Book Title: Worries Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
ଚିନ୍ତା ।
। ବାକିଖାତା ମନେପଡ଼େ ସେତେବେଳେ...
ରାତି ରେ ସମସ୍ତେ କୁହନ୍ତି ଯେ, “ଏଗାରଟା ବାଜି ଗଲାଣି, ଏବେ ଶୋଇପଡ଼ ।’ ଶୀତ ଦିନ ହୋଇଥିବ ଏବଂ ତୁମେ ମଶାରି ଭିତରେ ପଶିଗଲ । ଘରେ ସମେସ୍ତ ଶୋଇ ପଡ଼ିଲେ । ମଶାରି ଭିତରେ ପଶିବା ପରେ ତୁମର ମନେ ପଡ଼ିଲା ଯେ, ‘ଜଣେ ବ୍ୟକ୍ତିର ତିନି ହଜାରର ବିଲ୍ ବାକିଅଛି ଏବଂ ସମୟ ପୂରା ହୋଇଗଲାଣି । ଯଦି ସେତେବେଳେ ଦସ୍ତଖତ କରାଇନେଇଥାନ୍ତି ତେବେ ଆଜି ଟଙ୍କା ମିଳିଯାଇଥାନ୍ତା । ରାତା-ରାତି କେଉଁଠି ଦସ୍ତଖତ ହୁଏ ? ହେବ ନାହିଁ ନା ? ତେବେ ଶାନ୍ତିରେ ଶୋଇପଡ଼ିଲେ ଆପଣଙ୍କର କ’ଣ ବିଗିଡ଼ିବ ?
ଚିନ୍ତାର ରୂଟ କଜ୍( ମୂଳ କାରଣ) ହୃଦୟ ଜଳୁଥାଏ, ଏପରି ଚିନ୍ତା ତ’ କୌଣସି କାମର ନୁହେଁ ! ଯାହା ଶରୀରର କ୍ଷତି କରେ ଏବଂ ଆମକୁ ଯାହା ମିଳିବାର ଥିଲା, ସେଥିରେ ବିଘ୍ନ କରାଏ । ଚିନ୍ତାରୁ ହିଁ ଏପରି ସଂଯୋଗ ସୃଷ୍ଟି ହୋଇଯାଏ । କୌଣସି ପରିସ୍ଥିତିରେ ଭଲ-ମନ୍ଦ ବିଚାର କରିବା ଉଚିତ୍, କିନ୍ତୁ ଚିନ୍ତା କ’ଣ ପାଇଁ ? ଏହାକୁ ଇଗୋଇଜମ୍ (ଅହଂକାର) କୁହାଯାଏ । ସେପରି ଇଗୋଇଜମ୍ ନହେବା ଉଚିତ୍ । ମୁଁ କିଛି ଅଟେ ଏବଂ ମୁଁ ହିଁ ଚଲାଉଛି’, ଏହାଦ୍ବାରା ତା’କୁ ଚିନ୍ତା ହୋଇଥାଏ ଏବଂ ମୁଁ ଥିବି ତେବେ ଯାଇ ଏ ।
କେ ର ସମାଧାନ ହେବ’, ଏହାଦ୍ୱାରା ଚିନ୍ତା ହୋଇଚାଲେ । ଏଥ୍ୟପାଇଁ ଇଗୋଇଜଲା ଅଂଶର ଅପରେସନ କରିଦେବ, ପରେ ଯେଉଁ ଭଲ-ମନ୍ଦର ବିଚାର ରହିଲା, ସେଥିରେ ଅସୁବିଧା ନାହିଁ । ସେମାନେ ଭିତରେ ରକ୍ତ ଜଳାନ୍ତି ନାହିଁ । ଅନ୍ୟଥା ଚିନ୍ତା ତ’ ରକ୍ତ ଜଳାଏ, ମନ ଜଳାଏ । ଚିନ୍ତା ହେଉଥିବ, ସେ ସମୟରେ ପିଲା କିଛି କହିବାକୁ ଆସେ, ତେବେ ତା’ ଉପରେ ମଧ୍ୟ ଉଗ୍ର ହୋଇଯାଏ। ଅର୍ଥାତ୍ ସବୁଦିଗରୁ କ୍ଷତି କରେ । ଏ ଅହଂକାର ଏପରି ଜିନିଷ ଯେ ଟଙ୍କା ଥାଉ ବା ନଥାଉ, କିନ୍ତୁ ଯଦି କେହି କୁହେ ଯେ, “ଏ ଚନ୍ଦୁଭାଇ ମୋର ସବୁ ବିଗାଡ଼ି ଦେଲେ’, ତେବେ ଅପାର ଚିନ୍ତା ଆଉ ଅପାର ଉପାଧ ହୋଇଯାଏ । ଆଉ ଏ ସଂସାର ତ’ ଆମେ ନ ବିଗାଡ଼ିଥିଲେ ମଧ୍ୟ କୁହେ ନା !

Page Navigation
1 ... 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42