Book Title: Worries Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
ଚିନ୍ତା ।
ଯାହା କିଛି ବି କରେ, ତା’ପାଇଁ ଡବଲ ଦଣ୍ଡ । ଆଉ ଯଦି ଏସବୁ ନକରେ ତେବେ ଗୋଟିଏ ହିଁ ଦଣ୍ଡ ମିଳେ । ପୁଅ ମରିଗଲା, ସେତିକି ହିଁ ଦଣ୍ଡ ମିଳେ ଆଉ ମୁଣ୍ଡ ପିଟିଲା ତାହା ଅତିରିକ୍ତ ଦଣ୍ଡ ଅଟେ । ମୁଁ ସେ ଦୋହରା ଦଣ୍ଡରେ କେବେ ମଧ୍ୟ ପଡ଼େ ନାହିଁ । ଏଥିପାଇଁ ମୁଁ ଏହି ଲୋକମାନଙ୍କୁ କହିଛି ଯେ ପାଞ୍ଚହଜାର ଟଙ୍କାର ପକେଟମାର୍ ହୋଇଗଲା ତେବେ ‘ବ୍ୟବସ୍ଥିତ?(ସାଇଣ୍ଟିଫିକ୍ ସରକମଣ୍ଟେନସିୟଲ ଏଭିଡ଼େନ୍ସ) ଅଟେ, କହି ଆଗକୁ ଚାଲି ପଡ଼ିବ ଏବଂ ଆରାମରେ ଘରକୁ ଯିବ ।
ଏହି ପ୍ରଥମ ଦଣ୍ଡ ତାହା ଆମ ନିଜର ହିଁ ହିସାବ ଅଟେ, ଏଥିପାଇଁ ଡରିବାର କୌଣସି କାରଣ ନାହିଁ । ଏଥିପାଇଁ କିଛି ହୋଇଗଲା, ତାହାକୁ ‘ଯାହା ହେଲା ତାହା କରେ’ ଏପରି କୁହ !
ଯାହା ପାଇଁ ଚିନ୍ତା ସେ କାର୍ଯ୍ୟ ବିଗିଡ଼େ
ପ୍ରକୃତି କ’ଣ କୁହେ ଯେ କାର୍ଯ୍ୟ ହେଉନାହିଁ ତେବେ ପ୍ରୟାସ କର, ଜବରଦସ୍ତ ପ୍ରୟାସ କର କିନ୍ତୁ ଚିନ୍ତା କରନାହିଁ । କାହିଁକିନା ଚିନ୍ତା କରିବା ଦ୍ଵାରା ସେ କାର୍ଯ୍ୟକୁ ଧକ୍କା ପହଞ୍ଚ ଏବଂ ଚିନ୍ତା କରିବାବାଲା ନିଜେ ଲଗାମ ନିଜ ହାତକୁ ନେଇଯାଏ। ଯେମିତି ମୁଁ ହିଁ ଚଲାଉଛି ।?ଏପରି ନିଜ ହାତକୁ ଲଗାମ ନେଇଯାଏ । ଏହାର ଦୋଷ ଲାଗୁ ହୁଏ ।
ପରସଭାରେ ଉପଯୋଗ ରଖୁବା ଦ୍ବାରା ଚିନ୍ତା ହୋଇଥାଏ । ବିଦେଶର ଆୟ ବିଦେଶରେ ହିଁ ରହିବ । ଏ ଗାଡ଼ି-ବଙ୍ଗଳା, ମିଲ୍(Mill), ସ୍ତ୍ରୀ-ପିଲା, ସବୁ ଏଠାରେ ଛାଡ଼ି ଯିବାକୁ ପଡ଼ିବ । ସେ ଅନ୍ତିମ ଷ୍ଟେସନରେ ତ’ କାହା ବାପାର ମଧ୍ୟ ଚାଲିବ ନାହିଁ । କେବଳ ପୁଣ୍ୟ ଆଉ ପାପ ସାଥିରେ ନେବାକୁ ଦେବେ । ଅନ୍ୟ ସରଳ ଭାଷାରେ କହିବି ତେବେ, ଏଠାରେ ଯେଉଁ ଯେଉଁ ଦୋଷ କଲ, ସେସବୁର ଧାରା ସାଥିରେ ଯିବ । ଦୋଷ ଦ୍ଵାରା ଉପାର୍ଜିତ ଆୟ ଏଇଠି ରହିବ ଆଉ ପୁଣି ମୁକଦ୍ଦମା ଚାଲିବ । ସେତେବେଳେ ସେ ଧାରା ଅନୁସାରେ ନୂଆ ଶରୀର ପ୍ରାପ୍ତ କରି, ନୂଆ ରୂପରେ ଆୟ କରି ଋଣ ପରିଶୋଧ କରିବାକୁ ପଡ଼ିବ । ଏଥିପାଇଁ ଭାଇ ! ପ୍ରଥମରୁ ହିଁ ସିଧା ହୋଇଯାଅ ନା ! ସଦେଶ(ଆପ୍)ରେ ତ’ ବହୁତ ସୁଖ ଅଛି, କିନ୍ତୁ ପଦେଶ ଦେଖ ହିଁ ନାହିଁ ନା !

Page Navigation
1 ... 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42