Book Title: Worries Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
୧୨
ଚିନ୍ତା
ପ୍ରକୃତିର ଗେଷ୍ଟଙ୍କ ଆଡ଼ମ୍ବର ତ’ ଦେଖ !
ଏହି ୱର୍ଲ୍ସରେ କିଛି ବି ଜିନିଷ ଯାହା ସବୁଠୁ ମୂଲ୍ୟବାନ ହୋଇଥାଏ, ତାହା ଫ୍ରି ଅଫ୍ କଷ୍ଟ ହିଁ ହୋଇଥାଏ । ତାହା ଉପରେ କୌଣସି ମଧ୍ଯ ସରକାରୀ କର ଲଗାଇ ପାରିବା ନାହିଁ । କେଉଁ ଜିନିଷ ମୂଲ୍ୟବାନ ? ପ୍ରଶ୍ନକର୍ତ୍ତା : ପବନ, ପାଣି ।
:
ଦାଦାଶ୍ରୀ : କେବଳ ପବନ, ପାଣି ନୁହଁ । ପବନ ଉପରେ ସରକାରୀ କର ଆଦୌ ନାହିଁ, କିଛି ନାହିଁ । ଯେଉଁଠି ଦେଖ ସେଇଠି, ତୁମେ ଯେଉଁଠିକୁ ଯାଅ, ଏନି ହେୟାର୍, ଏନି ପ୍ଲେସ୍, ସେଠାରେ ତୁମକୁ ତାହା ପ୍ରାପ୍ତ ହେବ । ପ୍ରକୃତି କେତେ ରକ୍ଷଣ କରିଛି ତୁମର ! ତୁମେ ପ୍ରକୃତିର ଗେଷ୍ଟ ଅଟ ଆଉ ଗେଷ୍ଟ ହୋଇକରି ତୁମେ ଚିତ୍କାର କରୁଛ, ଚିନ୍ତା କରୁଛ ! ଏଥିପାଇଁ ପ୍ରକୃତିକୁ ମନରେ ଏପରି ଲାଗୁଛି ଯେ, ଆରେ, ମୋ ଗେଷ୍ଟ ବନିଛନ୍ତି, କିନ୍ତୁ ଏ ମଣିଷଟାକୁ ଗେଷ୍ଟ ବନିବା ମଧ୍ୟ ଆସୁନାହିଁ ? ! ତେବେ ପୁଣି ରୋଷେଇ ଘରକୁ ଯାଇ କହିବ, ‘ତରକାରୀରେ ଲୁଣ ଟିକେ ଅଧିକ ଦେବ ।’ ଆରେ ମୂର୍ଖ, ଗେଷ୍ଟ ହୋଇକରି ରୋଷେଇ ଘରେ ପଶୁଛୁ ! ସେମାନେ ଯାହା ବାଜୁଛନ୍ତି ତାହା ଖାଇ ନେ । ଗେଷ୍ଟ ହୋଇକରି ରୋଷେଇ ଘର ଯାଉଥିବେ ଆପଣ ? ଅର୍ଥାତ୍ ଏ ମୂଲ୍ୟବାନରୁ ମୂଲ୍ୟବାନ ପବନ ଫ୍ରି ଅଫ୍ କଷ୍ଟ୍ । ତା’ପରେ ଦୁଇ ନମ୍ବରରେ କିଏ ଆସେ ? ପାଣି । ପାଣି ଅଳ୍ପ ବହୁତ ଟଙ୍କାରେ ମିଳୁଛି । ଆଉ ପୁଣି ତିନି ନମ୍ବର ଖାଦ୍ୟ, ତାହା ମଧ୍ୟ ଅଳ୍ପ-ବହୁତ ଟଙ୍କାରେ । ପ୍ରଶ୍ନକର୍ତ୍ତା : ପ୍ରକାଶ ।
ଦାଦାଶ୍ରୀ : ଲାଇଟ୍ ତ’ ଅଛି ନା ! ଲାଇଟ୍ ତ’, ସୂର୍ଯ୍ୟନାରାୟଣ ତୁମ ସେବାରେ ହିଁ ବସି ରହିଛନ୍ତି, ସକାଳ ସାଢ଼େ ଛ’ଟାରୁ ଆସି ପହଞ୍ଚି ଯାଉଛନ୍ତି । କେଉଁଠି ମଧ୍ଯ ଭରସା ହିଁ ନାହିଁ
ଏ ତ’ ଆମର ହିନ୍ଦୁସ୍ତାନର ଲୋକମାନେ ତ’ ଏତେ ଚିନ୍ତାବାଲା ଅଟନ୍ତି ଯେ ଏ ସୂର୍ଯ୍ୟନାରାୟଣ ଯଦି ଗୋଟିଏ ଦିନ ପାଇଁ ଛୁଟି ନିଅନ୍ତି ଏବଂ କୁହନ୍ତି ଯେ, ‘ଏବେ ପୁଣି ଆଉ କେବେ ଛୁଟି ନେବି ନାହିଁ ।’ ତେବେ ପର ଦିନ ଏ ଲୋକମାନଙ୍କୁ

Page Navigation
1 ... 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42