Book Title: Whatever Has Happened Is Justice Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 31
________________ ୨୪ । ଯାହା ହେଲା ତାହା ନ୍ୟାୟ । ଏଣୁ ବୁଦ୍ଧି ଏମିତି ହିଁ ଯିବ ନାହିଁ । ବୁଦ୍ଧି ଯିବାର ମାର୍ଗ କ’ଣ ? ତାହାର କାରଣର ସେବନ ନକରିବା ତେବେ ବୁଦ୍ଧି, ସେ କାର୍ଯ୍ୟ’ ହେବ ନାହିଁ । । ପ୍ରଶ୍ନକର୍ଷା: ଆପଣ କହିଲେ ଯେ ବୁଦ୍ଧି ‘କାର୍ଯ୍ୟ ଅଟେ ଏବଂ ତାହାର କାରଣ ଖୋଜିବ ତେବେ, ସେ କାର୍ଯ୍ୟ ବନ୍ଦ ହୋଇଯିବ । ଦାଦାଶ୍ରୀ: ତାହାର କାରଣ, ଆମେ ଯେଉଁ ନ୍ୟାୟ ଖୋଜିବାକୁ ବାହାରିଲେ, ତାହା ହିଁ ତାହାର କାରଣ । ନ୍ୟାୟ ଖୋଜିବା ବନ୍ଦ କରିଦେବ ତେବେ ବୁଦ୍ଧି ଚାଲିଯିବ । ନ୍ୟାୟ କାହିଁକି ଖୋଜୁଛି ? ସେତେବେଳେ ବୋହୁ କ’ଣ କୁହେ ନା ‘କିନ୍ତୁ ତୁମେ ମୋ ଶାଶୁକୁ ଚିହ୍ନି ନାହିଁ, ମୁଁ ଆସିଲି, ସେବେଠୁ ସେ ଦୁଃଖ ଦେଉଛି, ଏଥିରେ ମୋର କ’ଣ ଦୋଷ ଅଛି ?” । କେହି ନଚିହ୍ନିକି ଦୁଃଖ ଦେଉଥିବ ? ତାହା ହିସାବରେ ଜମା ଥିବ, ସେଥିପାଇଁ ତୋତେ ଦେଇଚାଲିଛି । ତେବେ କୁହେ, “କିନ୍ତୁ ମୁଁ ତ ତାଙ୍କ ମୁହଁ ମଧ୍ୟ ଦେଖି ନଥିଲି ।” ଆରେ, ତୁ ଏହି ଜନ୍ମରେ ଦେଖୁନାହୁଁ କିନ୍ତୁ ପୂର୍ବଜନ୍ମର ହିସାବ କ’ଣ କହୁଛି ?? ଏଥିପାଇଁ ଯାହା ହେଲା, ତାହା ନ୍ୟାୟ । । ଘରେ ପୁଅ ଦାଦାଗିରି କରୁଛି ? ସେ ଦାଦାଗିରି କରୁଛି, ତାହା ନ୍ୟାୟ । ଏ ତ ବୁଦ୍ଧି ଦେଖାଏ ଯେ, ପୁଅ ହୋଇ ବାପ ସାମନାରେ ଦାଦାଗିରି ? ଯାହା ହେଲା, ତାହା ନ୍ୟାୟ ! । ଅର୍ଥାତ୍ ଏ ‘ଅକ୍ରମ ବିଜ୍ଞାନ’ କ’ଣ କୁହେ ? ଯାହା ଦେଖ ତାହା ନ୍ୟାୟ ! ଲୋକେ ମୋତେ ପଚାରନ୍ତି, ‘ତୁମେ ବୁଦ୍ଧି କେମିତି କାଢ଼ି ଦେଲ ? ନ୍ୟାୟ ଖୋଜିଲି ନାହିଁ ସେଥିପାଇଁ ବୁଦ୍ଧି ଚାଲିଗଲା । ବୁଦ୍ଧି କେବେ ପର୍ଯ୍ୟନ୍ତ ରହିବ ? ନ୍ୟାୟ ଖୋଜିବା ଏବଂ ନ୍ୟାୟକୁ ଆଧାର ଦେବା, ସେପର୍ଯ୍ୟନ୍ତ ବୁଦ୍ଧି ରହିବ । ବୁଦ୍ଧି କହିବ, “ମୋ ପକ୍ଷରେ ଅଛନ୍ତି ଭାଇ ସାହେବ ।’ ଆଉ କହିବ, ଏତେ ଭଲ ଭାବରେ ଚାକିରି କଲି ଆଉ ଏ ଡାଇରେକ୍ଟର କେଉଁ ଆଧାରରେ ଓଲଟା( ଗାଳି) କହୁଛନ୍ତି ? ଏହିଭଳି ତା’କୁ ଆଧାର ଦେଉଛି ? ନ୍ୟାୟ ଖୋଜୁଛି ? ସେ ଯାହା କହୁଛନ୍ତି, ତାହା କରେକ୍ଟ ଅଟେ । ଏପର୍ଯ୍ୟନ୍ତ କେମିତି କହୁ ନଥିଲେ ? କେଉଁ ଆଧାରରେ କହୁ ନଥିଲେ ? ଏବେ କେଉଁ

Loading...

Page Navigation
1 ... 29 30 31 32 33 34 35 36