Book Title: Worries Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 7
________________ ସମ୍ପାଦକୀୟ । ଚିନ୍ତା କାହାକୁ ହେଉନଥିବ ? ଯେଉଁମାନେ ସଂସାରରୁ ପ୍ରକୃତ ଅର୍ଥରେ ସମ୍ପୂର୍ଣ୍ଣ ବିରକ୍ତ ହୋଇସାରିଲେଣି, ସେମାନଙ୍କୁ ଚିନ୍ତା ହୁଏ ନାହିଁ । ଅନ୍ୟ ସବୁ ଲୋକଙ୍କୁ ଚିନ୍ତା ହୁଏ । ଚିନ୍ତା କ’ଣପାଇଁ ହୁଏ ? ଚିନ୍ତାର ପରିଣାମ କ’ଣ ? ଏବଂ ଚିନ୍ତା ରହିତ କିପରି ହୋଇପାରିବା,ତାହାର ଯଥାର୍ଥ ସମଝ ପରମପୂଜ୍ୟ ଦାଦାଶ୍ରୀ ବତାଇଛନ୍ତି, ଯାହା ଏଠାରେ ପ୍ରକାଶିତ ହୋଇଛି । । । ଚିନ୍ତା ଅର୍ଥାତ୍ ପ୍ରକଟ ଅଗ୍ନି ! ନିରନ୍ତର ଜଳାଇ ଚାଲିଥାଏ । ରାତିରେ ଶୋଇବାକୁ ମଧ୍ୟ ଦିଏ ନାହିଁ । ଭୋକ-ଶୋଷ ଖତମ୍ କରିଦିଏ ଏବଂ କେତେ ସାରା ରୋଗକୁ ନିମନ୍ତ୍ରଣ ଦିଏ । ଏତିକି ନୁହେଁ, ପୁଣି ପରଜନ୍ମ ପାଇଁ ପଶୁଗତି ବାନ୍ଧି ଦିଏ ! ଏହି ଜନ୍ମ ଏବଂ ପରଜନ୍ମ ଉଭୟ ବିଗାଡ଼ି ଦିଏ । ଚିନ୍ତା ତ’ ଅହଂକାର ଅଟେ । କେଉଁ ଆଧାରରେ ଏସବୁ ଚାଲୁଅଛି, ଏହି ବିଜ୍ଞାନ ନ ବୁଝିବା ଦ୍ବାରା ସବୁକିଛି ନିଜ ମୁଣ୍ଡକୁ ନେଇ, କର୍ତ୍ତା ହୋଇଯାଏ ଆଉ ଭୋଗେ । ଭୋଗବଟା (ସୁଖଦୁଃଖର ପ୍ରଭାବ) କେବଳ ଅହଂକାରକୁ ହୁଏ । କର୍ଭା-ଭୋକ୍ତାପଣ କେବଳ ଅହଂକାରକୁ ହିଁ ହୁଏ । ଚିନ୍ତା କରିବା ଦ୍ଵାରା କାର୍ଯ୍ୟ ବିଗିଡ଼ି ଯାଏ, ଏପରି ପ୍ରକୃତିର ନିୟମ ଅଟେ । ଚିନ୍ତା ମୁକ୍ତ ହେବା ଦ୍ୱାରା ସେ କାର୍ଯ୍ୟ ସୟଂ ସୁଧୁରି ଯାଏ । ବଡ଼ ଲୋକଙ୍କୁ ବଡ଼ ଚିନ୍ତା, ଏୟାରକଣ୍ଡିସରେ ମଧ୍ୟ ଚିନ୍ତାରେ ବୁଡ଼ିକି ଥାଆନ୍ତି ମଜୁରିଆଙ୍କୁ ଚିନ୍ତା ହୁଏ ନାହିଁ, ସେମାନେ ଆରାମରେ ଶୁଅନ୍ତି ଆଉ ଏ ସେମାନଙ୍କୁ ତ? ନିଦ ବଟିକା ନେବାକୁ ପଡ଼େ ! ଏ ପଶୁପକ୍ଷୀମାନଙ୍କୁ କେବେ ଚିନ୍ତା ହୁଏ ? ଝିଅ ଦଶ ବର୍ଷର ହୋଇଥିବ, ସେବେଠୁ ତା’ର ବାହାଘରର ଚିନ୍ତା ଆରମ୍ଭ ହୋଇଯାଏ ! ଆରେ ! ତା’ ପାଇଁ ବର ଜନ୍ମ ହୋଇସାରିଥିବ ନା ଜନ୍ମ ହେବା ବାକି ଥିବ ? । ଚିନ୍ତାବାଲାଙ୍କ ପାଖରେ ଲକ୍ଷ୍ମୀ ତିଷେ ନାହିଁ । ଚିନ୍ତା ଦ୍ଵାରା ଅନ୍ତରାୟ କର୍ମ ବନ୍ଧାହୁଏ । ଚିନ୍ତା କାହାକୁ କହିବା ? ବିଚାର କରିବାରେ ଅସୁବିଧା ନାହିଁ, କିନ୍ତୁ ବିଚାରମାନଙ୍କର ଚକ୍ଟର ଚାଲେ, ସେବେଠୁ ଚିନ୍ତା ଆରମ୍ଭ ହୋଇଯାଏ । ବିଚାର କାରଣରୁ ଅର୍ତଦାହ ହେବାକୁ ଲାଗେ, ତେବେ ସେଠାରେ ଅଟକିଯିବା ଉଚିତ୍ । ବାସ୍ତବରେ ‘କର୍ଷା କିଏ? ଏହା ନବୁଝିବା ଦ୍ଵାରା ଚିନ୍ତା ହୁଏ । କର୍ତ୍ତା ‘ସାଇଣ୍ଟିଫିକ୍ ସରକମଷ୍ଟେନଶିୟଲ ଏଭିଡ଼େନ୍ସ” ଅଟେ । ବିଶ୍ୱରେ କେହି ସତନ୍ତ୍ର କର୍ତ୍ତା ନାହିଁ, ନିମିତ୍ତ ମାତ୍ର ଅଟେ । ଚିନ୍ତା ସବୁଦିନ ପାଇଁ କିପରି ଯିବ ? କର୍ଭାପଦ ଛୁଟିବ ତେବେ ! କର୍ଭାପଦ ଛୁଟିବ କେବେ ? ଆମ୍ବିଜ୍ଞାନ ପ୍ରାପ୍ତ କରିବେ ତେବେ । ଡ଼ା. ନୀରୂବହନ ଅମୀନ

Loading...

Page Navigation
1 ... 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42