Book Title: Worries Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
ଚିନ୍ତା ।
। ଚିନ୍ତାର ପରିଣାମ କ’ଣ ? ଏହି ସଂସାର ବ୍ୟବହାରରେ ନର୍ମାଲ୍ ଅହଂକାର ତ’ ଥାଏ ହିଁ ଆଉ ତାହା ସହଜ ଅହଂକାର ଅଟେ । ଯାହାଦ୍ଵାରା ସଂସାର ସରଳତାର ସହ ଚାଲେ । ଆଉ ଏମାନେ ସେଠାରେ ଅହଂକାରର ପୂରା କାରଖାନା ଛିଡ଼ା କରିଦେଲେ, ଅହଂକାରର ବିସ୍ତାର କଲେ ଆଉ ଏତେ ବିସ୍ତାର କଲେ ଯେ ଚିନ୍ତାର କୌଣସି ସୀମା ରହିଲା ନାହିଁ ! ଅହଂକାରର ହିଁ ବିସ୍ତାର କଲେ । ସହଜ ଅହଂକାର ଦ୍ଵାରା, ନର୍ମାଲ ଅହଂକାର ଦ୍ବାରା ସଂସାର ବ୍ୟବହାର ଚାଲେ, ଏପରି ଅଟେ । କିନ୍ତୁ ସେଠାରେ ଅହଂକାରର ବିସ୍ତାର କରି, ପୁଣି କାକା ଏତେ ବୟସରେ କୁହନ୍ତି ନା ଯେ ମୋତେ ଚିନ୍ତା ହେଉଛି ।’ ସେ ଚିନ୍ତାର ପରିଣାମ କ’ଣ ? ଆଗକୁ ପଶୁଗତି ମିଳିବ । ଏଥିପାଇଁ ସାବଧାନ ହୋଇଯାଆ । ଏବେ ସାବଧାନ ହୋଇଯିବା ପରି ଅଟେ । ମନୁଷ୍ୟରେ ଅଛି,ସେ ଭିତରେ ସାବଧାନ ହୋଇଯାଅ, ନଚେତ୍ ଯେଉଁଠି ଚିନ୍ତା ହେବ, ସେଠାରେ ତ’ ପୁଣି ପଶୁଗତିର ଫଳ ଆସିବ ।
। ଭକ୍ତ ତ? ଭଗବାନଙ୍କ ସହ ମଧ୍ୟ ଝଗଡ଼ା କରେ
ଭଗବାନଙ୍କ ପ୍ରକୃତ ଭକ୍ତକୁ ତ’ ଯଦି ଚିନ୍ତା ହୁଏ, ତେବେ ସେ ଭଗବାନଙ୍କ ସହ ମଧ୍ୟ ଝଗଡ଼ା କରେ । ‘ହେ ଭଗବାନ ! ତୁମେ ମନା କରୁଛି ତେବେ ପୁଣି ମୋତେ ଚିନ୍ତା କାହିଁକି ହେଉଛି ?? ଯିଏ ଭଗବାନଙ୍କ ସହ ଲଢ଼େ ନାହିଁ ସେ ପ୍ରକୃତ ଭକ୍ତ ନୁହେଁ । ଯଦି କିଛି ଉପାଧ ଆସେ, ତେବେ ତୁମ ଭିତରେ ଭଗବାନ ବସିଛନ୍ତି, ତାଙ୍କୁ ଗାଳିଦେବ-ଧମକାଇବ । ଯାହା ଭଗବାନଙ୍କ ସହ ମଧ୍ୟ ଝଗଡ଼ା କରାଏ, ତାହାକୁ ପ୍ରକୃତ ପ୍ରେମ କୁହାଯାଏ । ଆଜି ତ’ ଭଗବାନଙ୍କ ପ୍ରକୃତ ଭକ୍ତ ମିଳିବା ମଧ୍ୟ କଷ୍ଟକର । ସମସ୍ତେ ନିଜ ନିଜ ମତଲବ ପାଇଁ ଘୁରୁଛନ୍ତି । ଶ୍ରୀକୃଷ୍ଣ ଭଗବାନ କୁହନ୍ତି, ‘ଜୀବ ତୁ ସୀଦ ନେ ସୋଚନା କରେ, କୃଷ୍ଣ ନେ କରିବୁ ହୋଏ ତେ କରେ ।
ସେତେବେଳେ ଏ ଲୋକେ କ’ଣ କୁହନ୍ତି ? କୃଷ୍ଣ ଭଗବାନ ତ’ କହିଛନ୍ତି, କିନ୍ତୁ ଏ ସଂସାର ଚଳାଇବାର ଥିବ ତେବେ ଚିନ୍ତା କରିବା ବିନା କିପରି ଚାଲିବ ?

Page Navigation
1 ... 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42