Book Title: Worries Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 26
________________ ଚିନ୍ତା ୧ ୯ । ଝିଅର ବାହାଘର ପାଇଁ ଚିନ୍ତା ଏପରି ଯେ, ଏଠି ତ’ ଝିଅ ତିନି ବର୍ଷର ହୋଇଥିବ ସେବେଠୁ ଭାବୁଥାନ୍ତି ଯେ ଏ ବଡ଼ ହୋଇଗଲାଣି, ଏ ବଡ଼ ହୋଇଗଲାଣି । ବାହାଘର ତ’ କୋଡ଼ିଏ ବର୍ଷରେ ହୁଏ, କିନ୍ତୁ ଛୋଟ ବେଳୁ ଚିନ୍ତା କରିବା ଆରମ୍ଭ କରିଦିଏ ! ଝିଅର ବାହାଘର ଚିନ୍ତା କେବେଠୁ ଆରମ୍ଭ କରିବା ଉଚିତ୍, ଏପରି କୌଣସି ଶାସ୍ତ୍ରରେ ଲେଖାଅଛି ? ଆଉ କୋଡ଼ିଏ ବର୍ଷରେ ବାହାଘର କରିବାର ଥିବ ତେବେ ଆମକୁ କେବେଠାରୁ ଚିନ୍ତା କରିବା ଉଚିତ୍ ? ଦୁଇ-ତିନି ବର୍ଷର ହୋଇଥିବ, ସେବେଠାରୁ ? ପ୍ରଶ୍ନକର୍ତ୍ତା : ଝିଅ ଚଉଦ-ପନ୍ଦର ବର୍ଷର ହୋଇଯାଏ, ତେବେ ତ ମାବାପା ଭାବନ୍ତି ନା ! | ଦାଦାତ୍ରୀ : ନା, ତା’ପରେ ମଧ୍ୟ ପାଞ୍ଚ ବର୍ଷ ରହିଲା ନା ! ସେ ପାଞ୍ଚ ବର୍ଷରେ ଚିନ୍ତା କରିବାବାଲା ମରିଯିବ ଅବା ଯାହାପାଇଁ ଚିନ୍ତା କରୁଛି, ସେ ମରିଯିବ, ଏହାର କ’ଣ ଠିକଣା ? ପାଞ୍ଚ ବର୍ଷ ବାକି ଅଛି, ତା’ ପୂର୍ବରୁ ଚିନ୍ତା କିପରି କରିପାରିବା ? । ପୁଣି ତାହା ମଧ୍ୟ ଦେଖା ଦେଖିରେ ଯେ ଅମୁକ ଭାଇଙ୍କୁ ତ’ ଦେଖ, ଝିଅ ବାହାଘର ପାଇଁ କେତେ ଚିନ୍ତା କରୁଛନ୍ତି ଆଉ ମୋତେ ତ’ ଚିନ୍ତା ନାହିଁ । ପୁଣି ଚିନ୍ତା ହିଁ ଚିନ୍ତାରେ ତରଭୁଜ ପରି ହୋଇଯାଏ ! ଆଉ ଝିଅର ବାହାଘର ସମୟ ଆସେ ସେତେବେଳେ ହାତରେ ଚାରି ଅଣା ମଧ୍ୟ ନଥାଏ । ଚିନ୍ତାବାଲା ଟଙ୍କା କେଉଁଠୁ ଆଣିବ ? । ଆପଣଙ୍କୁ ଚିନ୍ତା କେବେ କରିବା ଉଚିତ୍ ? ଯେ ଯେତେବେଳେ ଆଖପାଖ ଲୋକେ କହିବେ ଯେ, “ଝିଅ ପାଇଁ କିଛି କଲୁ ?' ସେତେବେଳେ ଆପଣ ବୁଝିନେବେ ଯେ ଏବେ ବିଚାର କରିବାର ସମୟ ଆସି ଯାଇଛି ଆଉ ସେବେଠାରୁ ତା’ ପାଇଁ ପ୍ରୟାସ ଆରମ୍ଭ କରିବ ! ଏଠି ତ’ ଆଖପାଖବାଲା କିଛି କହନ୍ତି ନାହିଁ ଆଉ ତା’ ପୂର୍ବରୁ, ପନ୍ଦର ବର୍ଷ ପୂର୍ବରୁ ଚିନ୍ତା କରେ ! ପୁଣି ନିଜ ସ୍ତ୍ରୀକୁ କହିବ ଯେ, ‘ତୋତେ ମନେ ଅଛି ଆମ ଝିଅ ବଡ଼ ହେଉଛି ଆଉ ତା’ର ବାହାଘର କରିବାର ଅଛି ?’ ଏବେ ସ୍ତ୍ରୀକୁ କ’ଣ ପାଇଁ ଚିନ୍ତା କରାଉଛୁ ? !

Loading...

Page Navigation
1 ... 24 25 26 27 28 29 30 31 32 33 34 35 36 37 38 39 40 41 42