Book Title: Whatever Has Happened Is Justice Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 9
________________ ଯାହା ହେଲା ତାହା ନ୍ୟାୟ । ଯଦି ପ୍ରକୃତିର ନ୍ୟାୟକୁ ବୁଝିବ ଯେ “ଯାହା ହେଲା ତାହା ନ୍ୟାୟ’ ତେବେ ତୁମେ ଏ ଜଗତରୁ ମୁକ୍ତ ହୋଇ ପାରିବ ଅନ୍ୟଥା ପ୍ରକୃତିକୁ ତିଳେ ମାତ୍ର ବି ଅନ୍ୟାୟୀ ମାନିଲ, ତେବେ ତାହା ତୁମ ପାଇଁ ଜଗତରେ ସମସ୍ୟାର ହିଁ କାରଣ ଅଟେ । ପ୍ରକୃତିକୁ ନ୍ୟାୟୀ ମାନିବା, ତାହାର ନାମ ଜ୍ଞାନ । ଯେପରି ଅଟେ ସେପରି’ ଜାଣିବା, ତାହାର ନାମ ଜ୍ଞାନ ଏବଂ ‘ଯେପରି ଅଟେ ସେପରି’ ନଜାଣିବା, ତାହାର ନାମ ଅଜ୍ଞାନ । । ଜଣେ ଲୋକ ଅନ୍ୟ ଜଣଙ୍କର ଘର ଜାଳି ଦେଲା, ତେବେ ସେହି ସମୟରେ କେହି ଯଦି ପଚାରେ ଯେ ଭଗବାନ ଏହା କ’ଣ ? ଏ ଭାଇର ଘର ଏ ଲୋକଟି ଜାଳି ଦେଲା । ଏହା ନ୍ୟାୟ ଅଟେ ନା ଅନ୍ୟାୟ ? ତେବେ କୁହନ୍ତି, ‘ନ୍ୟାୟ । ଜାଳି ପକାଇଲା ତାହା ନ୍ୟାୟ ।’ ଏବେ ଏଥିପାଇଁ ଯଦି ସେ ଅଜର୍ମା( ମନେ ମନେ ଗାଳି) କରେ ଯେ ଅଯୋଗ୍ୟ ଅଟେ ଏବଂ ଏମିତି, ସେମିତି ଅଟେ ତେବେ ପୁଣି ଅନ୍ୟାୟର ଫଳ ତା’କୁ ମିଳିବ । ସେ ନ୍ୟାୟକୁ ହିଁ ଅନ୍ୟାୟ କହୁଛି ! ଜଗତ ସମ୍ପୂର୍ଣ୍ଣ ନ୍ୟାୟ ସରୂପ ହିଁ ଅଟେ । ଗୋଟିଏ ମୁହୂର୍ତ୍ତ ପାଇଁ ମଧ୍ୟ ଏଥିରେ ଅନ୍ୟାୟ ହୁଏ ନାହିଁ । ଜଗତରେ ନ୍ୟାୟ ଖୋଜିବା ଯୋଗୁଁ ହିଁ ତ ପୁରା ଦୁନିଆରେ ଲଢ଼େଇ ସବୁ ହୋଇଛି । ଜଗତ ନ୍ୟାୟ ସରୂପ ହିଁ ଅଟେ । ଏଥିପାଇଁ ଏ ଜଗତରେ ନ୍ୟାୟ ଖୋଜିବା ହିଁ ନାହିଁ । ଯାହା ହେଲା, ତାହା ନ୍ୟାୟ । ଯାହା ହୋଇଗଲା ତାହା ହିଁ ନ୍ୟାୟ । ନ୍ୟାୟ ଖୋଜୁଛନ୍ତି, ସେଥିପାଇଁ ଏ କୋର୍ଟ ଇତ୍ୟାଦି ସବୁ ତିଆରି ହେଲା ! ଆରେ ଭାଇ, ନ୍ୟାୟ ହେଉଥିବ ? ! ତା ଅପେକ୍ଷା “ କ’ଣ ହେଲା” ତାହା ଦେଖ୍ ! ତାହା ହିଁ ନ୍ୟାୟ । ‘ନ୍ୟାୟ’ ସରୂପ ଅଲଗା ଅଟେ ଏବଂ ଆମର ଏ ଫଳ ସରୂପ ଅଲଗା ଅଟେ ! ନ୍ୟାୟ-ଅନ୍ୟାୟର ଫଳ, ତାହା ତ ହିସାବ ଅନୁଯାୟୀ ଆସେ ଆଉ ଆମେ ତା ସହିତ ନ୍ୟାୟ ଜଏଣ୍ଟ କରିବା(ଯୋଡ଼ିବା) ପାଇଁ ଯାଆନ୍ତି, ପୁଣି କୋର୍ଟକୁ ହିଁ ଯିବାକୁ ପଡ଼ିବ ନା ! ଆଉ ସେଠାକୁ ଯାଇ, ଥକିକରି, ଶେଷରେ ଫେରିକି ହିଁ ଆସିବାର ଅଛି ! ତୁମେ କାହାକୁ ଗୋଟିଏ ଗାଳି ଦେଲ ତେବେ ପୁଣି ସେ ତୁମକୁ ଦୁଇ-ତିନି ଗାଳି ଦେଇ ଦେବ, କାହିଁକିନା ତା’ ମନ ତୁମ ଉପରେ କ୍ରୋଧିତ ଥାଏ । ସେତେବେଳେ ଲୋକେ କ’ଣ କୁହନ୍ତି ? ତୁ କ’ଣ ପାଇଁ ତିନୋଟି ଗାଳି ଦେଲୁ, ସେ ତ ଗୋଟିଏ ହିଁ

Loading...

Page Navigation
1 ... 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36