Book Title: Worries Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 21
________________ ୧୪ ଚିନ୍ତା । କର ନାହିଁ ଅପ୍ରାପ୍ତର ଚିନ୍ତା ଅହମଦାବାଦର କିଛି ସେଠୁ ଭେଟ ହୋଇଥିଲେ । ସେମାନେ ଖାଇବା ସମୟରେ ମିଲ୍କାରଖାନା)କୁ ଚାଲିଯାନ୍ତି । ମୋ ସହିତ ଭୋଜନ ପାଇଁ ବସିଥିଲେ । ସେତେବେଳେ ସେଠାଣୀ ସାମନାରେ ଆସିକରି ବସିଲେ। ମୁଁ ପଚାରିଲି, ସେଠାଣୀଜୀ, ତୁମେ କାହିଁକି ସାମନାରେ ଆସି ବସିଗଲ ? ତେବେ କହିଲେ, ସେଠଜୀ ଠିରେ ଭୋଜନ କରନ୍ତି ନାହିଁ, କେବେ ମଧ୍ୟ ।” ଏଥରୁ ମୁଁ ବୁଝିଗଲି । ଯେବେ ମୁଁ ସେଠୁଜୀଙ୍କୁ ପଚାରିଲି ସେ କହିଲେ, “ମୋ ଚିତ୍ତ ପୂରା ସେଠାକୁ ଚାଲିଯାଏ ।? ମୁଁ କହିଲି, ଏପରି କରିବ ନାହିଁ । ବର୍ତ୍ତମାନ ଥାଳି ଆସିଛି, ତାହାକୁ ପ୍ରଥମେ, ଅର୍ଥାତ୍ ପ୍ରାପ୍ତକୁ ଭୋଗ, ଅପ୍ରାପ୍ତର ଚିନ୍ତା କର ନାହିଁ । ଯାହା ପ୍ରାପ୍ତ ବର୍ଭମାନ ଅଟେ ତାହାକୁ ଭୋଗ ।” ଚିନ୍ତା ହେଉଥିବ ତେବେ ପୁଣି ଖାଇବା ପାଇଁ ରୋଷେଇ ଘରକୁ ଯିବାକୁ ପଡ଼େ ? ପୁଣି ବେଡ଼ରୁମକୁ ଶୋଇବା ପାଇଁ ଯିବାକୁ ପଡ଼େ ? ଆଉ ଅଫିସ୍‌ରେ କାମ ପାଇଁ ? । ପ୍ରଶ୍ନକର୍ତ୍ତା : ସେଠାକୁ ମଧ୍ୟ ଯାଉଛୁ । ଦାଦାଶ୍ରୀ :ଏ ସବୁ ଡି ପାର୍ଟମେଣ୍ଟ ( ବି ଭାଗ) ଅଟେ । ଗୋଟିଏ ଡି ପାର୍ଟମେଣ୍ଟର ଝାଞ୍ଜ ଟି ଅନ୍ୟ ଡି ପାର୍ଟମେଣ୍ଟ କୁ ନେବ ନାହିଁ । ଗୋଟିଏ ଡିଭିଜନ(ବିଭାଗ)କୁ ଯଦି ଯିବ ତେବେ ସେଠାକାର, ସେତିକି ହିଁ ସମ୍ପୂର୍ଣ୍ଣ କାମ କରିନେବ । କିନ୍ତୁ ଦ୍ବିତୀୟ ଡିଭିଜନକୁ ଭୋଜନ କରିବା ପାଇଁ ଯିବ, ତେବେ ପ୍ରଥମ ଡିଭିଜନର ଝାଞ୍ଜଟି ସେଠାରେ ଛାଡ଼ି,ଏଠାରେ ଭୋଜନ କରିବା ପାଇଁ ବସିବ ତେବେ ଟେଷ୍ଟର ସହ ଖାଇବ । ବେଡ଼ରୁମକୁ ଯିବାବେଳେ ମଧ୍ୟ ପ୍ରଥମ ଡିଭିଜନର ଝଞ୍ଜଟ ସେଠାରେ ଛାଡ଼ିକରି ଯିବ । ଯାହାର ଏପରି ସେଟିଙ୍ଗ( ଯୋଜନା) ନାହିଁ, ସେ ମଣିଷ ମରିଯିବ । ଖାଇବା ପାଇଁ ବସିଥିବ, ସେତେବେଳେ ଚିନ୍ତା କରୁଥିବ ଯେ ଅଫିସ୍‌ରେ ସାହେବ ଗାଳି କରିବେ ସେତେବେଳେ କ'ଣ କରିବି ? ଆରେ, ଗାଳି କରିବେ ସେତେବେଳେ ଦେଖୁନେବା ! ଏବେ ଆରାମରେ ଖା’ ନା ! । ଭଗବାନ କ’ଣ କହିଥିଲେ ଯେ, ପ୍ରାପ୍ତକୁ ଭୋଗ, ଅପ୍ରାପ୍ତର ଚିନ୍ତା କରନାହିଁ ।” ଅର୍ଥାତ୍ ‘ଯାହା ପ୍ରାପ୍ତ ଅଟେ ତାହାକୁ ଭୋଗ !”

Loading...

Page Navigation
1 ... 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42