Book Title: Worries Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
୨o
ଚିନ୍ତା ।
କୁସମୟର ଚିନ୍ତା ସତର ବର୍ଷ ପୂର୍ବରୁ ଝିଅ ବାହାଘର ଚିନ୍ତା କରୁଛି, ତେବେ ମରିବା ଚିନ୍ତା କ’ଣ ପାଇଁ କରୁନାହିଁ ? ତେବେ କହିବ ଯେ, ନା, ମରିବା କଥା ତ’ ମନେ ପକାନା ।’ ସେତେବେଳେ ମୁଁ ପଚାରିଲି, “ମରିବା କଥା ମନେ ପକାଇବାରେ କ’ଣ ଅସୁବିଧା ଅଛି ? ତୁମେ ମରିବ ନାହିଁ କି ? ସେତେବେଳେ କୁହେ ଯେ, ଯଦି ମରିବା କଥା ମନେ ପକାଇବ ନା, ତେବେ ଆଜିର ସୁଖ ଚାଲିଯାଏ, ଆଜିର ଆମର ସବୁ ସାଦ ବିଗିଡ଼ି ଯାଏ । ତେବେ ପୁଣି ଝିଅର ବାହାଘର କଥା କ’ଣ ପାଇଁ ମନେ ପକାଉଛୁ ? ସେଠାରେ ମଧ୍ୟ ତାର ସ୍ୱାଦ ଚାଲିଯିବ ନା ? ଆଉ ଝିଅ ନିଜ ବାହାଘର ପାଇଁ ସବୁ ନେଇକରି ଆସିଛି । ମା-ବାପା ତ? ଏଥିରେ ନିମିତ୍ତ ଅଟନ୍ତି । ଝିଅ ନିଜ ବାହାଘର ପାଇଁ ସବୁ ସାଧନ ନେଇକରି ଆସିଥାଏ । ବ୍ୟାଙ୍କ ବାଲାନ୍ସ, ଟଙ୍କା, ସବୁ ନେଇକରି ଆସିଛି । କମ୍ ବା ଅଧିକ ଯେତିକି ଖର୍ଚ୍ଚ ହୁଏ ସେ ଏକଜାକୂଲୀ ସବୁ କିଛି ନେଇକରି ଆସିଥାଏ ।
। ଝିଅର ଚିନ୍ତା ତୁମକୁ କରିବାର ନାହିଁ । ତୁମେ ଝିଅର ପାଳନକର୍ତ୍ତା ଅଟ । ଝିଅ ନିଜ ପାଇଁ ପୁଅ ମଧ୍ୟ ନେଇକରି ଆସିଥାଏ । ଆମକୁ କାହା ପାଖକୁ କହିବା ପାଇଁ ଯିବାକୁ ପଡ଼େ ନାହିଁ ଯେ ପୁଅ ଜନ୍ମକର। ଆମର ଝିଅ ଅଛି, ତା’ ପାଇଁ ପୁଅ ଜନ୍ମ କର, ଏପରି କହିବା ପାଇଁ ଯିବାକୁ ପଡ଼େ ? ଅର୍ଥାତ୍ ସବୁ ଜିନିଷ ପ୍ରସ୍ତୁତି କରି ନେଇକରି ଆସିଥାଏ । ସେତେବେଳେ ବାପା କହିବ, ‘ଏ ପଚିଶ ବର୍ଷ ହୋଇଗଲାଣି, ଏ ପର୍ଯ୍ୟନ୍ତ ତା’ର କିଛି ଠିକଣା ମିଳୁନାହିଁ । ଏମିତି ଅଟେ, ସେମିତି ଅଟେ ।’ ସେ ପୂରା ଦିନ ଗାଇ ଚାଲିଥାଏ । ଆରେ, ସେଠାରେ ପୁଅ ସତେଇଶ ବର୍ଷର ହୋଇ ସାରିଲାଣି, କିନ୍ତୁ ତୋତେ ମିଳୁନାହିଁ, ତେବେ କ’ଣ ପାଇଁ ଚିତ୍କାର କରୁଛୁ ? ଶୋଇ ଯା ନା ଚୁପଚାପ୍ । ସେ ଝିଅ ନିଜ ଟାଇମିଙ୍ଗ ( ସମୟ)ଇତ୍ୟାଦି ସବୁ ସେଟ୍( ସ୍ଥିର) କରି ଆସିଛି । । ଯାହା ତୁମ ସତ୍ତାରେ ନାହିଁ, ତାହାର ଚିନ୍ତା କର ନାହିଁ । ପୂର୍ବ ଜନ୍ମରେ ଦୁଇ ତିନିଟି ଛୋଟ ଝିଅ ଥିଲେ, ପୁଅ ଥିଲେ, ସେ ସମସ୍ତଙ୍କୁ ଏତେ ଛୋଟଛୋଟ ଥିବାବେଳେ ଛାଡ଼ିକରି ଆସିଥିଲେ, ତେବେ ସେମାନଙ୍କର କିଛି ଚିନ୍ତା

Page Navigation
1 ... 25 26 27 28 29 30 31 32 33 34 35 36 37 38 39 40 41 42