Book Title: Worries Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
ଚିନ୍ତା
ଦାଦାଶ୍ରୀ : ଚିନ୍ତା ତ ଅଗ୍ନି କୁହାଯାଏ । ଏମିତି ହୋଇଯିବ ଆଉ ସେମିତି ହୋଇଯିବ ! କେଉଁ କାଳରେ ଯେବେ କେବେ ସଂସ୍କାରି ମଣିଷ ହେବାର ସୌଭାଗ୍ୟ ମିଳିଥାଏ, ତେବେ ଯଦି ଚିନ୍ତାରେ ରହିବା, ତେବେ ମନୁଷ୍ୟପଣ ମଧ୍ୟ ଚାଲିଯିବ । କେତେ ଭାରୀ ବିପଦ ଅଟେ ? ! ଯଦି ତୁମକୁ ଶାନ୍ତି ଦରକାର ତେବେ ମୁଁ ତୁମର ଚିନ୍ତା ସବୁଦିନ ପାଇଁ ବନ୍ଦ କରିଦେବି ।
୪
ଯେବେଠୁ ଚିନ୍ତା ବନ୍ଦହେବ, ସେବେଠୁ ବୀତରାଗ ଭଗବାନଙ୍କ ମୋକ୍ଷମାର୍ଗ କୁହାଯାଏ । ବୀତରାଗ ଭଗବାନଙ୍କ ଯେବେ ଦର୍ଶନ କରନ୍ତି, ସେବେଠୁ ଚିନ୍ତା ବନ୍ଦ ହୋଇଯିବା ଉଚିତ୍ । କିନ୍ତୁ ଦର୍ଶନ କରିବା ମଧ୍ୟ ଆସେ ନାହିଁ । ଦର୍ଶନ କରିବା ତ’ ଜ୍ଞାନୀପୁରୁଷ ଶିଖାନ୍ତି ଯେ ଏହିପରି ଦର୍ଶନ କରିବ, ତେବେ କାମ ହେବ । ଏହି ଚିନ୍ତାରେ ତ’ ନିଆଁ କୁହୁଳୁଥାଏ । କନ୍ଦମୂଳ ଦେଖୁଛ ? କନ୍ଦମୂଳକୁ ଚୁଲିରେ ପୋଡ଼ିବା ପରି ଅବସ୍ଥା ହୋଇଥାଏ ।
ଜ୍ଞାନୀ କୃପାରୁ ଚିନ୍ତାମୁକ୍ତି
ପ୍ରଶ୍ନକର୍ତ୍ତା : ତେବେ ଚିନ୍ତାରୁ ମୁକ୍ତ ହେବା ପାଇଁ କ’ଣ କରିବା ଉଚିତ୍ ? ଦାଦାଶ୍ରୀ : ତୁମ ଭଳି ଏ ଭାଇ ମଧ୍ୟ ବହୁତ ଜାଗା ଗଲେ, କିନ୍ତୁ ଲାଭ ହେଲା ନାହିଁ । ସେତେବେଳେ ସେ କ’ଣ କଲେ, ତାଙ୍କୁ ପଚାରିକି ଦେଖ । ତାଙ୍କୁ ଗୋଟିଏ ବି ଚିନ୍ତା ଅଛି ? ଏବେ ଗାଳି କରିବା ତଥାପି ଅଶାନ୍ତି ହେବ କି ? ତାଙ୍କୁ ପଚାର ।
ପ୍ରଶ୍ନକର୍ତ୍ତା : କିନ୍ତୁ ଚିନ୍ତା ବନ୍ଦ କରିବା ପାଇଁ ମୋତେ କ’ଣ କରିବା ଉଚିତ୍ ? ଦାଦାଶ୍ରୀ : ତାହା ତ’ ‘ଜ୍ଞାନୀପୁରୁଷ’ଙ୍କ ପାଖକୁ ଆସି କୃପା ନେଇଯିବ । ପୁଣି ଚିନ୍ତା ବନ୍ଦ ହୋଇଯିବ ଏବଂ ସଂସାର ସୁସଙ୍ଗତ ଭାବରେ ଚାଲୁରହିବ । ଚିନ୍ତା ଯାଏ, ସେବେଠୁ ସମାଧ୍
ଚିନ୍ତା ନହୁଏ ତେବେ ବାସ୍ତବରେ ସମସ୍ୟା ଗଲା । ଚିନ୍ତା ନ ହୁଏ, ଓରିଜ୍ (Worries) ନ ହୁଏ, ଆଉ ଉପାଧ୍(ବାହାରୁ ଆସୁଥିବା ଦୁଃଖ)ରେ ମଧ୍ଯମାଧ୍ ରୁହେ ତେବେ ବୁଝିବ ଯେ ବାସ୍ତବରେ ସମସ୍ୟା ଗଲା ।
ପ୍ରଶ୍ନକର୍ତ୍ତା : ଏପରି ସମାଧ୍ ସ୍ଥିତି ଆଣିବାକୁ ଥିବ ତେବେ ମଧ୍ୟ ଆସେ ନାହିଁ ।

Page Navigation
1 ... 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42