Book Title: Worries Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 39
________________ ଚିନ୍ତା ଆପଣଙ୍କର ଭୂଲ୍ ହୋଇଗଲା, ତେବେ ପୁଣି ଆପଣ ବିଚଳିତ ହେବେ, ତାହାକୁ ଚିନ୍ତା କୁହନ୍ତି ନାହିଁ, ତାହା ଘୁଟନ୍ କୁହାଯାଏ । ଅର୍ଥାତ୍ ଚିନ୍ତା ହେବ ନାହିଁ । ଚିନ୍ତାରେ ତ’ ହୁ ହୁ ହୋଇ ରକ୍ତ ଜଳି ଚାଲେ ! ୩୨ ‘ବ୍ୟବସ୍ଥିତ’ର ଜ୍ଞାନ, ସେଠାରେ ଚିନ୍ତା ଗାଏବ ପ୍ରଶ୍ନକର୍ତ୍ତା : ବ୍ୟବସ୍ଥିତ ଯଦି ଠିକ୍‌ରେ ବୁଝାପଡ଼ିଯାଏ, ତେବେ ଚିନ୍ତା ବା ଟେନଶନ୍ କିଛି ମଧ୍ୟ ରହିବ ନାହିଁ ? ଦାଦାଶ୍ରୀ : ତିଳେ ମଧ୍ୟ ରୁହେ ନାହିଁ । ବ୍ୟବସ୍ଥିତ ଅର୍ଥାତ୍ ସାଇଣ୍ଟିଫିକ୍ ସରକମ୍‌ଷ୍ଟେନଶିୟଲ ଏଭିଡ଼େନ୍ସ । ବ୍ୟବସ୍ଥିତ ସେପର୍ଯ୍ୟନ୍ତ ବୁଝି ଚାଲିବାକୁ ହେବ ଯେ ଅନ୍ତିମ ବ୍ୟବସ୍ଥିତ, ‘କେବଳଜ୍ଞାନ’ ଉତ୍ପନ୍ନ କରାଏ ଆଉ ବ୍ୟବସ୍ଥିତ ବୁଝାପଡ଼ିଯାଏ ତେବେ କେବଳଜ୍ଞାନ ବୁଝାପଡ଼ିଯିବ । ଏ ବ୍ୟବସ୍ଥିତର ମୋ ଆବିଷ୍କାର ଏତେ ସୁନ୍ଦର ଅଟେ ! ଏହା ଗଜବ ଆବିଷ୍କାର ଅଟେ !! ଅନନ୍ତ ଜନ୍ମ ହେଲା ସଂସାର କିଏ ଛିଡ଼ା କରାଉଥିଲା ? କର୍ତ୍ତା ହୋଇ ବସିଯାଇଥିଲେ, ତାହାର ଚିନ୍ତା ! ପ୍ରଶ୍ନକର୍ତ୍ତା : ଏହି ‘ଜ୍ଞାନ’ ଦ୍ବାରା ଏବେ ମୋତେ ଆଉ ଭବିଷ୍ୟତର ଚିନ୍ତା ରହୁନାହିଁ । ଦାଦାଶ୍ରୀ : ତୁମେ ତ’ ‘ଏହା ବ୍ୟବସ୍ଥିତ ଅଟେ’ ଏପରି କହି ଦେଉଛ ନା ! ବ୍ୟବସ୍ଥିତ ତୁମେ ବୁଝିଗଲ ନା ! କୌଣସି ପରିବର୍ତ୍ତନ ହେବାର ନାହିଁ । ସାରାରାତି ଚେଇଁକରି ଦୁଇବର୍ଷ ପରକଥା ଭାବିବ, ତେବେ ମଧ୍ୟ ତାହା ୟୁଗ୍‌ଲେସ୍ (ଅର୍ଥହୀନ) ବିଚାର ଅଟେ, ୱେଷ୍ଟ ଅଫ୍ ଟାଇମ୍ ଏଣ୍ଡ ଏନର୍ଜି ଅଟେ । ପ୍ରଶ୍ନକର୍ତ୍ତା : ଆପଣ ଯେଉଁ ‘ରିୟଲ୍’ ଆଉ ‘ରିଲେଟିଭ୍’ ବୁଝାଇଲେ, ତା’ପରେ ଚିନ୍ତା ଗଲା । ଦାଦାଶ୍ରୀ : ପରେ ତ’ ଚିନ୍ତା ହିଁ ହୁଏ ନାହିଁ ନା ! ଏହି ଜ୍ଞାନ ପରେ ଚିନ୍ତା ହେବ, ଏପରି ନୁହେଁ । ଏହି ମାର୍ଗ ସମ୍ପୂର୍ଣ୍ଣ ବୀତରାଗ ମାର୍ଗ ଅଟେ । ସମ୍ପୂର୍ଣ୍ଣ ବୀତରାଗ ମାର୍ଗ ଅର୍ଥାତ୍ କ’ଣ, ଯେ ଚିନ୍ତା ହିଁ ନଥବ । ଏହା ତମାମ ଆତ୍ମଜ୍ଞାନୀଙ୍କର, ଚବିଶ ତୀର୍ଥଙ୍କରଙ୍କର ମାର୍ଗ ଅଟେ, ଏହା ଆଉ କାହାର ମାର୍ଗ ନୁହେଁ । -ଜୟ ସଚ୍ଚିଦାନନ୍ଦ

Loading...

Page Navigation
1 ... 37 38 39 40 41 42