Book Title: Worries Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
ଚିନ୍ତା
କିଏ’ ଏହା ଜାଣିବା ତେବେ ଆମକୁ ଚିନ୍ତା ହେବ ନାହିଁ । ତୁମେ ଦିନ-ରାତି ଚିନ୍ତା କରୁଛ ? କେବେ ପର୍ଯ୍ୟନ୍ତ କରିବ ? ତାହାର ଅନ୍ତ କେବେ ଆସିବ ? ଏହା ମୋତେ
ବତାଅ ।
୨୬
ଝିଅ ତ’ ନିଜର ନେଇକରି ଆସିଛି, କ’ଣ ତୁମେ ତୁମର ନେଇକରି ଆସିନଥୁଲ ? ଏ ସେଠ୍ଜୀ ତୁମକୁ ମିଳିଲେ ନା ନାହିଁ ? ଯଦି ସେଠ୍ ତୁମକୁ ମିଳିଗଲେ, ତେବେ ଏ ଝିଅକୁ କ’ଣ ପାଇଁ ମିଳିବେନି ? ତୁମେ ଟିକେ ଧୈର୍ଯ୍ୟ ମାର୍ଗରେ ଅଛ ଆଉ ଏପରି ଧୈର୍ଯ୍ୟ ରଖୁବ ନାହିଁ ତେବେ ତ’ ରୌଦ୍ରଧ୍ୟାନ ହେବ ।
ତ’ ରଖ। ବୀତଣ୍ଡୀ
ଆଉଁଧ୍ୟାନ ହେବ,
ପ୍ରଶ୍ନକର୍ତ୍ତା : ଏପରି ନୁହେଁ, କିନ୍ତୁ ସଭାବିକ ଫିକର୍(ଚିନ୍ତା) ତ’ ହୁଏ ନା ! ଦାଦାଶ୍ରୀ : ସେ ସଭାବିକ ଫିକର୍, ତାହା ହିଁ ଆଉଁଧାନ ଏବଂ ରୌଦ୍ରଧ୍ୟାନ କୁହାଯାଏ । ଭିତରେ ଆତ୍ମାକୁ ପୀଡ଼ା ପହଞ୍ଚାଇଲେ ଆମେ । ଅନ୍ୟ କାହାରିକୁ ପୀଡ଼ା ହେଉନଥିବ ତେବେ ଠିକ୍, କିନ୍ତୁ ଏ ତ’ ଆତ୍ମାକୁ ପୀଡ଼ା ପହଞ୍ଚାଇଲେ ।
ଚିନ୍ତାଦ୍ବାରା ବନ୍ଧାହୁଏ ଅନ୍ତରାୟ କର୍ମ
ଚିନ୍ତା କରିବା ଦ୍ବାରା ଅନ୍ତରାୟ କର୍ମ ପଡ଼େ ଏବଂ କାର୍ଯ୍ୟ ବିଳମ୍ବିତ ହୁଏ । ଆପଣଙ୍କୁ କୁହାଯାଇଥବ ଯେ ଅମୁକ ଜାଗାରେ ପୁଅ ଅଛି, ତେବେ ଆପଣ ପ୍ରୟାସ କରନ୍ତୁ । ଚିନ୍ତା କରିବା ପାଇଁ ଭଗବାନ ମନା କରିଛନ୍ତି । ଚିନ୍ତା କରିବା ଦ୍ବାରା ତ’ ଅଧିକ ଅନ୍ତରାୟ ପଡ଼େ ଏବଂ ବୀତରାଗ ଭଗବାନ କ’ଣ କହିଛନ୍ତି ଯେ, ‘ଭାଇ, ଯଦି ତୁମେ ଚିନ୍ତା କରୁଛ ତେବେ ତୁମେ ହିଁ ମାଲିକ ଅଟ ? ତୁମେ ହିଁ ଦୁନିଆ ଚଲାଉଛ ? ଏମିତି ଯଦି ଦେଖାଯାଏ ତେବେ ଜାଣିହେବ ଯେ ନିଜକୁ ମଳତ୍ୟାଗ କରିବା ପାଇଁ ମଧ୍ୟ ସତନ୍ତ୍ର ଶକ୍ତି ନାହିଁ । ତାହା ତ’ ଯେବେ ବନ୍ଦ ହୋଇଯାଏ ସେତେବେଳେ ଡାକ୍ତର ଡାକିବାକୁ ପଡ଼େ । ସେତେ ପର୍ଯ୍ୟନ୍ତ ସେ ଶକ୍ତି ଆମର ଅଟେ, ଏପରି ଆମକୁ ଲାଗେ । କିନ୍ତୁ ସେ ଶକ୍ତି ନିଜର ନୁହେଁ । ସେ ଶକ୍ତି କାହା ଅଧୀନରେ ଅଛି, ଏପରି ସବୁ ଖବର ରଖୁବା କଥା ନୁହଁ କି ?
ଏହାକୁ ଚଲାଇବାବାଲା କିଏ ହୋଇଥବ ? ଭଉଣୀ, ତୁମେ ତ’ ଜାଣିଥୁବ ? ଏ ସେଠ୍ ଜାଣିଥୁବେ ? କେହି ଚଲାଇବାବାଲା ଥୁବ, ନା ତୁମେ ଚଲାଉଛ ?

Page Navigation
1 ... 31 32 33 34 35 36 37 38 39 40 41 42