Book Title: Whatever Has Happened Is Justice Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 16
________________ ଯାହା ହେଲା ତାହା ନ୍ୟାୟ । ପ୍ରଶ୍ନକର୍ତ୍ତା: କ’ଣ ହେଉଅଛି ? ତାହାକୁ ଦେଖୁବ, ଏପରି ଆପଣ କହିଛନ୍ତି, ତେବେ ପୁଣି ନ୍ୟାୟ କରିବାର ପ୍ରଶ୍ନ କେଉଁଠି ରହିଲା ? ଦାଦାଶ୍ରୀ: ନ୍ୟାୟ, ମୁଁ ଟିକିଏ ଅଲଗା କହିବାକୁ ଚାହୁଁଛି । ଦେଖ ନା, ତାଙ୍କ ହାତରେ କିଛି କେରୋସିନ୍‌ ଲାଗି ଯାଇଥିବ, ସେହି ହାତରେ ଢାଳ ଉଠାଇଥିବେ । ସେଥିପାଇଁ କେରୋସିର ଗନ୍ଧ ଆସୁଥିଲା । ଏବେ ମୁଁ ପାଣି ପିଇବା ପାଇଁ ଗଲି, ତେବେ ମୋତେ କେରୋସିନ୍ ଗନ୍ଧ ହେଲା । ଏଭଳି ପରିସ୍ଥିତିରେ ମୁଁ ‘ଦେଖେ ଏବଂ ଜାଣେ’ ଯେ ଏ କ’ଣ ହେଲା ! ପୁଣି ନ୍ୟାୟ କ’ଣ ହେବା ଉଚିତ୍ ? ନା, ମୋ ଭାଗରେ ଏହା କେଉଁଠୁ ଆସିଲା ? ପୂର୍ବରୁ କେବେ ଆସି ନଥିଲା ଆଉ ଆଜି କେଉଁଠୁ ଆସିଲା ? ଅର୍ଥାତ୍ ଏହା ଆମର ହିଁ ହିସାବ । ଏଣୁ ଏହି ହିସାବକୁ ପୂରା କରିଦିଅ । କିନ୍ତୁ ତାହା କାହାରିକୁ ଜଣା ନପଡୁ, ସେହିଭଳି ପୂରା କରିଦେବ । ପୁଣି ସକାଳେ ଉଠିବା ପରେ, ସେ ଭଉଣୀ ଆସେ ଏବଂ ପୁଣି ସେହି ପାଣି ଆଣି ଦିଏ ତେବେ ମୁଁ ପୁଣିଥରେ ତାହା ପିଇନେବି । କିନ୍ତୁ କେହି ଜାଣି ପାରିବେ ନାହିଁ । ଏବେ ଅଜ୍ଞାନୀ ଏଭଳି ପରିସ୍ଥିତିରେ କ’ଣ କରିବ ? ପ୍ରଶ୍ନକର୍ତ୍ତା: ହାଲ୍ଲା କରିଦେବ । । ଦାଦାଶ୍ରୀ: ଘରର ସବୁଲୋକ ଜାଣିଯିବେ ଯେ ଆଜି ସେଠଜୀଙ୍କ ପାଣିରେ କେରୋସିନ୍ ପଡ଼ିଲା । ପ୍ରଶ୍ନକର୍ତ୍ତା: ପୁରା ଘର ହଲିଯିବ ! ଦାଦାଶ୍ରୀ: ଆରେ, ସମସ୍ତଙ୍କୁ ପାଗଳ କରିଦେବ ! ଏବଂ ପୁଣି ପତ୍ନୀ ତ ବିଚାରୀ ଚାହାରେ ଚିନି ପକେଇବାକୁ ଭୁଲିଯିବ ! ଥରେ ଘାବରେଇ ଗଲେ କ’ଣ ହେବ ? ବାକି ସବୁ କଥାରେ ମଧ୍ୟ ଘାବରେଇ ଯିବ । । ପ୍ରଶ୍ନକର୍ତ୍ତା: ଦାଦା, ସେଥିରେ ଆମେ ଅଭିଯୋଗ କରିବୁ ନାହିଁ, ତାହା ତ ଠିକ୍ କଥା, କିନ୍ତୁ ପରେ ଶାନ୍ତ ଚିତ୍ତରେ ଘରଲୋକଙ୍କୁ କହିବା ତ ଉଚିତ୍ ନା ଯେ ଭାଇ, ପାଣିରେ କେରୋସିନ ଲାଗି ଯାଇଥିଲା । ଆଗକୁ ଧାନ ରଖୁବ । ଦାଦାଶ୍ରୀ: ତାହା କେବେ କହିବା ଉଚିତ ? ଚାହା-ଜଳଖୁଆ କରୁଥିବ,

Loading...

Page Navigation
1 ... 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36