Book Title: Worries Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
। ଚିନ୍ତା
୩
ପ୍ରଶ୍ନକ : କିନ୍ତୁ ଭିତରେ ଯେଉଁ ଭଗବାନ ବସିଛନ୍ତି, ତାଙ୍କର ତିଳେମାତ୍ର ମଧ୍ୟ ଅନୁଭବ ହେଉନାହିଁ ।
ଦାଦାଶ୍ରୀ: ଚିନ୍ତାରେ ଅନୁଭବ ହୁଏ ନାହିଁ । ଚିନ୍ତା ହେବା ଦ୍ବାରା ଯେଉଁ ଅନୁଭବ ହୋଇଥିବ, ତାହା ମଧ୍ୟ ଚାଲିଯିବ । ଚିନ୍ତା ତ’ ଏକ ପ୍ରକାରର ଅହଂକାର କୁହାଯାଏ । ଭଗବାନ କୁହନ୍ତି ଯେ, “ତୁ ଅହଂକାର କରୁଛୁ, ତେବେ ଚାଲିଯା ମୋ ପାଖରୁ । ଯାହାକୁ ଏହା ମୁଁ ଚଲାଉଛି’, ଏପରି ଚଲାଇବାର ଅହଂକାର ଥିବ, ସେ ହିଁ ଚିନ୍ତା କରେ ନା ! ଯାହାକୁ ଭଗବାନ ଉପରେ ତିଳେମାତ୍ର ମଧ୍ୟ ବିଶ୍ବାସ ନଥିବ, ସେ ଚିନ୍ତା କରେ ।
ପ୍ରଶ୍ନକର୍ତ୍ତା : ଭଗବାନ ଉପରେ ବିଶ୍ଵାସ ତ’ ଅଛି ।
ଦାଦାଶ୍ରୀ : ବିଶ୍ବାସ ଥିବ ତେବେ ଏପରି କରିବ ହିଁ ନାହିଁ । ଭଗବାନଙ୍କ ଭରସାରେ ଛାଡ଼ି, ଆରାମରେ ଶୋଇଯିବ । ପୁଣି ଚିନ୍ତା ଭଲା କିଏ କରିବ ? ଏଥିପାଇଁ ଭଗବାନ ଉପରେ ଭରସା ରଖ । ଭଗବାନ ତୁମର ଅଳ୍ପ ବହୁତ ସମ୍ଭାଳୁଥିବ ନା ନାହିଁ ? ଖାଇସାରିବା ପରେ ପୁଣି ଚିନ୍ତା କର ? ପାଚକ ରସ ପଡ଼ିଲା ନା ନାହିଁ, ପିତ ପଡ଼ିଲା, ଏପରି ସବୁ ଚିନ୍ତା କରୁନାହଁ ? ରକ୍ତ ବନିବ ନା ନାହିଁ, ଝାଡ଼ା ହେବ ନା ନାହିଁ, ଏପରି ଚିନ୍ତା କର ? ଅର୍ଥାତ୍ ଏ ଭିତରେ ବହୁତ କିଛି ଚଲାଇବାର ଅଛି, ବାହାରେ କ’ଣ ଚଲାଇବାର ଅଛି ଯେ ଚିନ୍ତା କରୁଛି ? ତେବେ ଭଗବାନଙ୍କୁ ଖରାପ ତ’ ଲାଗିବ ନା ! ଅହଂକାର କରିବ ତେବେ ଚିନ୍ତା ହେବ । ଚିନ୍ତା କରିବାବାଲା ମଣିଷକୁ ଅହଂକାରୀ କୁହାଯାଏ । ଗୋଟିଏ ସପ୍ତାହ ଭଗବାନଙ୍କୁ ସମର୍ପଣ କରି ଚିନ୍ତା କରିବା ଛାଡ଼ିଦିଅ । ପୁଣି ଏଠାରେ କେବେ ଦିନେ ଭଗବାନଙ୍କ ସାକ୍ଷାତ୍କାର କରାଇଦେବି, ଯାହାଦ୍ୱାରା ସବୁଦିନ ପାଇଁ ଚିନ୍ତା ବନ୍ଦ ହୋଇଯିବ ।
| ଚିନ୍ତା ଅର୍ଥାତ୍ ପ୍ରକଟ ଅଗ୍ନି ଏଣୁ ଏସବୁ ବୁଝିବାକୁ ହେବ । ଏମିତି ହିଁ, ବାହାରେ ଲଗାଇବାକୁ ଥିବା ଔଷଧ ଯଦି ପିଇଯିବା ତେବେ କ’ଣ ହେବ ପୁଣି ? ଏମାନେ ସମସ୍ତେ ବାହାରେ ଲଗାଇବାକୁ ଥିବା ଔଷଧ ପିଇ ଦେଇଛନ୍ତି ଅନ୍ୟଥା ମଣିଷକୁ ଚିନ୍ତା ହେଉଥିବ ? ହିନ୍ଦୁସ୍ତାନର ମଣିଷକୁ ଚିନ୍ତା ହେଉଥିବ କେଉଁଠି ? ତୁମକୁ ଚିନ୍ତା କରିବାର ସଉକ ଅଛି ?
ପ୍ରଶ୍ନକର୍ତ୍ତା : ନା, ଶାନ୍ତି ଚାହୁଁଛି । ।

Page Navigation
1 ... 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42