖ୍ୟା ବତାନ୍ତୁ ଯେ ଟେନଶନ୍ କାହାକୁ କହିବା ?
ଦାଦାଶ୍ରୀ : ଟେନଶନ୍ ସେହି ସ୍ତରର ଅଟେ । କିନ୍ତୁ ସେଥିରେ ସର୍ବସ ନଥାଏ, ସବୁ ପ୍ରକାରର ମାନସିକ ଚାପ ଥାଏ । ଚାକିରିର ଠିକଣା ପଡୁନାହିଁ, କ’ଣ
ହେବ ? ଗୋଟିଏ ପଟେ ସ୍ତ୍ରୀର ଦେହ ଖରାପ, ତା’ର କ’ଣ ହେବ ? ପୁଅ ଠିରେ ସ୍କୁଲ ଯାଉନାହିଁ, ତା’ର କ’ଣ ହେବ ? ଏସବୁ ମାନସିକ ଚାପକୁ ଟେନଶନ୍ କହନ୍ତି । ମୁଁ ତ’ ସତେଇଶ ବର୍ଷ ହେଲା ଟେନଶନ୍ ହିଁ ଦେଖୁନାହିଁ !
। ସାବଧାନ ହେବା ଏବଂ ଚିନ୍ତା ମଧ୍ୟରେ ବହୁତ ଫରକ୍ । ସାବଧାନ ହେବା ତ’ ଜାଗୃତି ଅଟେ ଆଉ ଚିନ୍ତା ଅର୍ଥାତ୍ ହୃଦୟ ଜାଳି ଚାଲିବା ।
। ନର୍ମାଲିଟୀରୁ ମିଳେ ମୁକ୍ତି ପ୍ରଶ୍ନକର୍ତ୍ତା : ପରବଶତା ଏବଂ ଚିନ୍ତା ଦୁହେଁ ସମାନ ନୁହଁନ୍ତି ?
ଦାଦାଶ୍ରୀ: ଚିନ୍ତା ତ’ ଏବ ନର୍ମାଲ୍ ଇଗୋଇଜମ୍ ଅଟେ ଆଉ ପରବଶତା । ତାହା ଇଗୋଇଜମ୍ ନୁହେଁ । ପରବଶତା ତ’ ଅସହାୟତା ଅଟେ ଆଉ ଚିନ୍ତା ତାହା

Page Navigation
1 ... 33 34 35 36 37 38 39 40 41 42