Book Title: Whatever Has Happened Is Justice Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 34
________________ । ୨୭ ଯାହା ହେଲା ତାହା ନ୍ୟାୟ ଏବେ ବୁଦ୍ଧି ଯେବେ ବିକଳ୍ପ କରାଇବ, ସେତେବେଳେ କହିଦେବ, ଯାହା ହେଲା ତାହା ନ୍ୟାୟ’ । ବୁଦ୍ଧି ନ୍ୟାୟ ଖୋଜେ ଯେ ମୋ ଠୁ ବୟସରେ ଛୋଟ ହେବ, ମର୍ଯ୍ୟାଦା ରଖୁନାହିଁ । ମର୍ଯ୍ୟାଦା ରଖୁଲା, ତାହା ମଧ୍ୟ ନ୍ୟାୟ ଆଉ ନରଖୁଲା, ତାହା ମଧ୍ୟ ନ୍ୟାୟ । ବୁଦ୍ଧି ଯେତିକି ନିର୍ବିବାଦ ହେବ, ସେତିକି ନିର୍ବିକଳ୍ପ ହେବ ! । ଏ ବିଜ୍ଞାନ କ’ଣ କହୁଛି ? ନ୍ୟାୟ ତ ପୁରା ଜଗତ ଖୋଜୁଛି । ତା ଅପେକ୍ଷା ଆମେ ହିଁ ସୀକାରୀ ନେବା ଯେ ଯାହା ହେଲା ତାହା ନ୍ୟାୟ । ପୁଣି ଜଜ୍ ମଧ୍ୟ ଦରକାର ନାହିଁ ଆଉ ଓକିଲ ମଧ୍ୟ ଦରକାର ନାହିଁ । ନଚେତ ଶେଷରେ ମାଡ଼ ଖାଇ ମଧ୍ୟ ଏହିପରି ହିଁ ରୁହେ ନା ? । କୌଣସି କୋର୍ଟରେ ମିଳେ ନାହିଁ ସନ୍ତୋଷ ଆଉ କେବେ ଏମିତି ଧରିନିଅ ଯେ ଜଣେ ବ୍ୟକ୍ତିକୁ ନ୍ୟାୟ ଦରକାର ତେବେ ତଳ କୋର୍ଟରେ ଜଜମେଣ୍ଟ କରାଇଲା । ଓକିଲ ଲଢ଼ିଲେ, ପରେ ଜମେଣ୍ଟ ଆସିଲା, ନ୍ୟାୟ ହେଲା । ସେତେବେଳେ କୁହେ, ନା, ଏ ନ୍ୟାୟରେ ମୁଁ ସନ୍ତୋଷ ନୁହେଁ । ନ୍ୟାୟ ହେଲା ତଥାପି ସନ୍ତୋଷ ନୁହେଁ । ତାହେଲେ ଏବେ କ’ଣ କରିବା ? ଉପର କୋର୍ଟକୁ ଚାଲ । ଏବେ ଡିସ୍ମିକ କୋର୍ଟକୁ ଗଲେ । ସେଠାକାର ଜମେଣ୍ଟରେ ମଧ୍ୟ ସନ୍ତୋଷ ହେଲା ନାହିଁ । ସେତେବେଳେ ପଚାରିବା, “ଏବେ ?’ ତେବେ କୁହେ, ‘ନା, ସେଠି ହାଇକୋର୍ଟରେ ! ସେଠାରେ ମଧ୍ୟ ସନ୍ତୋଷ ହେଲା ନାହିଁ । ପୁଣି ସୁପ୍ରିମକୋର୍ଟକୁ ଗଲେ, ସେଠାରେ ମଧ୍ୟ ସନ୍ତୋଷ ହେଲା ନାହିଁ । ଶେଷରେ ପ୍ରେସିଡେଣ୍ଟଙ୍କୁ କହିଲା । ତଥାପି ତାଙ୍କୁ ନ୍ୟାୟରେ ମଧ୍ୟ ସନ୍ତୋଷ ହେଲା ନାହିଁ । ମାଡ଼ ଖାଇକି ମରୁଛନ୍ତି ! ନ୍ୟାୟ ଖୋଜିବ ହିଁ ନାହିଁ ଯେ ଏ ବ୍ୟକ୍ତି ମୋତେ କାହିଁକି ଗାଳି ଦେଲା ଅବା ମହକିଲ ମୋତେ ମୋ ଓକିଲାତିର ଫିସ୍ କାହିଁକି ଦେଉନାହିଁ ? ଦେଉନାହିଁ, ତାହା ନ୍ୟାୟ । ପରେ ଆସି ଦେଇଯାଏ, ତାହା ମଧ୍ୟ ନ୍ୟାୟ । ତୁ ନ୍ୟାୟ ଖୋଜିବୁ ନାହିଁ । ନ୍ୟାୟ: ପ୍ରାକୃତିକ ଏବଂ ବିକଳ୍ପୀ ଦୁଇ ପ୍ରକାରର ନ୍ୟାୟ ଅଛି । ଗୋଟିଏ ବିକଳ୍ପକୁ ବଢ଼ାଇବା ବାଲା ନ୍ୟାୟ

Loading...

Page Navigation
1 ... 32 33 34 35 36