Book Title: Worries Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
। ୧୮
ଚିନ୍ତା ।
ଚିନ୍ତା ତାହା ହିଁ ଅହଂକାର । ଏ ପିଲାଟିକୁ ଚିନ୍ତା କାହିଁକି ହେଉନାହିଁ ? କାହିଁକିନା ସେ ଜାଣିଛି ଯେ ମୁଁ ଚଲାଉ ନାହିଁ । କିଏ ଚଲାଉଛି, ସେଥିରେ ତା’ର କିଛି ଯାଏ ଆସେ ନାହିଁ । । ମୁଁ କରୁଛି, ମୁଁ କରୁଛି’ ଏପରି କରୁଥାଏ, ଏଥିପାଇଁ ଚିନ୍ତା ହୁଏ ।
। ଚିନ୍ତା ହିଁ ସବୁଠୁ ବଡ଼ ଅହଂକାର ପ୍ରଶ୍ନକର୍ତ୍ତା : ଚିନ୍ତା ହିଁ ଅହଂକାରର ଲକ୍ଷଣ ଅଟେ । ଏହାକୁ ଟିକେ ବୁଝାଇ ଦିଅନ୍ତୁ ।
। ଦାଦାଶ୍ରୀ : ଚିନ୍ତା ଅହଂକାରର ଲକ୍ଷଣ କାହିଁକି କୁହାଯାଏ ? କାହିଁକି ନା ତା’ ମନରେ ଏପରି ଥାଏ ଯେ ମୁଁ ହିଁ ଏସବୁ ଚଲାଉଛି’ । ଏହାଦ୍ଵାରା ତା’କୁ ଚିନ୍ତା ହୁଏ । ଏହା ଚଲାଇବାବାଲା ମୁଁ ହିଁ ଅଟେ’, ଏଥିପାଇଁ ତା’କୁ ‘ଏ ଝିଅର କ’ଣ ହେବ ? ଏ ପିଲାମାନଙ୍କର କ’ଣ ହେବ ? ଏ କାମ ପୂରା ନହେବ ତେବେ କ’ଣ ହେବ ?? ସେ ଚିନ୍ତା ନିଜ ମୁଣ୍ଡକୁ ନେଇଯାଏ । ସୟଂ ନିଜକୁ ନିଜେ କର୍ତ୍ତା ମାନେ ଯେ ‘ମୁଁ ହିଁ ମାଲିକ ଆଉ ମୁଁ ହିଁ କରୁଛି । କିନ୍ତୁ ସେ ନିଜେ କର୍ତ୍ତା ନୁହେଁ ଆଉ ବ୍ୟର୍ଥ ଚିନ୍ତା ଡାକି ଆଣେ ।
ସଂସାରରେ ଅଛି ଆଉ ଚିନ୍ତାରେ ହିଁ ରହିବ ଏବଂ ଚିନ୍ତା ଦୂର ନହେବା ତେବେ ପୁଣି ତା’କୁ କେତେ ଜନ୍ମ ନେବାକୁ ହେବ ! କାରଣ ଚିନ୍ତାରୁ ହିଁ ଜନ୍ମ ବନ୍ଧାହୁଏ ।
। ଏ ଛୋଟ କଥାଟି ତୁମକୁ ବତାଇ ଦେଉଛି, ଏହି ସାଧାରଣ କଥାଟି ତୁମକୁ ବତାଇ ଦେଉଛି ଯେ ଏହି ସଂସାରରେ କୌଣସି ମଣିଷ ଏପରି ଜନ୍ମ ହୋଇନାହିଁ ଯେ ଯାହାକୁ ମଳତ୍ୟାଗ କରିବା ପାଇଁ ମଧ୍ୟ ସତନ୍ତ୍ର ଶକ୍ତି ଅଛି । ତେବେ ପୁଣି ଏ ଲୋକମାନଙ୍କୁ ଇଗୋଇଜମ୍ କରିବାର କ’ଣ ଅର୍ଥ ? ଏହା ଅନ୍ୟ ଶକ୍ତି କାମ କରୁଛି । ଏବେ, ସେ ଶକ୍ତି ଆମର ନୁହଁ, ତାହା ପର-ଶକ୍ତି ଅଟେ, ଆଉ ସ-ଶକ୍ତିକୁ ଜାଣି ନାହିଁ, ଏଥିପାଇଁ ନିଜେ ମଧ୍ୟ ପର-ଶକ୍ତିର ଅଧୀନ ଅଟେ, ଆଉ କେବଳ ଅଧୀନ ହିଁ ନୁହେଁ କିନ୍ତୁ ପରାଧୀନ ମଧ୍ୟ ଅଟେ । ପୂରା ଅବତାର ପରାଧୀନ ଅଟେ ।

Page Navigation
1 ... 23 24 25 26 27 28 29 30 31 32 33 34 35 36 37 38 39 40 41 42