Book Title: Worries Oriya Author(s): Dada Bhagwan Publisher: Dada Bhagwan Aradhana Trust View full book textPage 9
________________ । ଚିନ୍ତା ଦାଦାଶ୍ରୀ : କିପରି ହେବ ଅନୁଭୂତି ? ଚିନ୍ତାରେ ଅନୁଭୂତି ହୁଏ ନାହିଁ । ଚିନ୍ତା ଏବଂ ଅନୁଭୂତି ଦୁହେଁ ଏକା ସାଙ୍ଗରେ ହୁଅନ୍ତି ନାହିଁ । ଚିନ୍ତା ବନ୍ଦ ହେବା ପଅନୁଭୂତି ହେବ । ପ୍ରଶ୍ନକର୍ତ୍ତା : ଚିନ୍ତା କିପରି ବନ୍ଦ ହେବ ? ଦାଦାଶ୍ରୀ: ଏଠି, ସସଙ୍ଗରେ ରହିବା ଦ୍ଵାରା । ସତ୍ସଙ୍ଗରେ ଆସିଛି କେବେ ? ପ୍ରଶ୍ନକ : ଅନ୍ୟ ଜାଗାରେ ସସଙ୍ଗ ଯାଏ । ଦାଦାଶ୍ରୀ: ଯେଉଁ ସସଙ୍ଗରେ ଯିବା ପରେ ଯଦି ଚିନ୍ତା ବନ୍ଦ ନହେଉଥିବ ତେବେ ସେ ସସଙ୍ଗ ଛାଡ଼ି ଦେବା ଉଚିତ୍ । ନହେଲେ, ସସଙ୍ଗରେ ଯିବା ପରେ ଚିନ୍ତା ବନ୍ଦ ହେବା ହିଁ ଉଚିତ୍ । ପ୍ରଶ୍ନକର୍ତ୍ତା : ଯେତେ ସମୟ ସେଠାରେ ବସୁଛି, ସେତେ ସମୟ ଶାନ୍ତ ରହୁଛି । ଦାଦାତ୍ରୀ : ନା, ତାହାକୁ ଶାନ୍ତି କୁହନ୍ତି ନାହିଁ । ସେଥିରେ ଶାନ୍ତି ନାହିଁ । ଏପରି ଶାନ୍ତି ତ? ଗପ ଶୁଣିବା, ତେବେ ମଧ୍ୟ ହୋଇଯାଏ । ପ୍ରକୃତ ଶାନ୍ତି ତ? ସର୍ବଦା ରହିବା ଉଚିତ୍, ଯିବା କଥା ହିଁ ନୁହଁ । ଅର୍ଥାତ୍ ଯେଉଁଠି ଚିନ୍ତା ହେଉଛି ସେ ସସଙ୍ଗରେ ଯିବା କ’ଣ ପାଇଁ ? ସସଙ୍ଗବାଲାଙ୍କୁ କହିଦେବ ଯେ, “ଭାଇ, ମୋତେ ଚିନ୍ତା ହେଉଛି, ଏଥିପାଇଁ ମୋର ଏଠିକୁ ଆଉ ଆସିବାର ନାହିଁ, ନଚେତ୍ ତୁମେ ଏପରି କିଛି ଚିକିତ୍ସା କର ଯେ ଚିନ୍ତା ନହେବ । ପ୍ରଶ୍ନକର୍ତ୍ତା : ଅଫିସ ଯାଏଁ କି ଘରକୁ ଯାଏଁ କେଉଁଠି ମଧ୍ୟ ମନ ଲାଗୁନାହିଁ । ଦାଦାଶ୍ରୀ : ଅଫିସ ତ’ ଆମେ ଚାକିରି ପାଇଁ ଯା’ନ୍ତି, ଆଉ ଦରମା ତ’ ଦରକାର ନା ? ଘର-ଗୃହସୀ ଚଳାଇବାର ଅଛି, ଅର୍ଥାତ୍ ଘର ଛାଡ଼ିବାର ନାହିଁ, ଚାକିରି ମଧ୍ୟ ଛାଡ଼ିବାର ନାହିଁ । କିନ୍ତୁ ଯେଉଁଠି ଚିନ୍ତା ବନ୍ଦ ହେଉନାହିଁ, କେବଳ ସେହି ସସଙ୍ଗ ଛାଡ଼ିଦେବାର ଅଛି । ନୂଆ ଅଲଗା ସତ୍ସଙ୍ଗ ଖୋଜିବ, ପରେ ପୁଣି ଅନ୍ୟ ସସଙ୍ଗରେ ଯିବ । ସତ୍ସଙ୍ଗ ବହୁତ ପ୍ରକାରର ଥାଏ, କିନ୍ତୁ ସସଙ୍ଗ ଦ୍ଵାରା ଚିନ୍ତା ଯିବା ଦରକାର । ତୁମେ ଅନ୍ୟ କେଉଁ ସସଙ୍ଗରେ ଯାଇନାହିଁ ? ପ୍ରଶ୍ନକର୍ତ୍ତା : କିନ୍ତୁ ଆମକୁ ଏପରି ବତାଯାଇଛି ଯେ ଭଗବାନ ତୁମ ଭିତରେ ହିଁ ଅଛନ୍ତି । ଶାନ୍ତି ତୁମକୁ ଭିତରୁ ହିଁ ମିଳିବ, ବାହାରେ ଭଟକିବା ବନ୍ଦ କରିଦିଅ । ଦାଦାଶ୍ରୀ : ହଁ, ଠିକ କଥାPage Navigation
1 ... 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42