Book Title: Worries Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 28
________________ ଚିନ୍ତା ୨୧ କରୁଛ ? କ’ଣ ପାଇଁ ? ଆଉ ଏମିତି ମରିବା ସମୟରେ ତ’ ବହୁତ ଚିନ୍ତା ହୁଏ ନା, ଯେ ସାନ ଝିଅର କ’ଣ ହେବ ? କିନ୍ତୁ ଏଠାରେ ପୁଣି ନୂଆ ଜନ୍ମ ନିଏ, ତେବେ ପୂର୍ବ ଜନ୍ମର କିଛି ଚିନ୍ତା ହିଁ ନାହିଁ ନା ! ଚିଠି-ସନ୍ଦେଶ କିଛି ମଧ୍ୟ ନାହିଁ । ଅର୍ଥାତ୍ ଏ ସବୁ ପରସଭା ଅଟେ, ସେଥିରେ ହାତ ନମାରିବା ଉଚିତ୍ । ଏଥିପାଇଁ ଯାହା କିଛି ବି ହୁଏ, ତାହା ବ୍ୟବସ୍ଥିତରେ ଥିବ ତେବେ ଭଲା ହେଉ, ଆଉ ନଥିବ ତେବେ ଭଲା ନହେଉ । ଚିନ୍ତା କରିବା ଅପେକ୍ଷା ଧର୍ମ ରାସ୍ତାରେ ମୋଡ଼ିଦିଆ ପ୍ରଶ୍ନକର୍ତ୍ତା : ଘରର ଯିଏ ପ୍ରମୁଖ ବ୍ୟକ୍ତି ଅଟନ୍ତି, ତାଙ୍କୁ ଯେଉଁ ଚିନ୍ତା ହୁଏ, ତାହା କିପରି ଦୂର କରିହେବ ? । ଦାଦାଶ୍ରୀ : କୃଷ୍ଣ ଭଗବାନ କ’ଣ କହିଛନ୍ତି ଯେ ‘ଜୀବ ତୁ କାହେ ସୋଚ କରେ, କୃଷ୍ଣ କୋ କରନା ହୋ ସୋ କରେ ।’ ଏପରି ପଢ଼ିଛି ? ତେବେ ପୁଣି ଚିନ୍ତା କରିବାର ଆବଶ୍ୟକ କ’ଣ ? ପିଲାମାନଙ୍କୁ ନେଇ କ୍ଳେଶ କ’ଣ ପାଇଁ କରୁଛ ? ଧର୍ମରାସ୍ତାରେ ମୋଡ଼ିଦିଆ ସେମାନଙ୍କୁ, ସୁଧୁରିଯିବେ । । କିଛି ତ’ ବ୍ୟବସାୟକୁ ନେଇ ଚିନ୍ତା କରିଚାଲିଥାନ୍ତି । ସେମାନେ କ’ଣ । ପାଇଁ ଚିନ୍ତା କରନ୍ତି ? ମନରେ ଏପରି ଥାଏ ଯେ, ମୁଁ ହିଁ ଚଲାଉଛି’ । ଏଥିପାଇଁ ଚିନ୍ତା ହୁଏ । ସେ ଚଲାଇବାବାଲା କିଏ’ ଏପରି କିଛି ସାଧାରଣ ଭାବରେ ହେଉନା କାହିଁକି, କୌଣସି ପ୍ରକାରର ଅବଲମ୍ବନ ନିଏ ନାହିଁ । ଯଦିଓ, ତୁ ଜ୍ଞାନ ଦ୍ଵାରା ଜାଣି ନାହୁଁ, ତଥାପି ଆଉ କିଛି ଅବଲମ୍ବନ ତ’ ନେ ! କାରଣ ତୁ ଚଲାଉନାହୁଁ, ଏହା ଅଳ୍ପ ବହୁତ ତୋ ଅନୁଭବରେ ଆସିଥାଏ । ଚିନ୍ତା ତ’ ସବୁଠୁ ବଡ଼ ଇଗୋଇଜମ୍ ଅଟେ । ଅଧୁକ ଚିନ୍ତାବାଲା କିଏ ? ପ୍ରଶ୍ନକର୍ତ୍ତା : ଯାହାକୁ ଦୁଇଓଳିର ରୁଟି ମିଳୁନଥିବ, ତା’କୁ ତ’ ସବୁଦିନ ଚିନ୍ତା ହୁଏ ନା ଯେ “କାଲି କ’ଣ କରିବି ? କାଲି କ’ଣ ଖାଇବି ?” ଦାଦାଶ୍ରୀ :ନା, ନା, ତାହା ଏପରି ଯେ, ସରପ୍ଲସ(ଅତିରିକ୍ତ)ର ଚିନ୍ତା

Loading...

Page Navigation
1 ... 26 27 28 29 30 31 32 33 34 35 36 37 38 39 40 41 42