Book Title: Worries Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
ଚିନ୍ତା
୨୭
। ଚଲାଇବାବାଲା ସଂଯୋଗ...
କର୍ଭା କିଏ ? ଏ ସଂଯୋଗ କର୍ଭା ଅଟେ । ଏ ସମସ୍ତ ସଂଯୋଗ, ସାଇଣ୍ଟିଫିକ୍ ସରକଷ୍ଟେନ୍ମିୟଲ୍ ଏଭିଡ଼େନ୍ସ ଏକାଠି ହୁଅନ୍ତି, ତେବେ କାର୍ଯ୍ୟ ହୁଏ, ଏପରି ଅଟେ । ତେଣୁ ଆପଣଙ୍କ ହାତରେ ସଭା ନାହିଁ । ଆପଣଙ୍କୁ ତ’ ସଂଯୋଗଗୁଡ଼ିକୁ ଦେଖୁଥିବାର ଅଛି ଯେ ସଂଯୋଗ କିପରି ଅଟେ । ସଂଯୋଗ ଏକାଠି ହୁଅନ୍ତି ତେବେ କାର୍ଯ୍ୟ ହୋଇଯାଏ । କେହି ମଣିଷ ମାର୍ଚ୍ଚ ମାସରେ ବର୍ଷାର ଆଶା ରଖେ, ତାହା ଭୁଲ୍ କୁହାଯିବ । ଆଉ ଜୁନ ପନ୍ଦର ତାରିଖ ଆସିବା ମାତ୍ରେ ସଂଯୋଗ ଏକାଠି ହୁଏ । ସମୟର ସଂଯୋଗ ଏକାଠି ହେଲା, କିନ୍ତୁ ଯଦି ବାଦଲର ସଂଯୋଗ ମିଳିନଥିବ, ତେବେ ବିନା ବାଦଲରେ ବର୍ଷା କିପରି ହେବ ? କିନ୍ତୁ ବାଦଲ ଜମା ହେଲେ, ସମୟ ଆସିଗଲା, ପୁଣି ବିଜୁଳି ଚମକିଲା, ଅନ୍ୟ ଏଭିଡ଼େନ୍ସ ଏକାଠି ହେଲେ, ତେବେ ବର୍ଷା ହେବ ହିଁ । ଅର୍ଥାତ୍ ସଂଯୋଗ ମିଳିବା ଦରକାର । ମଣିଷ ସଂଯୋଗାଧୀନ ଅଟେ, କିନ୍ତୁ ନିଜେ ଏପରି ମାନେ ଯେ, ମୁଁ କିଛି କରୁଛି’ କିନ୍ତୁ ତା’ର କର୍ତ୍ତା ହେବା ମଧ୍ୟ ସଂଯୋଗାଧୀନ ଅଟେ । ଗୋଟିଏ ସଂଯୋଗ ବିଛିଡ଼ି ଯିବ, ତେବେ ତା’ ଦ୍ଵାରା ସେ କାର୍ଯ୍ୟ ହୋଇପାରିବନି । ‘ମୁଁ କିଏ? ଏହା ଜାଣିବା ଦ୍ବାରା ସବୁଦିନ ପାଇଁ ସମାଧାନ
। ବାସ୍ତବରେ ‘ମୁଁ କିଏ? ଏହା ଜାଣିବା ଉଚିତ୍ ନା, ନିଜେ ନିଜ ଉପରେ ବିଜନେସ୍ କରିବା, ତେବେ ସାଙ୍ଗରେ ଆସିବ । କେବଳ ନାମ ସହ ବିଜନେସ୍ କରିବା, ତେବେ ଆମ ହାତରେ କିଛି ରହିବ ନାହିଁ । ଅଳ୍ପ-ବହୁତ ବୁଝିବାକୁ ତ’ ପଡ଼ିବ ନା ନାହିଁ ? ମୁଁ କିଏ? ଏହା ଜାଣିବାକୁ ପଡ଼ିବ ନା ! |
। ଏଠାରେ ତୁମର ସମାଧାନ କରିଦିଏ, ପୁଣି ଚିନ୍ତା-ଓରିଜ୍ କେବେ କିଛି ହେବ ନାହିଁ । ଚିନ୍ତା ହୁଏ, ତାହା ପସନ୍ଦ ଲାଗେ ? କ’ଣ ପାଇଁ ପସନ୍ଦ ଲାଗେନି ?
। ଅନନ୍ତ କାଳରୁ ଭଟକୁଛନ୍ତି ଏ ଜୀବମାନେ, ଅନନ୍ତ କାଳରୁ । ତେବେ, କେବେ କେମିତି ଏପରି ପ୍ରକାଶ ସରୂପ ଜ୍ଞାନୀପୁରୁଷ ମିଳିଯାନ୍ତି, ସେତେବେଳେମୁକ୍ତ କରାଇ ଦିଅନ୍ତି ।

Page Navigation
1 ... 32 33 34 35 36 37 38 39 40 41 42