________________
ଚିନ୍ତା
ଚିନ୍ତା କେଉଁଠୁ ଆସେ ? ଦାଦାଶ୍ରୀ : କେବେ ଚିନ୍ତା କରିଛ କି ?
ପ୍ରଶ୍ନକର୍ତ୍ତା : ଚିନ୍ତା ତ’ ମାନବ ସଭାବ ଅଟେ, ଏଥିପାଇଁ କିଛି ନା କିଛି ରୂପରେ ଚିନ୍ତା ହୋଇଚାଲିଥାଏ ।
ଦାଦାଶ୍ରୀ : ମଣିଷର ସଭାବ କିପରି ଅଟେ ଯେ ଯଦି କେହି ତା’କୁ ଚାପୁଡା ମାରେ, ସେ ତା’କୁ ସାମନାରେ ଚାପୁଡ଼ା ମାରିଥାଏ । କିନ୍ତୁ ଯଦି କେହି ସମଝଦାର ଥିବ, ତେବେ ସେ ଭାବିବ ଯେ ମୋତେ କାନୁନ୍କୁ ହାତରେ ନନେବା ଉଚିତ୍ । କିଛି ଲୋକ କାନୁନ୍କୁ ହାତରେ ମଧ୍ୟ ନେଇ ନିଅନ୍ତି । ଏହା ଦୋଷ କୁହାଯିବ । ଚିନ୍ତା କିପରି କରିପାରିବ ମଣିଷ ? ପ୍ରତ୍ୟେକ ଭଗବାନ ଏପରି କହିଯାଇଛନ୍ତି ଯେ କୌଣସି ପ୍ରକାରର ମଧ୍ୟ ଚିନ୍ତା କରିବ ନାହିଁ । ସବୁ ଦାୟିତ୍ବ ଆମ ମୁଣ୍ଡ ଉପରେ ରଖୁବ ।
। ପ୍ରଶ୍ନକର୍ତ୍ତା : କିନ୍ତୁ କହିବା ଏବଂ ବ୍ୟବହାରରେ ଆଣିବା, ଦୁହିଁଙ୍କ ଭିତରେ ବହୁତ ଅନ୍ତର ଅଛି ।
ଦାଦାତ୍ରୀ : ନା, ମୁଁ ବ୍ୟବହାରରେ ଛାଡ଼ିବାକୁ କହୁନାହିଁ । ଏହା ତ’ ବାସ୍ତବିକତା ବତାଉଛି । ଏମିତିରେ ତ’ ଚିନ୍ତା ଛୁଟୁନାହିଁ, କିନ୍ତୁ ଏ ଚିନ୍ତା କରିବାର ନାହିଁ, ତଥାପି ହୋଇଯାଉଛି ସମସ୍ତଙ୍କୁ ।
ଏବେ, ଯେତେବେଳେ ଏ ଚିନ୍ତା ହୁଏ, ସେତେବେଳେ କେଉଁ ଔଷଧ ଲଗାଅ ? ଚିନ୍ତାର ଔଷଧ ମିଳୁନାହିଁ ?
ଯେଉଁଠି ଚିନ୍ତା ଅଛି, ସେଠାରେ ଅନୁଭୂତି କିପରି ହେବ ? | ପ୍ରଶ୍ନକର୍ତ୍ତା : ଚିନ୍ତାରୁ ପାରି ହେବା ପାଇଁ ଭଗବାନଙ୍କଠାରୁ ଆଶୀର୍ବାଦ ମାଗିବା ଯେ ଏଥିରୁ ମୁଁ କେବେ ଛୁଟିବି, ଏଥିପାଇଁ ‘ଭଗବାନ, ଭଗବାନ’ କରିବା, ଏହି ମାଧ୍ୟମ ଦ୍ୱାରା ମୁଁ ଆଗକୁ ବଢ଼ିବାକୁ ଚାହୁଁଛି । ତଥାପି ମୋତେ ମୋ ଭିତରବାଲା ଭଗବାନଙ୍କ ଅନୁଭୂତି ହେଉନାହିଁ ।