Book Title: Worries Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
ଚିନ୍ତା
ପ୍ରଶ୍ନକର୍ତ୍ତା : ଏକ୍ସଟେନସନ୍ କିପରି ମିଳିବ ? ଆମ ହାତରେ ତ’ କିଛି ମଧ୍ୟ ନାହିଁ, ମୋତେ ତ’ ଲାଗୁ ନାହିଁ ।
ଦାଦାଶ୍ରୀ : କି କଥା କହୁଛ ? ! ଯଦି ବଞ୍ଚିବା ହାତରେ ଥିବ ତେବେ ମରିବ ନାହିଁ । ଯଦି ଆୟୁଷର ଏକ୍ସଟେନସନ୍ ମିଳୁନାହିଁ ତେବେ କାହିଁକି ଚିନ୍ତା କରୁଛୁ ? ଯାହା ମିଳିଲା, ତାହାକୁ ହିଁ ଆରାମରେ ଭୋଗ ନା !
ମଣିଷ ସଭାବ ଚିନ୍ତା ଆପଣେଇ ନିଏ
୧୬
ଚିନ୍ତାରୁ ତ’ କାମ ବିଗିଡ଼ିଯାଏ l ଚିନ୍ତା କାମକୁ ଶହେ ପ୍ରତିଶତ ଜାଗାରେ ସତୁରି ପ୍ରତିଶତ କରିଦିଏ । ଚିନ୍ତା କାମରେ ଅବସ୍ଟ୍ରକ୍ଟ(ବିଘ୍ନ) ସୃଷ୍ଟିକରେ । ଯଦି ଚିନ୍ତା ନ ହେବ, ତେବେ ବହୁତ ସୁନ୍ଦର ପରିଣାମ ଆସିବ ।
|
ଯେପରିକି ‘ଆମେ ଦିନେ ନା ଦିନେ ମରିବା’, ଏହା ସମସ୍ତେ ଜାଣନ୍ତି । କିନ୍ତୁ ଯେତେବେଳେ ମୃତ୍ୟୁ ମନେ ପଡ଼େ ସେତେବେଳେ କ’ଣ କରନ୍ତି ଲୋକେ ? ମନେ ପଡ଼େ, ସେତେବେଳେ କ’ଣ କରନ୍ତି ? ତାକୁ ଧକ୍କା ମାରିଦିଅନ୍ତି । ଆମର କିଛି ହୋଇଯିବ ତେବେ ?, ଏପରି ମନରେ ଆସିବା କ୍ଷଣି ତାକୁ ଧକ୍କା ମାରିଦିଅନ୍ତି । ସେହିପରି ଯେତେବେଳେ ଭିତରେ ଚିନ୍ତା ହେବାକୁ ଲାଗେ, ସେତେବେଳେ ଧକ୍କା ମାରିଦେବ ଯେ ଏଠି ନୁହଁ ଭାଇ !
ଚିନ୍ତା ଦ୍ବାରା ସର୍ବଦା ସବୁକିଛି ବିଗିଡ଼ି ଥାଏ। ଚିନ୍ତାରେ ଯଦି ଗାଡ଼ି ଚଲାଇବ ତେବେ ଧକ୍କା ହୋଇଯିବ । ଚିନ୍ତାରେ ବ୍ୟାପାର କରିବ, ସେଠି କାମ ସବୁ ଓଲଟି ପଡ଼େ । ଚିନ୍ତା ଦ୍ଵାରା ଏସବୁ ବିଗିଡ଼ିଛି ସଂସାରରେ ।
ଚିନ୍ତା କରିବା ଭଳି ଏ ସଂସାର ନୁହେଁ । ଏ ସଂସାରରେ ଚିନ୍ତା କରିବା, ତାହା ବେଷ୍ଟ ଫୁଲିସନେସ୍ ଅଟେ । ସଂସାର ଚିନ୍ତା କରିବା ପାଇଁ ହୋଇନାହିଁ । ଏହା ଇଟସେଲୁ କ୍ରିଏଶନ( ସୟଂ ସୃଷ୍ଟି) ହୋଇଛି । ଭଗବାନ ଏ କ୍ରିଏଶନ କରିନାହାନ୍ତି । ଏଥିପାଇଁ ଚିନ୍ତା କରିବା ପାଇଁ ଏ କ୍ରିଏଶନ ହୋଇନାହିଁ । ଏ ମଣିଷ କେବଳ ଚିନ୍ତା ହିଁ କରୁଛନ୍ତି, ଅନ୍ୟ କୌଣସି ଜୀବ ଚିନ୍ତା କରୁନାହାନ୍ତି । ଅନ୍ୟ ଚଉରାଅଶୀ ଲକ୍ଷ ଯୋନି ଅଛି, କିନ୍ତୁ କେହି ଚିନ୍ତା-ରିଜ୍ କରନ୍ତି ନାହିଁ । ଏ ମଣିଷନାମକ ଜୀବ ଆବଶ୍ୟକତାଠାରୁ ଅଧିକ ବୁଦ୍ଧିମାନ ଅଟନ୍ତି, ସେହିମାନେ ଦିନସାରା ଚିନ୍ତାରେ ଜଳୁଥାନ୍ତି !

Page Navigation
1 ... 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42