Book Title: Whatever Has Happened Is Justice Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 35
________________ ୨୮ ଯାହା ହେଲା ତାହା ନ୍ୟାୟ ଆଉ ଗୋଟିଏ ବିକଳ୍ପ କମାଇବା ବାଲା ନ୍ୟାୟ । ପ୍ରକୃତ ନ୍ୟାୟ ବିକଳ୍ପକୁ କମାଇବାବାଲା ଅଟେ ଯେ ‘ଯାହା ହେଲା ତାହା ନ୍ୟାୟ ହିଁ ଅଟେ’ । ଏବେ ତୁମେ ଏହା ଉପରେ କୈଫିୟତ୍ ମାଗନାହିଁ । ଏବେ ତୁମେ ନିଜର ଅନ୍ୟ ସବୁ କଥା ଉପରେ ଧ୍ୟାନ ଦିଅ । ତୁମେ ୟା ଉପରେ କୈଫିୟତ୍ ମାଗିବ, ତେବେ ତୁମର ଅନ୍ୟ ସବୁ କଥା ରହିଯିବ । ନ୍ୟାୟ ଖୋଜିବା ପାଇଁ ବାହାରିବା ତେବେ ବିକଳ୍ପ ବଢ଼ି ଚାଲିବ ଆଉ ଏ ପ୍ରାକୃତିକ ନ୍ୟାୟ ବିକଳ୍ପ ସବୁକୁ ନିର୍ବିକଳ୍ପ କରିଚାଲେ । ଯାହା ହୋଇ ସାରିଛି, ତାହା ନ୍ୟାୟ ଅଟେ । ଆଉ ଏହା ସତ୍ତ୍ଵେ ପାଞ୍ଚଜଣଙ୍କ ପଞ୍ଚାୟତ ଯାହା କୁହେ, ତାହା ମଧ୍ୟ ତା’ ବିରୁଦ୍ଧରେ ଚାଲିଯାଏ ସେତେବେଳେ ସେ ସେହି ନ୍ୟାୟକୁ ମଧ୍ୟ ମାନେ ନାହିଁ, କାହାରି କଥା ଶୁଣେ ନାହିଁ । ତେବେ ପୁଣି ବିକଳ୍ପ ବଢ଼ିଚାଲେ । ନିଜ ଆଖ-ପାଖରେ କେବଳ ଜାଲ ବୁଣେ ତଥାପି କିଛି ମଧ୍ୟ ପ୍ରାପ୍ତ ହୁଏ ନାହିଁ । ବହୁତ ଦୁଃଖୀ ହୋଇଯାଏ ! ଏହା ଅପେକ୍ଷା ପ୍ରଥମରୁ ହିଁ ଶ୍ରଦ୍ଧା ରଖ ଯେ ଯାହା ହେଲା ତାହା ନ୍ୟାୟ । ଏବଂ ପ୍ରକୃତି ସର୍ବଦା ନ୍ୟାୟ ହିଁ କରୁଅଛି, ‘ନିରନ୍ତର ନ୍ୟାୟ ହିଁ କରୁଛି କିନ୍ତୁ ସେ ପ୍ରମାଣ ଦେଇପାରେ ନାହିଁ । ପ୍ରମାଣ ତ ‘ଜ୍ଞାନୀ’ ଦିଅନ୍ତି ଯେ ଏହା କିପରି ନ୍ୟାୟ ଅଟେ ? କିପରି ହେଲା, ତାହା ‘ଜ୍ଞାନୀ’ ବତାଇ ଦିଅନ୍ତି । ତା’କୁ(ବୁଦ୍ଧିକୁ) ସନ୍ତୁଷ୍ଟ କରିଦେବା ତେବେ ନିବେଡ଼ା(ସମାଧାନ ପୂର୍ବକ ଅନ୍ତ) ଆସିବ । ନିର୍ବିକଳ୍ପୀ ହୋଇଯିବ ତେବେ ନିବେଡ଼ା ଆସିବ । - ଜୟ ସଚ୍ଚିଦାନନ୍ଦ

Loading...

Page Navigation
1 ... 33 34 35 36