Book Title: Worries Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
। ଚିନ୍ତା
ଦାଦାଶ୍ରୀ : ତାହା ତ’ ଏପରି ଆଣିଲେ ଆସେନାହିଁ । ଜ୍ଞାନୀପୁରୁଷ ସମସ୍ୟାର ସମାଧାନ କରିଦେବେ, ପୂର୍ଣ୍ଣତୟା ଶୁଦ୍ଧ କରିଦେବେ, ତେବେ ନିରନ୍ତର ସମାଧ ରହିବ ।
ଯଦି ଚିନ୍ତା ନଥିବ, ଏପରି ଲାଇଫ୍(life) ହେବ, ତେବେ ଉତ୍ତମ କୁହାଯିବ ନା ?
। ପ୍ରଶ୍ନକର୍ତ୍ତା : ତାହା ତ’ ଉତ୍ତମ ହିଁ କୁହାଯିବ ନା ! |
ଦାଦାଶ୍ରୀ : ମୁଁ ବିନା ଚିନ୍ତାର ଲାଇଫ୍ ବନାଇଦେବି । ପୁଣି ତୁମକୁ ଚିନ୍ତା ରହିବ ନାହିଁ । ଏହି କାଳର ଏହା ଏକ ମହାନ ଆଶ୍ଚର୍ଯ୍ୟ ଅଟେ । ଏହି କାଳରେ ଏପରି ହୁଏ ନାହିଁ, କିନ୍ତୁ ଦେଖନ୍ତୁ ଏହା ହୋଇଛି ନା !
ନିଜେ’ ପରମାତ୍ମା, ପୁଣି ଚିନ୍ତା କାହିଁକି ?
କେବଳ କଥାକୁ ବୁଝିବାର ଅଛି । ତୁମେ ମଧ୍ୟ ପରମାତ୍ମା ଅଟ, ଭଗବାନ ହିଁ ଅଟ, ପୁଣି କ’ଣ ପାଇଁ ରିଜ କରିବା ? ଚିନ୍ତା କ’ଣ ପାଇଁ କରୁଛ ? କ୍ଷଣିକ ପାଇଁ ମଧ୍ୟ ଚିନ୍ତା କରିବା ପରି ଏ ସଂସାର ନୁହେଁ । ଏବେ ଚିନ୍ତା କରିବା ଦ୍ଵାରା ସେ ସେଫ୍ସାଇafe side) ରହିପାରେ ନାହିଁ, କାହିଁକିନା ଯେଉଁ ସେଫ୍ସାଇଡ଼ ନେଚୁରାଲ ଥିଲା, ସେଥିରେ ତୁମେ ସମସ୍ୟା ସୃଷ୍ଟି କଲ । ପୁଣି ଏବେ ଚିନ୍ତା କ’ଣ ପାଇଁ କରୁଛ ? ସମସ୍ୟା ଆସେ ତେବେ ତାହାର ସାମନା କର ଏବଂ ସମାଧାନ କରିନିଆ।
ପ୍ରଶ୍ନକ: ଯଦି ଆମେ ପ୍ରତିକୂଳତାର ସାମନା କରିବୁ, ତାହାର ଅବୋରଧ କରିବୁ, ପ୍ରତିକାର କରିବୁ, ତେବେ ତାହାଦ୍ଵାରା ଅହଂ କାର ବଢିବ ।
ଦାଦାଶ୍ରୀ: ଚିନ୍ତା କରିବା ଅପେକ୍ଷା ସାମନା କରିବା ଭଲ । ଚିନ୍ତାର ଅହଂକାର ତୁଳନାରେ ସାମନା କରିବାର ଅହଂକାର ଛୋଟ । ଭଗବାନ କହିଛନ୍ତି, “ଏପରି ପରିସ୍ଥିତିରେ ସାମନା କରିବ, ଉପାୟ କରିବ, କିନ୍ତୁ ଚିନ୍ତା କରିବ ନାହିଁ ।”
ଚିନ୍ତା କରିବାବାଲାକୁ ଡବଲ ଦଣ୍ଡ । ଭଗବାନ କୁହନ୍ତି ଯେ ଚିନ୍ତା କରିବାବାଲାକୁ ଡବଲ ଦଣ୍ଡ ମିଳେ ଆଉ ଚିନ୍ତା ନକରିବାବାଲାକୁ ଗୋଟିଏ ହିଁ ଦଣ୍ଡ ମିଳେ । ଅଠର ବର୍ଷର ଗୋଟିକିଆ ପୁଅ ମରିଯାଏ, ତା’ ପଛରେ ଯେତିକି ଚିନ୍ତା କରେ, ଯେତିକି ଦୁଃଖ ମନାଏ, ମୁଣ୍ଡ ପିଟେ, ଆଉ

Page Navigation
1 ... 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42