Book Title: Worries Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
୨୪
ଚିନ୍ତା ।
ନକରୁଥାଇ ପାରନ୍ତି । କେବଳ ମୁଁ ଏକାହିଁ ଚିନ୍ତା କରୁଥାଇ ପାରେ । ଆଉ ସ୍ତ୍ରୀ-ପିଲା ସବୁ ଭାଗୀଦାର ଅଟନ୍ତି, କିନ୍ତୁ ସେମାନେ ତ’ କିଛି ଜାଣି ହିଁ ନାହାନ୍ତି । ଏବେ ସେମାନେ ସମସ୍ତେ ଜାଣି ନାହାନ୍ତି ତଥାପି ସେମାନଙ୍କର ଚାଲୁଛି, ତେବେ ମୁଁ ଏକାହିଁ ନିର୍ବୁଦ୍ଧିଆ ଅଟେ ଯେ ଚିନ୍ତା କରିବି ଏ ସବୁ ! ତେବେ ପୁଣି ମୋତେ ଅକଲ ଆସିଗଲା । କାରଣ ସେମାନେ ସମସ୍ତେ ଚିନ୍ତା କରନ୍ତି ନାହିଁ, ଭାଗୀଦାର ଅଟନ୍ତି ସବୁ, ତେବେ କ’ଣ ମୁଁ ଏକା ଚିନ୍ତା କରିବି ?
। ବିଚାର କର କିନ୍ତୁ ଚିନ୍ତା କର ନାହିଁ ଚିନ୍ତା ଅର୍ଥାତ୍ କ’ଣ, ଏହା ବୁଝିନେବାକୁ ହେବ ଯେ ମନର ବିଚାର ଅଧକ ହେବାରେ ଲାଗିଛି । ଆମକୁ କୌଣସି ବିଷୟରେ, ଧନ୍ଦା ବିଷୟରେ, ଅନ୍ୟ କୌଣସି ବିଷୟରେ ଅଥବା କୌଣସି ରୋଗ ହୋଇଥିବ ଆଉ ତା’ ପାଇଁ ବିଚାର ଆସିଲା, କିଛି ସୀମା ପର୍ଯ୍ୟନ୍ତ ପହଞ୍ଚିବା ପରେ ସେ ବିଚାର ଆମକୁ ଚକ୍ରେ ପକାଇ ଦିଏ ତେବେ ବୁଝିନେବ ଯେ ଏ ଓଲଟା ରାସ୍ତାରେ ଗଲାଣି, ଅର୍ଥାତ୍ ବିଗିଡ଼ି ଗଲା । ସେଠାରୁ ପୁଣି ଚିନ୍ତା ଆରମ୍ଭ ହୋଇଯାଏ ।
। ବିଚାର କରିବାରେ ଅସୁବିଧା ନାହିଁ । କିନ୍ତୁ ବିଚାର ମାନେ କ’ଣ ? ଗୋଟିଏ ବିଚାର ଆରମ୍ଭ ହେଲା ଆଉ ଏକ ସୀମାରୁ ପାରି ହୋଇଗଲା, ତେବେ ତାହା ଚିନ୍ତା କୁହାଯାଏ । ସୀମା ଭିତରେ ରହି ବିଚାର କରିବା ଉଚିତ୍ । ବିଚାରଗୁଡ଼ିକର ନର୍ମାଲିଟୀ କେତେ ପର୍ଯ୍ୟନ୍ତ ? ଭିତରେ ଘୂର୍ଣ୍ଣିଝଡ଼ ନ ଉଠେ ସେତେ ପର୍ଯ୍ୟନ୍ତ । ଘୂର୍ଣ୍ଣିଝଡ ହେବାକୁ ଲାଗେ ତେବେ ବନ୍ଦ କରିଦେବ । ଘୂର୍ଣ୍ଣିଝଡ଼ ଉଠିବା ପରେ ଚିନ୍ତା ଆରମ୍ଭ ହୋଇଯାଏ । ଏହା ମୋର ଆବିଷ୍କାର ଅଟେ ।
। ଚିନ୍ତା କରିବାର ଅଧିକାର ନାହିଁ । ବିଚାର କରିବାର ଅଧିକାର ଅଛି, ଯେ । ଭାଇ ଏ ପର୍ଯ୍ୟନ୍ତ ବିଚାର କରିବ, ଆଉ ବିଚାର ଯେବେ ଚିନ୍ତାରେ ପରିଣମିତ ହୋଇଯାଏ ତେବେ ବନ୍ଦ କରିଦେବା ଉଚିତ୍ । ଏ ଏବଭୁ ନର୍ମାଲ୍ ବିଚାର, ଚିନ୍ତା କୁହାଯାଏ । ଏଥିପାଇଁ ମୁଁ ବିଚାର କରେ, କିନ୍ତୁ ଯଦି ଏବଭୁ ନର୍ମାଲ୍ ହେଲା ଆଉ ପେଟରେ ମନ୍ଥନ ହେଲା, ତେବେ ବନ୍ଦ କରିଦିଏ ।
ପ୍ରଶ୍ନକର୍ତ୍ତା : ସାମାନ୍ୟ ଭାବରେ ଭିତରର ଦେଖୁଥାନ୍ତି, ସେ ପର୍ଯ୍ୟନ୍ତ

Page Navigation
1 ... 29 30 31 32 33 34 35 36 37 38 39 40 41 42