Book Title: Worries Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 37
________________ ଚିନ୍ତା ଠିକ୍‌ରେ ମାଗ୍, ଏପରି କିଛି ମାଗିବୁ ଯେ ଯାହା ତୋ ପାଖରୁ କେବେ ମଧ୍ୟ ନ ଯିବ । ଏ ନାଶ୍ୱତ ଜିନିଷ ମାଗିବୁ ନାହିଁ । ଶାଶ୍ଵତ ସୁଖ ମାଗିନେବୁ । ମୋ ଆଜ୍ଞାରେ ରହୁଥ‌ିବେ ଆଉ ଗୋଟିଏ ଚିନ୍ତା ହେବ ତେବେ ପୁଣି ମୁକଦ୍ଦମା କରିବା ପାଇଁ ଅନୁମତି ଦେଇଛି । ମୋ ଆଜ୍ଞାରେ ରହିବ । ଏଠାରେ ସବୁକିଛି ମିଳେ, ଏପରି ଅଟେ । ଏ ସମସ୍ତଙ୍କ ସହିତ କ’ଣ ସର୍ଭ ରଖୁଛି, ଜାଣିଛ ତୁମେ ? ଗୋଟିଏ ଚିନ୍ତା ହେବ ତେବେ ମୋ ଉପରେ ଦୁଇଲକ୍ଷ ଟଙ୍କାର ମୁକଦ୍ଦମା କରିବ। ପ୍ରଶ୍ନକର୍ତ୍ତା : ଆପଣଙ୍କ ପାଖରୁ ଜ୍ଞାନ ପାଇଲୁ, ମନ-ବଚନ-କାୟା ଆପଣଙ୍କୁ ଅର୍ପଣ କଲୁ, ପୁଣି ଚିନ୍ତା ହୁଏ ହିଁ ନାହିଁ । ଦାଦାଶ୍ରୀ : ହେବ ହିଁ ନାହିଁ । ୩୦ ଚିନ୍ତା ଗଲା, ତାହାର ନାମ ସମାଧୁ । ତାହାଦ୍ୱାରା ପୁଣି ପୂର୍ବ ଅପେକ୍ଷା କାମ ଅଧିକ ହେବ, କାହିଁକିନା ବ୍ୟତିବ୍ୟସ୍ତତା ରହିଲା ନାହିଁ ନା ! ଅଫିସକୁ ଯାଇ ବସିବା ମାତ୍ରେ କାମ ହୋଇଚାଲେ । ଘରର ବିଚାର ଆସେ ନାହିଁ, ବାହାରର ବିଚାର ଆସେ ନାହିଁ, ଅନ୍ୟ କୌଣସି ପ୍ରକାରର ବିଚାର ହିଁ ଆସେ ନାହିଁ, ଆଉ ସମ୍ପୂର୍ଣ୍ଣ ଏକାଗ୍ରତା ରୁହେ । ବର୍ତ୍ତମାନରେ ରୁହେ ସେ ଠିକ୍ ଲୋକମାନଙ୍କୁ ତିନିବର୍ଷର ଗୋଟିକିଆ ଝିଅ ଥୁବ ତେବେ, ମନରେ ଏପରି ହୁଏ ଯେ ଏ ବଡ଼ ହେବ ତେବେ ୟାର ବାହାଘର କରିବାକୁ ପଡ଼ିବ, ସେଥ‌ିରେ ଖର୍ଚ୍ଚ ହେବ । ଏପରି ଚିନ୍ତା କରିବାକୁ ମନା କରିଛନ୍ତି । କାହିଁକିନା ଯେବେ ତା’ର ଟାଇମିଙ୍ଗ୍ ଆସିବ, ସେତେବେଳେ ସବୁ ଏଭିଡେନ୍ସ(ସଂଯୋଗ) ଏକାଠି ହୋଇଯିବେ । ଏଥପାଇଁ ଟାଇମିଙ୍ଗ୍ ଆସିବା ପର୍ଯ୍ୟନ୍ତ ତୁମେ ସେଥୁରେ ହାତ ପୁରାଇବ ନାହିଁ । ତୁମେ ତୁମ ଅନୁସାରେ ଝିଅକୁ ଖୁଆଅ-ପିଆଅ, ପଢ଼ାଅ-ଲେଖାଅ କିନ୍ତୁ ଆଗର ସବୁ ଚିନ୍ତା କର ନାହିଁ, ଆଜି ଦିନର, ବର୍ତ୍ତମାନର ହିଁ । ଅତୀତ କାଳ ତ’ ବିତିଗଲା । ଯାହା ତୁମର ଅତୀତ କାଳ,ତାକୁ କ’ଣ ଉଖାଡ଼ୁଛ ? ଉଖାଡୁ ନାହଁ ନା ! ଅତୀତ କାଳ ବିତିଗଲା, ତା’କୁ ତ’କେହି ମୂର୍ଖ ମଣିଷ ମଧ୍ୟ ଉଖାଡ଼େ ନାହିଁ । ଭବିଷ୍ୟ ବ୍ୟବସ୍ଥିତ ହାତରେ ଅଛି । ତେବେ ପୁଣି ଆମକୁ ବର୍ତ୍ତମାନରେ ହିଁ ରହିବା ଉଚିତ୍ । ଏବେ ଚା’ ପିଉଛ, ତେବେ ଆରାମରେ ପିଅ, କାରଣ ଭବିଷ୍ୟ ବ୍ୟବସ୍ଥିତ ହାତରେ ଅଛି । ଆମକୁ

Loading...

Page Navigation
1 ... 35 36 37 38 39 40 41 42