Book Title: Whatever Has Happened Is Justice Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 32
________________ । ୨୫ ଯାହା ହେଲା ତାହା ନ୍ୟାୟ ନ୍ୟାୟର ଆଧାରରେ କହୁଛନ୍ତି ? ବିଚାର କଲେ ଲାଗୁନାହିଁ କି ଏ ଯେଉଁ କହୁଛନ୍ତି, ତାହା ସପ୍ରମାଣ ଅଟେ ? ଆରେ, ଦରମା ବଢ଼ାଉ ନାହାଁନ୍ତି, ତାହା ବ୍ୟାୟ ଅଟେ । ଆମେ ତାହାକୁ ଅନ୍ୟାୟ କିପରି କହି ପାରିବା ? ବୁଦ୍ଧି ଖୋଜେ ନ୍ୟାୟ । ଏସବୁ ତ ଆମନ୍ତ୍ରଣ କରାଯାଇଥିବା ଦୁଃଖ ଅଟେ ଆଉ ଅଳ୍ପ ବହୁତ ଯାହା । ଦୁଃଖ ଅଛି, ତାହା ବୁଦ୍ଧି ଯୋଗୁଁ ଅଛି । ସମସ୍ତଙ୍କ ଠାରେ ବୁଦ୍ଧି ଥାଏ ନା ? ସେ ଡେଭଲପ୍ଟେଡ(ବିକଶିତ) ବୁଦ୍ଧି’ ଦୁଃଖ ସୃଷ୍ଟି କରାଏ । ଯେଉଁଠି କିଛି ନଥାଏ ସେଠାରେ ମଧ୍ୟ ଦୁଃଖ ଖୋଜି ପକାଏ । ମୋ ବୁଦ୍ଧି ତ ଡେଭଲପ ହେବା ପରେ ଚାଲିଗଲା । ବୁଦ୍ଧି ହିଁ ଖତମ ହୋଇଗଲା ! କୁହ, ମଜା ଆସିବ ନା ନାହିଁ ? ଆଦୌ, ଏକ ପରସେଣ୍ଟ ବି ବୁଦ୍ଧି ନାହିଁ । ସେତେବେଳେ ଜଣେ ବ୍ୟକ୍ତି ମୋତେ ପଚାରୁଛି ଯେ, ‘ବୁଦ୍ଧି କିପରି ଖତମ ହୋଇଗଲା ? ତୁ ଚାଲିଯା, ତୁ ଚାଲିଯା’ ଏପରି କହିବା ଦ୍ଵାରା ? ମୁଁ କହିଲି, ନା ଭାଇ, ଏପରି କରନ୍ତି ନାହିଁ । ସେ ତ ଏବେ ପର୍ଯ୍ୟନ୍ତ ଆମର ମର୍ଯ୍ୟାଦା ରଖୁଲା । ଅନିଶ୍ଚିତତାରେ ରହୁଥିଲେ, ସେତେବେଳେ ଉଚିତ ସମୟରେ କ’ଣ କରିବା କ’ଣ ନକରିବା ?? ତାହାର ସମସ୍ତ ମାର୍ଗଦର୍ଶନ କଲା । ତା’କୁ କିପରି ବାହାର କରିପାରିବା ? ପୁଣି ମୁଁ କହିଲି, 'ଯିଏ ନ୍ୟାୟ ଖୋଜେ, ତା’ ପାଖରେ ବୁଦ୍ଧି ଚିରଦିନ ପାଇଁ ନିବାସ କରେ । ଯାହା ହେଲା ତାହା ନ୍ୟାୟ’ ଏପରି କହିବାବାଲାର ବୁଦ୍ଧି ଚାଲିଯାଏ । ନ୍ୟାୟ ଖୋଜିବାକୁ ଯାଏ ତାହା ବୁଦ୍ଧି । । ପ୍ରଶ୍ନକର୍ତ୍ତା: କିନ୍ତୁ ଦାଦାଜୀ, ଜୀବନରେ ଯାହା ମଧ୍ୟ ଆସେ, ତାହାକୁ ସୀକାରୀ ନେବା ଉଚିତ୍ ? । ଦାଦାଶ୍ରୀ: ମାଡ଼ ଖାଇ ସୀକାର କରିବା, ତା’ଠୁ ଭଲ ତ’ ଖୁସିରେ ସୀକାରୀ ନେବା ଉଚିତ । | ପ୍ରଶ୍ନକର୍ଷା: ସଂସାର ଅଛି, ପିଲାମାନେ ଅଛନ୍ତି, ପୁଅର ବୋହୁ ଅଛି, ଏ । ଅଛି, ସେ ଅଛି, ଏଥିପାଇଁ ସମ୍ବନ୍ଧ ତ’ ରଖୁବାକୁ ପଡ଼ିବ । । ଦାଦାଶ୍ରୀ: ହଁ, ସବୁକିଛି ରଖୁବ ।

Loading...

Page Navigation
1 ... 30 31 32 33 34 35 36